‘ଚକ୍ ଆଣ୍ଡ ଡଷ୍ଟର’ ଫିଲ୍ମ ପାଇଁ ସ୍କୁଟି ଶିଖିଲେ ଜୁହି

ମୁମ୍ୱାଇ: ପୁଣି ସ୍କୁଟି ଚଲାଇବା ଶିଖିଲେ ଜୁହି ଚାୱଲା। ‘ଚକ୍ ଆଣ୍ଡ ଡଷ୍ଟର’ ଫିଲ୍ମ ପୋଷ୍ଟରରେ ଜୁହି ଓ ଶାବନା ଆଜମୀଙ୍କୁ ସ୍କୁଟିରେ ଦେଖିବାକୁ ମିଳିବ। ଗାଡି ଉପରେ ବାଲାନ୍ସ ରଖିବା ପାଇଁ ସେ ସ୍କୁଟି ଚଲାଇବା ଶିଖୁଛନ୍ତି। ଜୁହି କହିଛନ୍ତି, ସେ ପ୍ରାୟତଃ ସ୍କୁଟି ଚଲାଇବା ଭୁଲି ଯାଇଥିଲେ। ଦିନେ ତାଙ୍କ ବିଜନେସ୍ ମ୍ୟାନେଜର ତଥା ଫିଲ୍ମର ଏଜିକ୍ୟୁଟିଭ ପ୍ରଡୁସର ପ୍ରିତ୍ କୌର ଏକ ସ୍କୁଟିରେ ତାଙ୍କ ପାଖକୁ ଆସିଥିଲେ। ସେଦିନ ବିଲଡିଂ ପରିସରରେ ପୂରା […]

juhi

juhi

Rakesh Mallick
  • Published: Saturday, 19 December 2015
  • Updated: 19 December 2015, 12:16 PM IST

ମୁମ୍ୱାଇ: ପୁଣି ସ୍କୁଟି ଚଲାଇବା ଶିଖିଲେ ଜୁହି ଚାୱଲା। ‘ଚକ୍ ଆଣ୍ଡ ଡଷ୍ଟର’ ଫିଲ୍ମ ପୋଷ୍ଟରରେ ଜୁହି ଓ ଶାବନା ଆଜମୀଙ୍କୁ ସ୍କୁଟିରେ ଦେଖିବାକୁ ମିଳିବ। ଗାଡି ଉପରେ ବାଲାନ୍ସ ରଖିବା ପାଇଁ ସେ ସ୍କୁଟି ଚଲାଇବା ଶିଖୁଛନ୍ତି। ଜୁହି କହିଛନ୍ତି, ସେ ପ୍ରାୟତଃ ସ୍କୁଟି ଚଲାଇବା ଭୁଲି ଯାଇଥିଲେ। ଦିନେ ତାଙ୍କ ବିଜନେସ୍ ମ୍ୟାନେଜର ତଥା ଫିଲ୍ମର ଏଜିକ୍ୟୁଟିଭ ପ୍ରଡୁସର ପ୍ରିତ୍ କୌର ଏକ ସ୍କୁଟିରେ ତାଙ୍କ ପାଖକୁ ଆସିଥିଲେ। ସେଦିନ ବିଲଡିଂ ପରିସରରେ ପୂରା ଦିନ ସ୍କୁଟି ଚଲାଇବା ପ୍ରାକ୍ଟିସ କରିଥିଲି। ଭଲଭାବେ ପୁଣି ଥରେ ସ୍କୁଟି ଚଲାବା ଶିଖିବାକୁ ମୋତେ ଗୋଟିଏ ସପ୍ତାହ ଲାଗିଲା ବୋଲି ଜୁହି କହିଛନ୍ତି।

ଏହା ପୂର୍ବରୁ ‘ୟସ୍ ବୋଷ’ ଫିଲ୍ମରେ ଜୁହିଙ୍କୁ ସ୍କୁଟି ଚଲାଉଥିବା ଦୃଶ୍ୟରେ ଦେଖିବାକୁ ମିଳିଥିଲା।

ସେ ଆହୁରି କହିଛନ୍ତି ଯେ, ଯେତେବେଳେ ମୁଁ ବିଲଡିଂ ପରିସରରେ ସ୍କୁଟି ଚଲାଉଥିଲି ମୋ ପତି, ପିଲା ଓ ଘରେ କାମ କରୁଥିବା ସବୁ ଲୋକ ଆଶ୍ଚର୍ଯ୍ୟ ହେଉଥିଲେ। ମୁଁ କାହିଁକି ସ୍କୁଟି ଚଲା ଶିଖୁଛି ତାହା ଜାଣିବାକୁ ସମସ୍ତେ ଲାଗିପଡିଥିଲେ। ସେତେବେଳେ ବହୁତ ମଜ୍ଜା ଲଗୁଥିଲା।

‘ଚକ୍ ଆଣ୍ଡ ଡଷ୍ଟର’ ଫିଲ୍ମ ଜଣେ ଶିକ୍ଷୟିତ୍ରୀଙ୍କ କାହାଣୀ ଉପରେ ଆଧାରିତ। ଏଥିରେ ଜୁହି ଶିକ୍ଷୟିତ୍ରୀ ଭୂମିକାରେ ଆସୁଛନ୍ତି। ଏହି ଫିଲ୍ମ ୨୦୧୬ ଜାନୁୟାରୀରେ ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos