ମୁମ୍ବାଇ: ବଢ଼ୁଛି ବିରୋଧ। ଅଡ଼ୁଆରେ ବଲିଉଡ୍ ଗ୍ଲାମର ଡଲ ତଥା ଫ୍ୟାଶନ କୁଇନ୍ ସନି ଲିଓନି। ବିବାଦ ଘେରକୁ ଆସିଛି ତାଙ୍କର ଏକ ଆଲବମ ଭିଡିଓ। ଏହି ଭିଡିରେ ସେ ଧାର୍ମୀୟ ଭାବନା ପ୍ରତି ଆଘାତ ଦେଇଥିବା ଅଭିଯୋଗ ହୋଇଛି। ସନି ଲିଓନିଙ୍କ ସଦ୍ୟ ରିଲିଜ୍ ହୋଇଥିବା "ମଧୁବନ୍ ମେଁ ରାଧିକା ନାଚେ" ଆଲବମ୍ ଉପରେ ରୋକ ଲଗାଇବା ପାଇଁ ଦାବି ହୋଇଛି। ଏହି ଭିଡିଓରେ ସନି ଅଶ୍ଲୀଳ ଢ଼ଙ୍ଗରେ ନୃତ୍ୟ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି।
୧୯୬୦ରେ ଏହି ଗୀତକଟିକୁ ମୂଳତଃ କୋହିନୂର ଫିଲ୍ମରେ ମହମ୍ମଦ ରଫି ଗାନ କରିଥିଲେ । ଯଦି ଅଭିନେତ୍ରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ଆମେ ଅଦାଲତ ଯିବୁ ବୋଲି ବୃନ୍ଦାବନର ସାଧୁ ନଭଲ ଗିରି ମହରାଜ କହିଛନ୍ତି । ଗୀତଟିରୁ ଆପତ୍ତିଜନକ ଦୃଶ୍ୟକୁ ନ ହଟାଇଲେ ତାଙ୍କୁ ଭାରତରେ ରହିବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ଏମିତିକି ସନିଙ୍କୁ ସର୍ବସାଧାରଣରେ କ୍ଷମା ମାଗିବାକୁ ସେ ଦାବି କରିଛନ୍ତି। ସେହିପରି ତାଙ୍କ ସହ ଅଖିଳ ଭାରତୀୟ ତୀର୍ଥ ପୁରୋହିତ ମହାସଭାର ସଭାପତି ମହେଶ ପାଠକ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀଙ୍କ ଆପତ୍ତିଜନକ ଢଙ୍ଗରେ ନୃତ୍ୟ ପରିବେଶଣ ବ୍ରଜଭୂମିର ସମ୍ମାନ ପ୍ରତି ଆଞ୍ଚ ଆଣିଛି। ସାରେଗାମା ମ୍ୟୁଜିକ୍ ପକ୍ଷରୁ ଏହି ଆଲବମଟି ପ୍ରସ୍ତୁତ କରାଯାଇଛି। ଏହି ମ୍ୟୁଜିକ୍ ଭିଡିଓ ଟାଇଟଲ ରହିଛି ‘ମଧୁବନ’।
ଯେଉଁଥିରେ ଏକ ପାର୍ଟିରେ ସନି ଲିଓନି ନୃତ୍ୟ ପରିବେଶଣ କରୁଛନ୍ତି। ଗୀତଟିକୁ କରୀନିକା କାପୁର ଏବଂ ଅରିନ୍ଦମ ଚକ୍ରବର୍ତ୍ତୀ ଗାଇଛନ୍ତି। କୃଷ୍ଣ ଏବଂ ରାଧାଙ୍କ ପ୍ରେମକୁ ଅଧାର କରି ଗୀତଟିକୁ ଅସାଳୀନ ଢ଼ଙ୍ଗରେ ପ୍ରସ୍ତୁତ କରାଯାଇଥିବା ବେଳେ ହିନ୍ଦୁ ଧର୍ମୀୟ ଭାବନା ପ୍ରତି ଆଘାତ ଦେଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ଏହି ଗୀତଟିକୁ ବ୍ୟାନ୍ କରିବା ପାଇଁ ଅନେକ ସୋଶାଲ ମିଡିଆରେ ଅପିଲ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।