ମଦ ପିଇ ମାତାଲ୍ ଅବସ୍ଥାରେ ବାର୍‌ରୁ ଧରାହେଲେ ଲିପି !ଦେଖନ୍ତୁ ଭିଡିଓ

ଭୁବେନେଶ୍ୱର(ଓଡିଶା ରିପୋର୍ଟର): ମଦରେ ମାତାଲ୍ ଲିପି। ହାତରେ ମଦ ଗ୍ଲାସ ବାରରେ ଚାଲିଛି ନାଚ ଗୀତ। ମଦ ପିଇ ନିଶାରେ ମସ୍‌ଗୁଲ୍‌ ସେ। ନିଶା ଟିକେ ଚଢିବା ପରେ ଆଉ ପାଦ ଉପରେ ଆୟତ୍ତ ରହୁନି। ଚୁନିତଳେ ଗୀତର ତାଳେ ତାଳେ ନାଚିଚାଲିଛନ୍ତି। ବାର୍‌ ସିଙ୍ଗରଙ୍କଠୁ ମାଇକ୍‌ ଛଡାଇ ଗୀତ ମଧ୍ୟ ଗାଉଛନ୍ତି। ପାଖରେ କିଛି ଲୋକ ଅଛନ୍ତି ଯେ, ଯେଉଁମାନେ ମଦ ଯୋଗାଉଛନ୍ତି। ଏମିତି ହେବାର କାରଣ କ’ଣ? ଏସବୁ ଜାଣି ଆପଣ ଟିକେ ଚିନ୍ତାରେ ପଡିଯିବେଣି ଯେ ସେ ଏମିତି କାହିଁକି ହେଉଛନ୍ତି? ରିଅଲ୍‌ରେ ନୁହେଁ ଏସବୁ ଚାଲିଛି ରିଲ୍‌ ପାଇଁ। ଏସବୁ ଦୃଶ୍ୟ କେବଳ ପରଦା ପାଇଁ। ଅର୍ଥାତ୍ ତରଙ୍ଗରେ ପ୍ରସାରିତ ହେଉଥିବା ଧାରାବାହିକ ତାରା ତାରିଣୀ ପାଇଁ। ଯେଉଁଥିରେ ଲିପି ଦୁଇଟି ଚରିତ୍ରରେ ଅଭିନୟ କରୁଛନ୍ତି। ଗୋଟେ ତାରା ଓ ଆଉ ଜଣେ ତାରିଣୀ। କାହାଣୀ ଅନୁଯାୟୀ ତାରା ଏକ ମଡର୍ଣ୍ଣ ଝିଅ। ମଦ ପିଇବା, ବାର୍‌ ଓ ଡିସ୍‌କୋରେ ସମୟ ବିତାଇବା ତା’ ପାଇଁ କିଛି ବଡ କଥା ନୁହେଁ। କିନ୍ତୁ ତାରିଣୀ ଏକ ଶାନ୍ତ ଝିଅ। ସିନ୍ ଅନୁଯାୟୀ ଲିପି ଅର୍ଥାତ୍ ତାରା ଏବେ ବାର୍‌ରେ। କିଛି ଦୁଃଖ ଆସିଲେ ବା କଷ୍ଟ ହେଲେ ସେ ସବୁକୁ ଭୁଲାଇବା ପାଇଁ ତାରା ଚାଲିଆସନ୍ତି ବାର୍‌କୁ। ଏଥର ମଧ୍ୟ ସେମିତି କିଛି ସିନ୍‌ ଚାଲିଛି। ତାରା ଦୁଃଖି ଅଛନ୍ତି ତେଣୁ ବାର୍‌ ଆସିଛନ୍ତି।

ତେବେ ତାରା ତାରିଣୀ ଲପିଙ୍କ ଅଭିନୀତ ପ୍ରଥମ ଧାରାବାହିକ। ଏଥିରେ ଲିପିଙ୍କ ବିପକ୍ଷରେ ଅଛନ୍ତି ସୁମନ୍।