ଫୋର୍ବସ୍ ଟପ୍ ମୋଷ୍ଟ ସେଲିବ୍ରେଟି ତାଲିକା: ଶୀର୍ଷରେ ଏସଆରକେ

ମୁମ୍ବାଇ: ଶାହାରୁଖ୍ ଖାନ୍ ହେଲେ ଦେଶର ଟପ୍ ମୋଷ୍ଟ ସେଲିବ୍ରେଟି। ଫୋର୍ବସ ମ୍ୟାଗାଜିନ୍ ପକ୍ଷରୁ ଜାରି ଟପ୍ ହଣ୍ଡ୍ରେଡ୍ ଇଣ୍ଡିଆନ୍ ସେଲିବ୍ରିଟିଜ୍ ତାଲିକାର ଶୀର୍ଷରେ ଅଛନ୍ତି ବଲିଉଡର ବାଦଶାହ ଏସଆରକେ। ୫୦ ବର୍ଷୀୟ ଶାହାରୁଖ୍ ଗତବର୍ଷ ତୃତୀୟ ସ୍ଥାନକୁ ଖସି ଯାଇଥିଲେ। ହେଲେ ଏବର୍ଷ ୨୫୭ କୋଟି ୫୦ ଲକ୍ଷ ଟଙ୍କା ଆୟ ସହ ପ୍ରଥମ ସ୍ଥାନକୁ ପୁଣି ଥରେ ଉଠିଛନ୍ତି। ଗତ ବର୍ଷ ଶାହାରୁଖଙ୍କୁ ନମ୍ୱର୍ ୱାନ୍ ସ୍ଥାନରୁ ହଟାଇ ଦେଇଥିବା ସଲମାନ୍ ଖାନ୍ ଏବର୍ଷ […]

srk

srk

Rakesh Mallick
  • Published: Saturday, 12 December 2015
  • Updated: 12 December 2015, 03:58 PM IST

ମୁମ୍ବାଇ: ଶାହାରୁଖ୍ ଖାନ୍ ହେଲେ ଦେଶର ଟପ୍ ମୋଷ୍ଟ ସେଲିବ୍ରେଟି। ଫୋର୍ବସ ମ୍ୟାଗାଜିନ୍ ପକ୍ଷରୁ ଜାରି ଟପ୍ ହଣ୍ଡ୍ରେଡ୍ ଇଣ୍ଡିଆନ୍ ସେଲିବ୍ରିଟିଜ୍ ତାଲିକାର ଶୀର୍ଷରେ ଅଛନ୍ତି ବଲିଉଡର ବାଦଶାହ ଏସଆରକେ। ୫୦ ବର୍ଷୀୟ ଶାହାରୁଖ୍ ଗତବର୍ଷ ତୃତୀୟ ସ୍ଥାନକୁ ଖସି ଯାଇଥିଲେ। ହେଲେ ଏବର୍ଷ ୨୫୭ କୋଟି ୫୦ ଲକ୍ଷ ଟଙ୍କା ଆୟ ସହ ପ୍ରଥମ ସ୍ଥାନକୁ ପୁଣି ଥରେ ଉଠିଛନ୍ତି। ଗତ ବର୍ଷ ଶାହାରୁଖଙ୍କୁ ନମ୍ୱର୍ ୱାନ୍ ସ୍ଥାନରୁ ହଟାଇ ଦେଇଥିବା ସଲମାନ୍ ଖାନ୍ ଏବର୍ଷ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କର ଆୟ ରହିଛି ୨୦୨ କୋଟି ୭୫ ଲକ୍ଷ। ତେବେ ଏଥର ତୃତୀୟ ସ୍ଥାନକୁ ଖସି ଆସିଛନ୍ତି ବଲିଉଡ୍ ମେଗା ଷ୍ଟାର୍ ଅମିତାଭ ବଚ୍ଚନ। ତାଙ୍କ ବାର୍ଷିକ ଆୟ ୧୧୨ କୋଟି ଟଙ୍କା ଥିବା ବେଳେ ଲୋକପ୍ରିୟତାରେ କିନ୍ତୁ ସେ ସବୁଠାରୁ ଆଗରେ ରହିଛନ୍ତି। ତେବେ ତାଲିକାର ଚତୁର୍ଥ ସ୍ଥାନକୁ ବଜାୟ ରଖିଛନ୍ତି ଟିମ୍ ଇଣ୍ଡିଆର ୱାନଡେ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ। ସେପଟେ କିନ୍ତୁ ପ୍ରଥମ ଥର ଟପ୍ ଫ।ଇଭରେ ସ୍ଥାନିତ ହୋଇଛନ୍ତି ଆମିର ଖାନ୍। ସୁପର୍ ଡୁପର୍ ହିଟ୍ ଫିଲ୍ମ ‘ପିକେ’ରୁ ମିଳିଥିବା ରେଭିନ୍ୟୁ ଏବଂ ବିଜ୍ଞାପନରୁ ସେ ଆୟ କରିଛନ୍ତି ୧୦୪ କୋଟି ୨୫ ଲକ୍ଷ।  ତାଲିକାର ଟପ୍ ଟେନରେ ଥିବା ଅନ୍ୟମାନେ ହେଲେ ଅକ୍ଷୟ କୁମାର, ବିରାଟ୍ କୋହଲି, ଦୀପିକା ପାଦୁକୋନ୍ ଏବଂ ରିତିକ୍ ରୋଶନ୍। ଏବର୍ଷ ପ୍ରଥମ ଥର ଲାଗି କ୍ରିକେଟର୍ ରବିଚନ୍ଦ୍ରନ୍ ଅଶ୍ୱୀନ୍, ସୁପର୍ ହିଟ୍ ଫିଲ୍ମ ବାହୁବଳିର ନିର୍ମାତା ରାଜାମୌଲି ଏବଂ ଅଭିନେତା ପ୍ରଭାସ ସେଲିବ୍ରିଟିଜ୍ ତାଲିକାରେ ସ୍ଥାନ ପାଇଛନ୍ତି। ସେଲିବ୍ରିଟିଜଙ୍କ ଆୟ ଓ ଲୋକପ୍ରିୟତାକୁ ଆଧାର କରି ଫୋର୍ବସ୍ ଇଣ୍ଡିଆ ଟପ୍ ହଣ୍ଡ୍ରେଡ୍ ସେଲିବ୍ରିଟିଜ୍ ତାଲିକା ପ୍ରକାଶ କରିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos