ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଅକ୍ଷୟ କୁମାର ତାଙ୍କ ଅପକମିଂ ଫିଲ୍ମ ‘୨.୦’ରେ ଏକ ଭିନ୍ନ ତଥା ଭୟଙ୍କର ରୂପରେ ପରଦାରେ ଦେଖା ଦେବେ। ଫିଲ୍ମଟିକୁ ରୋବର୍ଟ-୨ ମଧ୍ୟ କୁହାଯାଉଛି। ଅକ୍ଷୟ କୁମାରଙ୍କ ବ୍ୟତିତ ତାମିଲ ସୁପରଷ୍ଟାର ରଜନୀକାନ୍ତ ଏବଂ ଆମି ଜ୍ୟାକ୍ସନ ଏଥିରେ ପ୍ରମୁଖ ଭୂମିକାରେ ଦେଖା ଦେବେ। ୨୦୧୦ରେ ସୁପରହିଟ୍ ତାମିଲ ଫିଲ୍ମ ଏମଥିରନ(ହିନ୍ଦି ରୋବର୍ଟ)ର ଏହା ଏକ ସିକ୍ୱେଲ ବୋଲି ଜଣାପଡ଼ିଛି। ତେବେ ବଡ଼ କଥା ହେଲା ଏହା ପ୍ରଥମ ଭାରତୀୟ ଫିଲ୍ମ ଯାହା ସିଧାସଳଖ ଥ୍ରୀ’ଡ଼ିରେ ସୁଟିଂ ହେବ। କିନ୍ତୁ ଦର୍ଶକଙ୍କୁ ଏଥିପାଇଁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ ଫିଲ୍ମଟିର ରିଲିଜ୍ ତାରିଖ ଅକ୍ଟୋବର ୧୮, ୨୦୧୮ ରଖାଯାଇଛି। ଉଭୟ ହିନ୍ଦୀ ଓ ତାମିଲ ଭାଷାରେ ଫିଲ୍ମଟି ରିଲିଜ୍ ହେବ। ଏ ଏ ଫିଲ୍ମସ ଏବଂ ଗ୍ଲୋବାଲ ସିନେମା ଏହାର ବିତରଣ ଦାୟିତ୍ୱ ନେଇଛନ୍ତି। ଏସ୍.ଶଙ୍କର କାହାଣୀର ଲେଖକ ତଥା ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିବା ବେଳେ ଅଲିରାଜହ ସୁବାସ କରଣ ପ୍ରଡ୍ୟୁସର ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Bollywood
ଭାରତର ଧନୀ ଅଭିନେତ୍ରୀ କିଏ? ମିସ ଇଣ୍ଡିଆ ଜିତିବା ପରେ ବଲିଉଡରେ କରିଥିଲେ ଏଣ୍ଟ୍ରୀ
ଆପଣ ଭାବୁଥିବେ ସେ ନିଶ୍ଚିତ ଦୀପିକା ପାଦୁକୋନ, କରିନା କପୁର କିମ୍ବା ଆଲିଆ ଭଟ୍ଟ ହୋଇଥିବେ। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଭୁଲ।

Entertainment
ଉତ୍ତମ ମହାନ୍ତି: ଉତ୍ତମ ଅଭିନେତା, ଉତ୍ତମ ମଣିଷ
ଉତ୍ତମ ମହାନ୍ତିଙ୍କ ଅବର୍ତ୍ତମାନରେ ସମସ୍ତେ ତାଙ୍କୁ ଝୁରି ହେଉଛନ୍ତି।

Bollywood
ପତ୍ନୀ ସୁନୀତାଙ୍କ ଠାରୁ ଅଲଗା ହେବେ ସୁପରଷ୍ଟାର ଗୋବିନ୍ଦା!
ବେଶ କିଛି ମାସ ହେଲାଣି ଗୋବିନ୍ଦା ଓ ସୁନୀତା ଅଲଗା ରହୁଛନ୍ତି। ସେମାନଙ୍କ ମଧ୍ୟରେ ଆଗ ଭଳି ଆଉ କୌଣସି ସମ୍ପର୍କ ନାହିଁ।

National
କଳ୍ପନାକୁ ବାସ୍ତବ ରୂପ ଦିଅନ୍ତୁ
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଏଭିଟିଆର ମେଟା ଲ୍ୟାବ୍ସ ଦ୍ୱାରା ଆୟୋଜିତ ଏଆଇ ଅବତାର କ୍ରିଏଟର ଚ୍ୟାଲେଞ୍ଜ, ଉଦ୍ଭାବନକାରୀମାନଙ୍କୁ ଏଆଇ ଅବତାରର ଅସୀମ ସମ୍ଭାବନା ଅନୁସନ୍ଧାନ କରିବାକୁ ଆମନ୍ତ୍ରଣ କରୁଛି। ବର୍ତ୍ତମାନ ସୁଦ୍ଧା ୧୦୨ ଜଣ ଅନ୍ତର୍ଜାତୀୟ ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୧୨୫୧ ଜଣ ପ୍ରତିଯୋଗୀ ପଞ୍ଜୀକରଣ କରିଛନ୍ତି।

Guest Column
ନାରୀ ଫିଲ୍ମ ଲାଗି ‘ମସଲା’ ନୁହେଁ, ସେ ସ୍ୱାଭିମାନୀ ଓ ସମ୍ମାନୀ ମଣିଷ
ଫିଲ୍ମ ‘ଲାଲପାନ ବିବିର ସ୍ମାର୍ଟ ଫ୍ୟାମିଲି’ ଟିଭିରେ ଦେଖୁଥିଲି। ଏହାର କଥାବସ୍ତୁ ଅମିତାଭ ବଚନ-ହେମା ମାଳିନୀଙ୍କ ଅଭିନୀତ ‘ବାଗୱାନ’ ଓ ରାଜେଶ ଖାନ୍ନା-ଶାବନା ଆଜମିଙ୍କ ‘ଅବତାର’ ସହିତ ସମାନ ହୋଇଥିଲେ ମଧ୍ୟ ବେଶ ଉନ୍ନତ। ମହିଳାଙ୍କ ନିଷ୍ପତ୍ତିକୁ ଏହି ଫିଲ୍ମରେ ଯେତେ ଗୁରୁତ୍ଵ ଦିଆଯାଇଛି ସେଭଳି ଗୁରୁତ୍ଵ ‘ଅବତାର’ ଓ ‘ବାଗୱାନ’ରେ ନାହିଁ।