ନିର୍ବାଚନରେ ମେଲୋଡ଼ି ବଜାଉଛ, ଆମ ଗୋଡ଼ରେ ବେଡ଼ି ବାନ୍ଧିଛ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶାରଦୀୟ ପାର୍ବଣରେ ସଞ୍ଜ ହେଉ କି ଶୀତୁଆ ରାତି। ଝଟକୁଥିଲା ପରିବେଶ। ନାଚଗୀତରେ କମ୍ପୁଥିଲା ମଞ୍ଚ। ଲାଇଟ, ସାଉଣ୍ଡ ସହ ଡାଏଲଗରେ ଥରହର ହେଉଥିଲା ପେଣ୍ଡାଲ୍‌। ହେଲେ ଆଜି ସେହି କଳାକାରଟି ମୁଠାଏ ଦାନା ପାଇଁ ଚିନ୍ତାରେ ପଡ଼ିଯାଇଛି। ମହାମାରୀ କରୋନା ପାଇଁ ଯାତ୍ରା ବନ୍ଦ ରହିଥିବାରୁ ଅନେକ କଳାକାର ଘରକୁ ଫେରି ଯାଇଛନ୍ତି। ପାଖରେ ପଇସା ନଥିବାରୁ ଦୁର୍ଦ୍ଦିନରେ ସମୟ ଅତିବାହିତ କରୁଛନ୍ତି। ଜୀବନ ଜୀଉଁବା ପାଇଁ କରୁଛନ୍ତି ସଂଘର୍ଷ। କେବଳ […]

acter

acter

Manoranjan Sial
  • Published: Thursday, 05 November 2020
  • Updated: 05 November 2020, 08:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶାରଦୀୟ ପାର୍ବଣରେ ସଞ୍ଜ ହେଉ କି ଶୀତୁଆ ରାତି। ଝଟକୁଥିଲା ପରିବେଶ। ନାଚଗୀତରେ କମ୍ପୁଥିଲା ମଞ୍ଚ। ଲାଇଟ, ସାଉଣ୍ଡ ସହ ଡାଏଲଗରେ ଥରହର ହେଉଥିଲା ପେଣ୍ଡାଲ୍‌। ହେଲେ ଆଜି ସେହି କଳାକାରଟି ମୁଠାଏ ଦାନା ପାଇଁ ଚିନ୍ତାରେ ପଡ଼ିଯାଇଛି।

ମହାମାରୀ କରୋନା ପାଇଁ ଯାତ୍ରା ବନ୍ଦ ରହିଥିବାରୁ ଅନେକ କଳାକାର ଘରକୁ ଫେରି ଯାଇଛନ୍ତି। ପାଖରେ ପଇସା ନଥିବାରୁ ଦୁର୍ଦ୍ଦିନରେ ସମୟ ଅତିବାହିତ କରୁଛନ୍ତି। ଜୀବନ ଜୀଉଁବା ପାଇଁ କରୁଛନ୍ତି ସଂଘର୍ଷ। କେବଳ ଯାତ୍ରା କଳାକାର କାହିଁକି, ମେଲୋଡ଼ି କଳାକାରଙ୍କ ଅବସ୍ଥା ମଧ୍ୟ ୮ ମାସ ହେଲା ଦୟନୀୟ ହୋଇପଡ଼ିଛି। ଧୂଳିମଳି ଜମିଗଲାଣି ବାଦ୍ୟଯନ୍ତ୍ରରେ। ସୂର ତାଳ ଆଉ ଲୟ ବି ଭୁଲିବା ଭଳି ସ୍ଥିତି ହେଲାଣି। କରୋନାର କରାଳ ରୂପ ସତେଯେମିତି ଜୀବନ ଆଉ ଜୀବିକା ଆଗରେ ଟାଣି ଦେଇଛି ଲକ୍ଷ୍ମଣରେଖା।

ଏଭଳି ଦୁର୍ଦ୍ଦିନ ସମୟରେ ସହାୟତା ପାଇଁ ପୂର୍ବରୁ ସରକାରଙ୍କୁ କେତେ ନେହୁରା ହୋଇଛନ୍ତି ଦୁଃସ୍ଥ କଳାକାର। ହେଲେ ସହାୟତା ଦେଲେନାହିଁ। କୋଭିଡ୍ କଟକଣା ବି କୋହଳ କଲେନାହିଁ। ସେପଟେ ଉପ-ନିର୍ବାନ ପ୍ରଚାର ବେଳେ ନାଚଗୀତରେ ମାତିଲେ ସରକାର। ହେଲେ ରଙ୍ଗ ମାଖିଲେ ପେଟ ପୁଷୁଥିବା କଳାକାରଙ୍କୁ ଏଯାଏଁ ମିଳିପାରିଲାନି କୌଣସି ଅନୁମତି। ଏହାର ପ୍ରତିବାଦରେ କଳାକାରମାନେ ଆଜି ରାଜଧାନୀର ପିଏମ୍‌ଜି ଛକରେ ଧାରଣା ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଆଉ ସରକାରଙ୍କୁ ଦେଇଛନ୍ତି ଖୋଲା ଚେତାବନୀ। ଆଗକୁ ଯାତ୍ରା କିମ୍ବା ମେଲୋଡି ପରିବେଷଣ ପାଇଁ ସରକାର ଯଦି ଅନୁମତି ନଦେଲେ, ଶହ ଶହ କଳାକାର ଆତ୍ମାହୂତି ଦେବେ ବୋଲି ଅଭିନେତ୍ରୀ ରାଣୀ ପଣ୍ଡା କହିଛନ୍ତି।

ଯାତ୍ରା ହେଉ ଅବା ମେଲୋଡ଼ି, ବୃତ୍ତିରେ ଡୋରି ଲାଗିବା ପରଠୁ ନିଜ ନିଜର ଭବିଷ୍ୟତକୁ ନେଇ ଅନ୍ଧାରରେ କଳାକାର। ଏଭଳି ସ୍ଥିତିରେ ତାଙ୍କୁ ସହାୟ ହେବେ କିଏ? ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story