ମା’ ହେବେ ଦିଆ ମିର୍ଜା

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା ମା’ ହେବେ। ଚଳିତ ବର୍ଷ ଫେବ୍ରୁଆରୀ ମାସରେ ବ୍ୟବସାୟୀ ବୈଭବ ରେଖିଙ୍କୁ ବିବାହ କରିଥିବା ଦିଆ ଗୁରୁବାର ସୋଶାଲ୍ ମିଡିଆ ମାଧ୍ୟମରେ ଦେଇଛନ୍ତି ଏହି ସୂଚନା। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ମାଲଦୀପରୁ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋଟିରେ ତାଙ୍କ ବେବି ବମ୍ପକୁ ସେ କୋଳେଇ ଧରିଛନ୍ତି। ଏହା ସହିତ ଏକ ସୁନ୍ଦର କବିତା ଲେଖିଛନ୍ତି। ଏହି କବିତାଟିରେ ସେ ତାଙ୍କର ମା’ ହେବାକୁ ଯାଉଥିବାର ଭାବନକୁ ଅତି […]

Dia Mirza

Dia Mirza

Ordigital Desk
  • Published: Thursday, 01 April 2021
  • Updated: 01 April 2021, 09:05 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଦିଆ ମିର୍ଜା ମା’ ହେବେ। ଚଳିତ ବର୍ଷ ଫେବ୍ରୁଆରୀ ମାସରେ ବ୍ୟବସାୟୀ ବୈଭବ ରେଖିଙ୍କୁ ବିବାହ କରିଥିବା ଦିଆ ଗୁରୁବାର ସୋଶାଲ୍ ମିଡିଆ ମାଧ୍ୟମରେ ଦେଇଛନ୍ତି ଏହି ସୂଚନା।

ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ମାଲଦୀପରୁ ଏକ ଫଟୋ ପୋଷ୍ଟ କରିଛନ୍ତି। ଫଟୋଟିରେ ତାଙ୍କ ବେବି ବମ୍ପକୁ ସେ କୋଳେଇ ଧରିଛନ୍ତି। ଏହା ସହିତ ଏକ ସୁନ୍ଦର କବିତା ଲେଖିଛନ୍ତି। ଏହି କବିତାଟିରେ ସେ ତାଙ୍କର ମା’ ହେବାକୁ ଯାଉଥିବାର ଭାବନକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି।

ଏହି ଖବର ପାଇବା ମାତ୍ରେ ଦିଆଙ୍କୁ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡେଜ୍‌, ଶିବାନୀ ଦଣ୍ଡେକର, ତାହିର କଶ୍ୟପ, ମହୀପ କପୁର ଓ ଅନ୍ୟମାନେ ଅଭିନନ୍ଦନ ଜଣାଇଥିଲେ।

ଦିଆ ମିର୍ଜା ଏବେ ମାଲଦୀପରେ ଛୁଟି କାଟୁଛନ୍ତି। ତାଙ୍କ ସହିତ ସ୍ୱାମୀ ବୈଭବ ରେଖି ଅଛନ୍ତି। ବୈଭବଙ୍କ ଝିଅ (ପ୍ରଥମ ପତ୍ନୀ ସମାଇରାଙ୍କ ଆଡ଼ୁ) ମଧ୍ୟ ସେମାନଙ୍କ ସହିତ ଯାଇଛନ୍ତି।

ଦିଆ ପୂର୍ବରୁ ସାହିଲ ସଙ୍ଘାଙ୍କୁ ବିବାହ କରିଥିଲେ। ୧୧ ବର୍ଷ ଏକାଠି ରହିବା ପରେ ୨୦୧୯ରେ ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ଏହା ପରେ ଚଳିତ ବର୍ଷ ଫେବ୍ରୁଆରୀ ମାସ ୧୫ ତାରିଖରେ ସେ ବୈଭବ ରେଖିଙ୍କୁ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos