ଗର୍ଭବତୀ ହେଲେ ଦେବେ ଜୋରିମାନା, କାହିଁକି ମାଧୁରୀଙ୍କ ସହ କରାଯାଇଥିଲା ଏମିତି ଚୁକ୍ତି

ମୁୁମ୍ୱାଇ: ବଲିଉଡର ଅନ୍ୟତମ ପ୍ରସିଦ୍ଧ ଅଭିନେତ୍ରୀ ହେଉଛନ୍ତି ମାଧୁରୀ ଦୀକ୍ଷିତ। ଅନେକ ହିରୋଙ୍କ ସହିତ ସେ ଦେଇଛନ୍ତି ଅନେକ ହିଟ ଫିଲ୍ମ। ପ୍ରତି ଫିଲ୍ମରେ ରହିଛି ତାଙ୍କର ନିଜସ୍ୱ ଛାପ। ଆଜି ବି ତାଙ୍କର କୋଟି କୋଟି ଫ୍ୟାନ ଅଛନ୍ତି। ଅଭିନୟ ହେଉ କି ନୃତ୍ୟ ସବୁଥିରେ ସେ ମାହିର। ଆଜି ହେଉଛି ମାଧୁରୀଙ୍କ ଜନ୍ମଦିନ। ୧୯୬୭ ମସିହା ମେ ୧୫ ତାରିଖରେ ସେ ଜନ୍ମ ହୋଇଥିଲେ। ଆଉ ଏହି ଅବସରରେ ତାଙ୍କ ସହିତ ଘଟିଥିବା ଏକ […]

madhuri-dixit

madhuri-dixit

Jitendra Garnayak
  • Published: Saturday, 15 May 2021
  • Updated: 15 May 2021, 12:21 PM IST

Sports

Latest News

ମୁୁମ୍ୱାଇ: ବଲିଉଡର ଅନ୍ୟତମ ପ୍ରସିଦ୍ଧ ଅଭିନେତ୍ରୀ ହେଉଛନ୍ତି ମାଧୁରୀ ଦୀକ୍ଷିତ। ଅନେକ ହିରୋଙ୍କ ସହିତ ସେ ଦେଇଛନ୍ତି ଅନେକ ହିଟ ଫିଲ୍ମ। ପ୍ରତି ଫିଲ୍ମରେ ରହିଛି ତାଙ୍କର ନିଜସ୍ୱ ଛାପ। ଆଜି ବି ତାଙ୍କର କୋଟି କୋଟି ଫ୍ୟାନ ଅଛନ୍ତି। ଅଭିନୟ ହେଉ କି ନୃତ୍ୟ ସବୁଥିରେ ସେ ମାହିର।

ଆଜି ହେଉଛି ମାଧୁରୀଙ୍କ ଜନ୍ମଦିନ। ୧୯୬୭ ମସିହା ମେ ୧୫ ତାରିଖରେ ସେ ଜନ୍ମ ହୋଇଥିଲେ। ଆଉ ଏହି ଅବସରରେ ତାଙ୍କ ସହିତ ଘଟିଥିବା ଏକ ମଜାଦାର ଘଟଣା ସଂପର୍କରେ ଆମେ ଆପଣଙ୍କୁ କହିବୁ।

୧୯୮୪ ମସିହାରେ ଫିଲ୍ମ ଅବୋଧ ଜରିଆରେ ବଲିଉଡରେ ପାଦ ଥାପି ଥିଲେ ମାଧୁରୀ। କିନ୍ତୁ ଏହାର ଚାରି ବର୍ଷ ପରେ ଆସିଥିବା ଫିଲ୍ମ ତେଜାବରେ ତାଙ୍କୁ ମିଳିଲା ପରିଚୟ। ଏଥିରେ ଏକ ଦୋ ତିନ‌୍‍ ଗୀତରେ ତାଙ୍କର ନୃତ୍ୟକୁ ଆଜି ବି ଦର୍ଶକମାନେ ମନେ ପକାନ୍ତି। ଏହି ଫିଲ୍ମ ପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ।

ବିନୋଦ ଖନ୍ନା, ଅନୀଲ କପୁର, ଜ୍ୟାକି ଶ୍ରଫ, ସଞ୍ଜୟ ଦତ୍ତ, ରୁଷି କପୁର, ଶାହାରୁଖ ଖାନ, ଅମୀର ଖାନ, ସଲମାନ ଖାନ ଓ ଅଜୟ ଦେବଗନଙ୍କ ଭଳି ଅଭିନେତାଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ମାଧୁରୀ। ତେବେ ସଞ୍ଜୟ ଦତ୍ତଙ୍କ ସହିତ ଥିଲା ତାଙ୍କର ସ୍ପେଶାଲ ବଣ୍ଡିଂ। ସାଜନ ଓ ଖଳନାୟକ ଭଳି ଅନେକ ହିଟ‌୍‍ ଫିଲ୍ମରେ ମାଧୁରୀ ଅଭିନୟ କରିଥିଲେ ସଞ୍ଜୟ ଦତ୍ତଙ୍କ ସହିତ। କେବଳ ଫିଲ୍ମ ନୁହେଁ, ୯୦ ଦଶକରେ ଏମାନଙ୍କ ଆଫେୟାରକୁ ବି ନେଇ ହୋଇଥିଲା ବହୁତ ଚର୍ଚ୍ଚା।

ସଞ୍ଜୟ ଦତ୍ତ ବାହା ହୋଇସାରିଥିଲେ। ତାଙ୍କ ପତ୍ନୀ ବିଦେଶରେ ରହୁଥିଲେ। ତେଣୁ ସଞ୍ଜୟ ଓ ମାଧୁରୀ ଏକାଠି ବେଶ‌୍‍ ଭଲ ସମୟ କାଟି ପାରୁଥିଲେ ବୋଲି କୁହାଯାଏ। ସେମାନଙ୍କ ଆଫେୟାରକୁ ନେଇ କିନ୍ତୁ ବଲିଉଡର ବହୁ ନିଦ୍ଦେର୍ଶକ ଓ ପ୍ରଯୋଜକ ଚିନ୍ତାରେ ଥିଲେ। ସେତେବେଳେ ମାଧୁରୀ ଷ୍ଟାର ଥିଲେ। ତାଙ୍କର ପ୍ରାୟ ସବୁ ଫିଲ୍ମ ହିଟ ହେଉଥିଲା। ଅନେକ ନିଦ୍ଦେର୍ଶକ ଓ ପ୍ରଯୋଜକ ଡରୁ ଥିଲେ ଯଦି ଫିଲ୍ମ ଶୁଟିଂ ମଝିରେ ମାଧୁରୀ ବାହା ହୋଇଯିବେ, ତା’ହେଲେ କଣ ହେବ। ସେମାନଙ୍କ ମଧ୍ୟରେ ସବୁଠୁ ଅଧିକ ଡରି ଯାଇଥିଲେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ନିଦ୍ଦେର୍ଶକ ସୁଭାଷ ଘାଇ।

ସେତେବେଳେ ମାଧୁରୀ ତାଙ୍କ ସହିତ ଖଳନାୟକ ଫିଲ୍ମରେ କାମ କରୁଥିଲେ। ଏଥିରେ ସଞ୍ଜୟ ଦତ୍ତ ମଧ୍ୟ ଥିଲେ। ମାଧୁରୀ ଓ ସଞ୍ଜୟଙ୍କ ଘନିଷ୍ଠତା ଏତେ ବଢ଼ି ଯାଇଥିଲା ଯେ ସୁଭାଷ ଭାବିଥିଲେ ଯଦି ଫିଲ୍ମ ମଝିରେ ମାଧୁରୀ ବାହା ହୋଇଯାଆନ୍ତି ଅବା ଗର୍ଭବତୀ ହୋଇଯାଆନ୍ତି, ତାହେଲେ କଣ ହେବ। ସେହି ଡରରେ ସେ ମାଧୁରୀଙ୍କ ସହିତ ନୋ ପ୍ରେଗ୍ନେନ୍ସୀ ଚୁକ୍ତି କରିଥିଲେ। ଅର୍ଥାତ‌୍‍ ଏହି ଫିଲ୍ମ ମଝିରେ ଯଦି ମାଧୁରୀ ଗର୍ଭବତୀ ହେବେ, ତା’ହେଲେ ସେ ଜୋରିମାନା ଦେବେ। ଯଦିଓ ମାଧୁରୀ ବାହା ହୋଇ ନଥିଲେ, ତଥାପି ସୁଭାଷ ଘାଇ ତାଙ୍କ ସହିତ ଏମିତି ଏକ ଚୁକ୍ତି କରିଥିଲେ ବୋଲି କୁହାଯାଏ। ଜଣେ ହିରୋଇନଙ୍କ ସହିତ ଏମିତି ଚୁକ୍ତ ସ୍ୱାକ୍ଷର କରିବାରେ ସୁଭାଷ ବୋଧେ ହେଉଛନ୍ତି ପ୍ରଥମ ନିଦ୍ଦେର୍ଶକ। ତାଙ୍କ ପରେ ବି କୌଣସି ନିଦ୍ଦେର୍ଶକ କୌଣସି ଅଭିନେତ୍ରୀଙ୍କ ସହିତ ଏମିତି ଚୁକ୍ତି ସ୍ୱାକ୍ଷର କରି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story