ଟ୍ରେନ୍‌ରେ ନାବାଳିକାକୁ ବଳାତ୍କାର ଉଦ୍ୟମ: ବିଏସ୍‌ଏଫ୍‌ ଯବାନ ଅଟକ

ବଲାଙ୍ଗିର: ଜୋଧପୁରରୁ ବିଶାଖାପାଟ୍ଟନମ୍‌ ଯାଉଥିବା ସାପ୍ତାହିକ ଭଗତ କି କୋଠୀ ଏକ୍ସପ୍ରେସ୍‌ରେ ଜଣେ ନାବାଳିକାକୁ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ କଣ୍ଟାବାଞ୍ଜି ଜିଆରପି ପୋଲିସ ଜଣେ ବିଏସ୍‌ଏଫ୍‌ ଯବାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତକାଲି ରାତିରେ ଟ୍ରେନ୍‌ର ଏସି ବଗି ବି-୨ରେ ନାବାଳିକା ଜଣଙ୍କ ଶୌଚ ଲାଗି ଯାଉଥିବା ବେଳେ ଯବାନ ଜଣଙ୍କ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ।

ଝିଅଟିର ପାଟି ଶୁଣି ପରିବାର ଲୋକେ ତାକୁ ଉଦ୍ଧାର କରିବା ସହ ଯବାନକୁ କାବୁ କରି କିଛି ସ୍ୱେଚ୍ଛାସେବୀଙ୍କ ସହାୟତାରେ ଜିଆରପି ପୋଲିସ ଜିମା ଦେଇଥିଲେ।

ଅଟକ ଯବାନ ଜଣଙ୍କ ବିଏସ୍‌ଏଫ୍‌ ୧୪୯ ବାଟାଲିୟନର ଓ ତାଙ୍କ ନାଁ ସାନ୍‌ ଦ୍ଦିଲଫେଡ ବୋଲି ଜଣାପଡିଛି।