‘ମହେଞ୍ଜୋଦାରୋ’କୁ ବିନା କଟରେ ରିଲିଜ୍ ପାଇଁ ଅନୁମତି ଦେଲେ ସେନସର ବୋର୍ଡ

ମୁମ୍ବାଇ: ଆଶୁତୋଷ ଗୋୱାରିକରଙ୍କ ଅପକମିଂ ଫିଲ୍ମ ‘ମହେଞ୍ଜୋଦାରୋ’ କୁ ସେନସର ବୋର୍ଡ କୌଣସି କଟ୍‌ ବିନା ରିଲିଜ୍‌ କରିବାକୁ ଅନୁମତି ଦେଇଛନ୍ତି। ଏହି ଫିଲ୍ମରେ କୌଣସି ସିନରେ ସେନସର ବୋର୍ଡ ଆପତ୍ତି ଉଠାଇନାହାନ୍ତି।

ଏହି ଫିଲ୍ମରେ କ୍ରିସ୍‌’ ଷ୍ଟାର ହ୍ରିତିକ୍‌ ରୋଶନ ଓ ନୂଆ ଚୁଲବୁଲି ଅଭିନେତ୍ରୀ ପୂଜା ହେଗ୍‌ଡେଙ୍କୁ ଦେଖିବାକୁ ମିଳିବ। ଫିଲ୍ମ ‘ମହେଞ୍ଜୋଦାରୋ’ ୧୨ଅଗଷ୍ଟରେ ରିଲିଜ୍‌ ହେବ। ଏହି ଫିଲ୍ମରେ ହ୍ରିତିକ୍‌ ରୋଶନ ଓ ପୂଜା ହେଗ୍‌ଡେଙ୍କ ସହିତ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ।

ହ୍ରିତିକ୍‌ ରୋଶନ ପୂର୍ବରୁ ଆଶୁତୋଷ ଗୋୱାରିକରଙ୍କ ସହିତ ‘ଯୋଦ୍ଧା ଆକବର’ରେ କାମ କରି ସାରିଛନ୍ତି।