ଦୀପିକା ମୋ ଚରିତ୍ରରେ ଅଭିନୟ କରନ୍ତୁ: ସାଇନା

ନୂଆଦିଲ୍ଲୀ: ବଲିଉଡରେ ବର୍ତ୍ତମାନ ଚାଲିଛି ବାୟୋପିକ‌ ମାନିଆ। ଆଗକୁ ଆସିବ ବ୍ୟାଡ଼ମିଣ୍ଟନ୍ କୁଇନ୍ ସାଇନା ନେହୱାଲଙ୍କ ଜୀବନୀ ଉପରେ ଆଧାରିତ ଏକ ଫିଲ୍ମ। ଏହି ଫିଲ୍ମରେ ଦୀପିକା ପାଦୁକୋନ ତାଙ୍କ ଚରିତ୍ରରେ ଅଭିନୟ କରନ୍ତୁ ବୋଲି ଚାହୁଁଛନ୍ତି ସାଇନା। ସେ କହିଛନ୍ତି, ‘ଦୀପିକାଙ୍କ ବାପା ପ୍ରକାଶ ପାଦୁକୋନ ଜଣେ ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି। ଦୀପିକା ନିଜେ ବି ବଢ଼ିଆ ବ୍ୟାଡମିଣ୍ଟନ ଖେଳନ୍ତି। ସେ ଫିଲ୍ମରେ ମୋ ଚରିତ୍ରକୁ ନିଖୁଣ ଭାବେ ଉତାରି ପାରିବେ। ମୁଁ ଚାହୁଁଛି ସେ ମୋ ଚରିତ୍ରରେ ଅଭିନୟ କରନ୍ତୁ।’

ଦୀପିକା କହିଛନ୍ତି ଯେ ସେ ସାଇନାଙ୍କ ଭୂମିକାରେ ଅଭିନୟ କରିବାକୁ ଆଗ୍ରହୀ ଅଛନ୍ତି।