୫୦୦ ଟଙ୍କିଆ ନୋଟ୍ ବାଣ୍ଟୁଥିଲେ ନେହା, ମାଡ଼ି ଆସିଲା ଭିଡ଼, ଭିଡିଓ ଭାଇରାଲ

ମୁମ୍ବାଇ: କାହାର ଦୁଃଖ ଦେଖିଲେ ସହି ପାରନ୍ତିନି ବଲିଉଡ୍ର ଅନ୍ୟତମ ଜଣାଶୁଣା ଗାୟିକା ନେହା କକ୍କର। ଅତୀତରେ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ଗୁଡ଼ିକରେ ଏହା ଦେଖିବାକୁ ମିଳିଛି। ସେ ଅନେକଙ୍କୁ ଆର୍ଥିକ ସହାୟତା କରିବାକୁ ଆଗେଇ ଆସିଛନ୍ତି। ତେବେ ନିକଟରେ ଏମିତି କିଛି କାର୍ଯ୍ୟ କରିବାକୁ ଯାଇ ଅପ୍ରୀତିକର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଆଉ ଏହାର ଭିଡିଓ ଭାଇରାଲ ହୋଇଛି। ନିକଟରେ ସେ କାର୍‌ରେ ଯାଉଥିବା ବେଳେ କିଛି ଗରିବ ଛୁଆଙ୍କୁ ଦେଖିଥିଲେ। ସେ ସେମାନଙ୍କୁ […]

Neha

Neha

Jitendra Garnayak
  • Published: Saturday, 11 December 2021
  • Updated: 11 December 2021, 05:07 PM IST

ମୁମ୍ବାଇ: କାହାର ଦୁଃଖ ଦେଖିଲେ ସହି ପାରନ୍ତିନି ବଲିଉଡ୍ର ଅନ୍ୟତମ ଜଣାଶୁଣା ଗାୟିକା ନେହା କକ୍କର। ଅତୀତରେ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ’ ଗୁଡ଼ିକରେ ଏହା ଦେଖିବାକୁ ମିଳିଛି। ସେ ଅନେକଙ୍କୁ ଆର୍ଥିକ ସହାୟତା କରିବାକୁ ଆଗେଇ ଆସିଛନ୍ତି। ତେବେ ନିକଟରେ ଏମିତି କିଛି କାର୍ଯ୍ୟ କରିବାକୁ ଯାଇ ଅପ୍ରୀତିକର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଆଉ ଏହାର ଭିଡିଓ ଭାଇରାଲ ହୋଇଛି।

ନିକଟରେ ସେ କାର୍‌ରେ ଯାଉଥିବା ବେଳେ କିଛି ଗରିବ ଛୁଆଙ୍କୁ ଦେଖିଥିଲେ। ସେ ସେମାନଙ୍କୁ କାର୍ ଭିତରେ ଥାଇ ୫୦୦ ଟଙ୍କିଆ ନୋଟ୍ ଖଣ୍ଡେ ଖଣ୍ଡେ ବଢ଼ାଇ ଦେଇଥିଲେ। ତେବେ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ଛୁଆମାନଙ୍କୁ ଟଙ୍କା ଦେଉଥିବା ବେଳେ ହଠାତ୍ ଠେଲାପେଲା ଆରମ୍ଭ ହୋଇଯାଇଥିଲା। କିଛି ଲୋକ ସେଠାରେ ଜମା ହୋଇଯାଇଥିଲେ। ସେମାନେ ବି ଟଙ୍କା ପାଇଁ କାର୍ ଭିତରକୁ ହାତ ବଢ଼ାଇଥିଲେ। ଏପରିକି ସେମାନେ ନେହାଙ୍କୁ ଟଣାଓଟରା କରିବାକୁ ଉଦ୍ୟମ କରିଥିଲେ। ତେବେ ସଙ୍ଗେ ସଙ୍ଗେ ଜଣେ ବ୍ୟକ୍ତି ଆସି ନେହାଙ୍କୁ କାର୍‌ର କାଚ ଉପରକୁ ଉଠାଇ ଦେବାକୁ କହିଥିଲେ। ଏହା ପରେ ସେ ଡୋର୍‌ର କାଚ ଉପରକୁ ଉଠାଇ ଦେଇଥିଲେ।

ଭିଡିଓରେ ଦେଖିବାକୁ ମିଳିଛି ଯେ ହଠାତ୍ ଭିଡ଼ ଜମି ଯିବା ପରେ ନେହା ଡରିଯାଇଥିଲେ। ସେ ଡୋର୍‌ର କାଚ ଉପରକୁ ଉଠାଇ ଦେବା ପରେ ପୁଣି ଏହାକୁ ଖୋଲି ଥିଲେ ଏବଂ ପୁଣି ୫୦୦ ଟଙ୍କିଆ ନୋଟ୍ ବଢ଼ାଇ ଥିଲେ। ଏହା ପରେ ପୁଣି ଥରେ କାର୍ ନିକଟର ଛୋଟ ଛୁଆ ଓ ବଡ଼ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଏହା ପରେ ନେହା ସେମାନଙ୍କୁ ପଛ କରି ବସି ଯାଇଥିଲେ। ତା’ସହିତ ଡ୍ରାଇଭର ପୁଣି କାର୍ କାଚକୁ ବନ୍ଦ କରି ଦେଇଥିଲେ।

ସୂଚନାଯୋଗ୍ୟ, ଗତ ୧ ତାରିଖରେ ନେହାଙ୍କ ସ୍ୱାମୀ ରୋହନପ୍ରୀତ ସିଂହଙ୍କ ଜନ୍ମଦିନ ଥିଲା। ସ୍ୱାମୀଙ୍କ ଜନ୍ମଦିନ ପାଳନର ଭିଡିଓକୁ ନେହା ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଗତ ବର୍ଷ ଅକ୍ଟୋବର ୨୪ ତାରିଖରେ ନେହା କକ୍କର ଓ ରୋହନପ୍ରୀତଙ୍କ ବିବାହ ହୋଇଥିଲା।

 

View this post on Instagram

 

A post shared by Voompla (@voompla)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos