ହାତଗଣ୍ଠି ପଡ଼ିବା ପୂର୍ବରୁ ଭାବବିହ୍ୱଳ ହେଲେ ସବ୍ୟ-ଅର୍ଚ୍ଚିତା
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାତଗଣ୍ଠି ପଡ଼ିବା ପୂର୍ବରୁ ଭାବବିହ୍ୱଳ ହେଲେ ଓଲିଉଡ୍ର ଲଭେବଲ୍ ଯୋଡ଼ି ଅର୍ଚ୍ଚିତା ସାହୁ ଓ ଅବ୍ୟସାଚୀ ମିଶ୍ର। ସୋଶାଲ୍ ମିଡିଆ ଫେସ୍ବୁକ୍ ଓ ଟ୍ୱିଟ୍ରରେ ଲେଖିଲେ ହୃଦୟର କଥା। ଆଉ ଉଭୟଙ୍କ ପୋଷ୍ଟରେ ପ୍ରଶଂସାରେ ପୋତି ପକାଇଛନ୍ତି ସେମାନଙ୍କ ପ୍ରଶଂସକ।
ସୁଖ ଓ ଦୁଃଖ ର ନାମ ଜୀବନ।ଅନେକ ଥର ଲାଗେ, ସବୁକିଛି ସରିଗଲା।ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ।ବୋଧେ ସେଇଥିପାଇଁ ମତେ ଏମିତି ଏକ ଜୀବନସାଥି ମିଲିପାରିଲା।ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ।
ଆସନ୍ତାକାଲି ଆମର ବାହାଘର।ଆମପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ🙏 – ସବ୍ୟଅର୍ଚ୍ଚିତା#Sabyarchita pic.twitter.com/tuSFR8ZAnV— SABYASACHI MISHRA 🇮🇳 (@sabyaactor) February 28, 2021
ନିଜ ଫଟୋ ପୋଷ୍ଟ କରି ସବ୍ୟଅର୍ଚ୍ଚିତା ଲେଖିଛନ୍ତି, “ସୁଖ ଓ ଦୁଃଖ ର ନାମ ଜୀବନ। ଅନେକ ଥର ଲାଗେ, ସବୁକିଛି ସରିଗଲା। ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ। ବୋଧେ ସେଇଥିପାଇଁ ମତେ ଏମିତି ଏକ ଜୀବନସାଥୀ ମିଳିପାରିଲା। ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ। ଆସନ୍ତାକାଲି ଆମର ବାହାଘର। ଆମପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ।” ସବ୍ୟଅର୍ଚ୍ଚିତା
ସୋମବାର ଓଲିଉଡ୍ର କ୍ୱିନ୍ ଅର୍ଚ୍ଚିତା ସାହୁଙ୍କ ବାହାଘର। ତାଙ୍କ ବେକରେ ବରଣାମାଳ ପକାଇ ଅଭିନେତା ସବ୍ୟସାଚୀ ମିଶ୍ର। ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ହେବ ଏହି ବାହାଘର। ଏନେଇ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା। ପୂର୍ବରୁ ସବ୍ୟ ଓ ଅର୍ଚ୍ଚିତାଙ୍କ ନିର୍ବନ୍ଧ ସରିଛି।
ସୁଖ ଓ ଦୁଃଖ ର ନାମ ଜୀବନ। ଅନେକ ଥର ଲାଗେ, ସବୁକିଛି ସରିଗଲା। ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ। ବୋଧେ ସେଇଥିପାଇଁ ମତେ ଏମିତି…
୨୦୦୭ ମସିହାରେ ‘ପାଗଳପ୍ରେମୀ’ ଫିଲ୍ମ ଜରିଆରେ ସବ୍ୟସାଚୀ ଓଲିଉଡ୍ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ। ବର୍ତ୍ତମାନ ସୁଦ୍ଧା ୩୫ଟିରୁ ଅଧିକ ଓଡ଼ିଆ ଫିଲ୍ମ, ତେଲୁଗୁ କଥାଚିତ୍ର ଓ ୧୦୦ରୁ ଅଧିକ ଆଲବମରେ ଅଭିନୟ କରିସାରିଛନ୍ତି ସବ୍ୟସାଚୀ।
Need all your Blessings & Best Wishes! pic.twitter.com/wQVXL0Drin
— SABYASACHI MISHRA 🇮🇳 (@sabyaactor) February 28, 2021
ଓଲିଉଡ୍ର ଏହି ହିଟ୍ ଯୋଡ଼ିଙ୍କର ରହିଛି ବହୁ ହିଟ୍ ଫିଲ୍ମ। ”ତୋର ମୋର ଯୋଡି ସୁନ୍ଦର”, ”ସ୍ମାଇଲ ପ୍ଲିଜ୍”, ”ମୁଁ ସପନର ସୌଦାଗର” ଓ ”ପାଗଳ କରିଛି ପାଉଁଜି ତୋର”, ”ମୋତେ ଆଣିଦେଲୁ ଲକ୍ଷେ ଫଗୁଣ”, ”ବାଏ ବାଏ ଦୁବାଇ”, ”ହେଲା ମୋତେ ପ୍ରେମ ଜର”, ”କେଉଁ ଦୁନିଆରୁ ଆସିଲ ବନ୍ଧୁ” ସବ୍ୟ-ଅର୍ଚ୍ଚିତାଙ୍କ ସବୁଠୁ ହିଟ୍ ଫିଲ୍ମ ଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।