ମୁମ୍ୱାଇ: ସୁନୀଲ ସେଟ୍ଟୀଙ୍କ ଝିଅ ଆତିଥ୍ୟା ଏଇ ମାତ୍ର ବର୍ଷେ ହେଲା ବଲିଉଡ୍ରେ ପାଦ ଥାପିଛନ୍ତି। କିନ୍ତୁ ଅନ୍ୟ ଷ୍ଟାରଙ୍କ ଭଳି ସେ ବି ଗୁଜବରୁ ବର୍ତ୍ତି ନାହାନ୍ତି। ତାଙ୍କୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳୁଛି। ତେବେ ନୂଆ ନୂଆ କି ବଲିଉଡ୍ରେ ପାଦ ଥାପିଥିବା ଆତିଥ୍ୟା ଏସବୁ ଖାତିର କରୁ ନାହାନ୍ତି। ସେ କହିଛନ୍ତି ତାଙ୍କ ସଂପର୍କରେ ହେଉଥିବା ଆଲୋଚନା ଗୁଡ଼ିକୁ ସେ ଗୁରୁତ୍ୱ ଦିଅନ୍ତି ନାହଁ।
ଆତିଥ୍ୟା କହିଛନ୍ତି, ମୁଁ, ମୋ ପରିବାର ଓ ଆମର ଘନିଷ୍ଠ ଲୋକମାନେ ସତ କ’ଣ ଜାଣନ୍ତି। ତେଣୁ ମୁଁ ଉଡ଼ା କଥାକୁ ନେଇ ବ୍ୟସ୍ତ ହୁଏ ନାହିଁ। ମୋ ବାପା ଦୀର୍ଘ ବର୍ଷ ହେଲା ବଲିଉଡ୍ରେ କାମ କରୁଛନ୍ତି। ସେଲିବ୍ରିଟିଙ୍କ କ୍ଷେତ୍ରରେ ଏଭଳି ଗସିପ୍ ଶୁଣିବାକୁ ମିଳେ ବୋଲି ସେ ଭଲ ଭାବେ ଜାଣିଛନ୍ତି। ତେଣୁ ଏଭଳି କିଛି ବିଷୟକୁ ନେଇ ଘରେ ଆଲୋଚନା ହୁଏ ନାହିଁ।
ଶୁଣିବାକୁ ମିଳୁଛି ‘ହୀରୋ’ର ଏହି ୨୩ ବର୍ଷୀୟ ନାୟିକା ‘କି ଆଣ୍ଡ୍ କା’ର ଆକ୍ଟର ଅଜୁର୍ନ କପୁରଙ୍କ ସହିତ ଡେଟିଂ କରୁଛନ୍ତି। କିଛି ଦିନ ତଳେ ଦୁହିଁଙ୍କୁ ମୁମ୍ୱାଇର ଏକ ପାର୍ଟିରେ ଦେଖିବାକୁ ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।
Entertainment
'ବନବାସ୍' ରିଲିଜ ପୂର୍ବରୁ ପୁରୀରେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା
ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତା ଉତ୍କର୍ଷ ଶର୍ମା। ଆଗାମୀ ଚଳଚ୍ଚିତ୍ର 'ବନବାସ୍'ର ସଫଳତା କାମନା କଲେ।
Entertainment
ଅଭିନେତା ସିଦ୍ଦିକିଙ୍କୁ 'ସୁପ୍ରିମ୍' ଆଶ୍ୱସ୍ତି, ଦୁଷ୍କର୍ମ ମାମଲାରେ ମିଳିଲା ଆଗୁଆ ଜାମିନ
ହେମା କମିଟି ରିପୋର୍ଟ ଆସିବା ପରେ ମାଲୟାଲମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ତାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।