ପୁଣି ବିବାହ କଲେ କି ନୁସରତ? ଫଟୋରୁ ହେଲା ଖୁଲାସା

କୋଲକାତା: ପୁଣି ବିବାହ କରିଛନ୍ତି କି ଅଭିନେତ୍ରୀ ତଥା ଟିଏମ୍‌ସି ସଂସଦ ନୁସରତ ଜାହାଁ? ନିକଟରେ ସେ ଅଭିନେତା ୟଶ ଦାସଗୁପ୍ତାଙ୍କୁ ନିଜ ସ୍ୱାମୀ ଭାବେ ସ୍ୱୀକାର କରିଛନ୍ତି। ଏକଥା ଆମେ କହୁନି ସେ ନିଜେ କହିଛନ୍ତି। ଫଟୋ ଶେଆର କରି ନୁସରତ ଏହାର ଖୁଲାସା କରିଛନ୍ତି।

ନୁସରତ ଗତ ରାତିରେ ୟଶ ଦାସଗୁପ୍ତାଙ୍କ ଜନ୍ମଦିନ ସେଲିବ୍ରେଟ କରିଛନ୍ତି। ସେ ଏହାର କିଛି ଫଟୋକୁ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେଥିରୁ ଗୋଟିଏ ଫଟୋ ଏବେ ସମସ୍ତଙ୍କ ଧାନ ଆକର୍ଷିତ କରିଛି। ଫଟୋରେ ୟଶ୍‌ ଦାସଗୁପ୍ତାଙ୍କ ହାପି ବାର୍ଥ ଡେ’ କେକ୍‌ ରହିଛି। କେକ୍‌ ଉପରେ ଲେଖା ହୋଇଛି ‘Husbend ଓ Dad’। ଏହି ଫଟୋକୁ ଦେଖିବା ପରେ ନୁସରତ ପୁଣି ଥରେ ୟଶ ଦାସଗୁପ୍ତାଙ୍କୁ ଲୁଚାଛପାରେ ବିବାହ କରିନେଇଥିବା ନେଇ ଆଶଙ୍କା କରୁଛନ୍ତି। ସେପଟେ କିନ୍ତୁ ବିବାହ ନେଇ ଉଭୟଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ନୁସରତଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।Nushrat and yash

ଏହି କେକ୍‌ ଫଟୋ ବ୍ୟତୀତ ନୁସରତ ୟଶୁ ଦାସଗୁପ୍ତାଙ୍କ ସହ ଏକାଠି କ୍ୟାଣ୍ଡେଲ ଲାଇଟ୍‌ ଡିନ୍‌ର କରୁଥିବା ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଫଟୋର କ୍ୟାପସରେ ସେ ‘ହାପି ବାର୍ଥ ଡେ’ ମାଇ ଲଭ୍‌’ ବୋଲି ଲେଖିଛନ୍ତି।

ସୂଚନା ମୁତାବବ ଛୁଆ ଜନ୍ମ ପରେ ୟଶ୍‌ ଏବଂ ନୁସରତ ଏକାଠି ରହୁଛନ୍ତି। ଏହି କାରଣ ଯୋଗଁ ଉଭୟ ବିବାହ କରିନେଇଥିବା ନେଇ ଲୋକେ ଚର୍ଚ୍ଚ କରୁଛନ୍ତି।

ବିବାହ ଭାଙ୍ଗିବା ଠାରୁ ଆରମ୍ଭ ଛୁଆ ଜନ୍ମ ହେବା ଯାଏଁ, ନୁସରତ ପ୍ରଶ୍ନ ଘେରରେ ରହିଥିଲେ। କେତେବେଳେ ତାଙ୍କ ଛୁଆର ବାପାଙ୍କୁ ନେଇ ତ ଆଉ କେତେବେଳେ ଅଭିନେତା ୟଶ ଦାସଗୁପ୍ତାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ତାଙ୍କ ଉପରେ ପ୍ରଶ୍ନ ଉଠିଥିଲା। ତେବେ ଏସବୁ ବିଷୟରେ ନୁସରତ କେବେବି ସାମ୍ନାକୁ ଆସି ଉତ୍ତର ଦେଇନାହାନ୍ତି। ବରଂ ସେ ଏହି ପ୍ରଶ୍ନଗୁଡିକୁ ଏଡାଇଦେଇଛନ୍ତି। କିନ୍ତୁ ଏବେ ନୁସରତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଥିଲା ଭଳି ଜଣାପଡୁଛି। ସେ ଇସାରା ଇସାରାରେ ସବୁ କିଛି ଖୁଲାସା କରିବାକୁ ଚେଷ୍ଟା  କରୁଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।