ଗାଙ୍ଗୁଲିଙ୍କ ବାୟୋପିକ୍‌ରେ ହ୍ରିତିକ୍! ଦାଦା ରଖିଲେ ସର୍ତ୍ତ

ମୁମ୍ବାଇ: ଆଜିକାଲି ବାୟୋପିକ୍‌ ଗୁଡ଼ିକୁ ଦେଖିବାକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି। ପ୍ରତିବର୍ଷ ବାୟୋପିକ୍ ରିଲିଜ୍ ହେଉଛି। ବିଶେଷ କରି ଖେଳାଳିମାନଙ୍କ ବାୟୋପିକ୍‌ ଗୁଡ଼ିକୁ ଲୋକେ ଅଧିକ ପସନ୍ଦ କରୁଛି। ଏହିକ୍ରମରେ ବେଶ୍ କିଛି ସମୟ ହୋଇଗଲାଣି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍‌କୁ ନେଇ ଚର୍ଚ୍ଚା ଚାଲିଛି।

ସୂଚନା ମିଳିଛି, ଦାଦାଙ୍କ ବାୟୋପିକ୍ ହେଲେ ସେଥିରେ ହ୍ରିତିକ୍ ରୋଶନ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। ଆଉ ଦାଦାଙ୍କର ଏଥିରେ କିଛି ଅସୁବିଧା ନାହିଁ। ତେବେ ସେ ଏକ ସର୍ତ୍ତ ରଖିଛନ୍ତି।

ନିକଟରେ ନେହା ଧୂପିଆଙ୍କ ଚାଟ୍‌ ଶୋ’ରେ ଏନେଇ କଥାବାର୍ତ୍ତା କଲା ବେଳେ ସୌରଭ ଗାଙ୍ଗୁଲିଙ୍କୁ ତାଙ୍କ ବାୟୋପିକ୍ ବିଷୟରେ ପଚରାଯାଇଥିଲା। ଯଦି ତାଙ୍କର ବାୟୋପିକ୍ ହୁଏ, ତା’ହେଲେ ସେଥିରେ ସେ କେଉଁ ଅଭିନେତାଙ୍କୁ ଦେଖିବାକୁ ଚାହିଁବେ ବୋଲି ପଚରା ଯାଇଥିଲା।

ଏହାର ଜବାବରେ ଦାଦା କହିଥିଲେ ଯେ ସେ ଏ ବିଷୟରେ କିଛି ଚିନ୍ତା କରି ନାହାନ୍ତି। ଯେତେବେଳେ ତାଙ୍କୁ ହ୍ରିତିକ ରୋଶନ୍‌ଙ୍କ ନାଁ କୁହାଗଲା, ସେତେବେଳେ ସେ କହିଥିଲେ ଯେ ତାଙ୍କର କିଛି ଅସୁବିଧା ନାହିଁ। ତେବେ ଏଥିପାଇଁ ହ୍ରିତିକଙ୍କୁ ତାଙ୍କ ଭଳି ବଡି ବନାଇବାକୁ ହେବ ବୋଲି ଗାଙ୍ଗୁଲି କହିଥିଲେ।

ସେ ଆହୁରି କହିଥିଲେ, ଲୋକେ କହୁଛନ୍ତି ହ୍ରିତିକଙ୍କ ବଡ଼ି ବହୁତ ବଢ଼ିଆ। ଲୋକେ ତାଙ୍କ ଭଳି ବଡି ବନାଇବାକୁ ଚାହୁଁଛନ୍ତି। କିନ୍ତୁ ମୋ ବାୟୋପିକ୍ କରିବାକୁ ହେଲେ ତାଙ୍କୁ ମୋ ଭଳି ବଡି ବନାଇବାକୁ ହେବ।

ସୂଚନାଯୋଗ୍ୟ, ଗତବର୍ଷ ହ୍ରିତିକ ରୋଶନଙ୍କ ଫିଲ୍ମ ‘Super 30’ ରିଲିଜ୍ ହୋଇଥିଲା, ଯାହା ଏକ ବାୟୋପିକ୍ ଥିଲା।

ଆହୁରି ପଢ଼ନ୍ତୁ

ଗଣଦୁଷ୍କର୍ମ ପରେ ୨୦ ବର୍ଷୀୟ ଯୁବତୀଙ୍କ ଜିଭ କାଟିଦେଲେ ୪ ଯୁବକ

କରୋନା ଟିକା ସମ୍ପର୍କରେ ଭଲ ଖବର ଦେଲା ଜନସନ ଆଣ୍ଡ ଜନସନ

ଅମ୍ଳଜାନ ସିଲିଣ୍ଡରର ଦର ହ୍ରାସ କଲେ ସରକାର

ସୁଶାନ୍ତ ମୃତ୍ୟୁ ମାମଲା: ରିୟାଙ୍କ ଓକିଲଙ୍କ ବଡ଼ ଅଭିଯୋଗ

୫ ଘଣ୍ଟାର ଜେରା ପରେ ଏନସିବି ଅଫିସରୁ ବାହାରିଲେ ଶ୍ରଦ୍ଧା ଓ ସାରା

କରୋନା ଟିକା ପାଇଁ ଭାରତ ସରକାରଙ୍କ ପାଖରେ ୮୦ ହଜାର କୋଟି ଅଛି ତ?

ଗିରଫ ହେଲେ ଧର୍ମା ପ୍ରଡକ୍ସନର କ୍ଷୀତିଜ, କରଣ କହିଲେ ଏମିତି…

ଚାଷୀଙ୍କୁ ଅପମାନ କରିଥିବା କଙ୍ଗନାଙ୍କ ନାଁରେ ଅପରାଧିକ ମାମଲା ରୁଜୁ

ଚାଇନା ସାମ୍ବାଦିକଙ୍କ ରହଣି ଉପରେ କଟକଣା ଲଗାଇବ ଆମେରିକା

କ’ଣ ଖାଇବେ, କ’ଣ ନ ଖାଇବେ, ଆଉ କିପରି ଖାଇବେ ଜାଣନ୍ତୁ…

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ ବାଲସୁବ୍ରମଣ୍ୟମ

‍‍୫୦ ଲକ୍ଷ ପାଖରେ ଦେଶରେ କରୋନା ସୁସ୍ଥଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୯୩,୪୨୦