କେନ୍ଦ୍ରାପଡ଼ା: ଗୋଟିଏ ନମ୍ବରରେ ଦୁଇଟି ବସ୍ ଚାଲିଥିବା ଅଭିଯୋଗ ପାଇବା ପରେ କେନ୍ଦ୍ରାପଡ଼ା ଆର୍ଟିଓ ଗୋଟିଏ ବସ୍କୁ ଜବତ କରିଥିବା ବେଳେ ଅନ୍ୟ ବସ୍ଟିକୁ ଜବତ କରିବାକୁ ତନାଘନା ଚଳାଇଛି। ଜବତ ବସ୍ଟିର ରୋଡ୍ ପରିମିଟ୍ ନାହିଁ କି ଇନ୍ସ୍ୟୁରାନ୍ସ ବି ନାହିଁ।
ଓଆର୍ ୦୨ ଏଜେଡ୍ ୬୪୧୨ ନମ୍ବରରେ ଚାଲିଥିଲା ଦୁଇଟି ବସ୍। ଦୁଇଟି ଯାକ ବସ୍ର ରଙ୍ଗ ଏକା। ଗାଡ଼ି ଦୁଇଟିର ସାଜସଜ୍ଜା ବି ଏକା। ଯିଏ ଦେଖିବ, ସେ ଧୋକା ଖାଇଯିବ। ହେଲେ ଦୁଇଟି ବସ୍ର ଆଗରେ ଲେଖାଯାଇଥିବା ସାଇନ୍ବୋର୍ଡ ଥିଲା ଅଲଗା ଅଲଗା। ଗୋଟିଏ କେନ୍ଦ୍ରାପଡ଼ାର ରାଜନଗରରୁ ଭୁବନେଶ୍ୱର ଯାଉଥିଲା। ଅନ୍ୟଟି କେନ୍ଦ୍ରାପଡ଼ା ଦେଇ କଟକରୁ ଚାନ୍ଦବାଲି ଯାଉଥିଲା। ଗୋଟିଏ ନମ୍ବରରେ ଦୁଇଟି ବସ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ଚଳାଇ ଦୀର୍ଘ ଦିନ ହେଲେ ଖଜଣା ଠକି ଚାଲିଥିଲେ ଉକ୍ତ ବସ୍ ମାଲିକ। କୌଣସି ସୂତ୍ରରୁ ଖବର ପାଇ କେନ୍ଦ୍ରାପଡ଼ା ଆର୍ଟିଓ ଗୋଟିଏ ବସ୍କୁ ଜବତ କରିଛି। ଅନ୍ୟଟିକୁ ଜବତ କରିବାକୁ ତନାଘନା ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।
Crime
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ୫୫ ବର୍ଷୀୟ ବ୍ୟକ୍ତି ଗିରଫ
ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Crime
ବବିଙ୍କ ଭାଇ ଭବଙ୍କ ନାଁରେ ମାମଲା ରୁଜୁ
ଦୁଇ ଦିନ ତଳେ ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ବିବାଦୀୟ ହୋଇପଡ଼ିଥିବା ବବିଙ୍କ ଭାଇଙ୍କ ବିରୋଧରେ ଜଣେ ପରିବା ବ୍ୟବସାୟୀ ଦେଇଥିଲେ ଏତଲା।