ଜନ୍ ହ୍ୟାଣ୍ଡସମ୍ ନୁହଁନ୍ତି

ମୁମ୍ବାଇ: ମାର୍ଚ୍ଚ ୨୫ରେ ରିଲିଜ୍ ହେବ ‘ରକି ହ୍ୟାଣ୍ଡସମ୍’। ଏଥିରେ ମୁଖ୍ୟ ଭୂମିକାରେ ଅଛି ଜନ୍ ଆବ୍ରାହମ। ଫିଲ୍ମଟିର ନାଁ ‘ରକି ହ୍ୟାଣ୍ଡସମ୍’ ହୋଇଥିବା ବେଳେ ଜନ୍ କିନ୍ତୁ କହିଛନ୍ତି ଯେ ସେ ହ୍ୟାଣ୍ଡସମ୍ ନୁହଁନ୍ତି।

ଜନ୍ କହିଛନ୍ତି,“ମୁଁ ଭାବୁ ନାହିଁ ମୁଁ ହ୍ୟାଣ୍ଡସମ୍। କିନ୍ତୁ ମୋର ଆଗାମୀ ଫିଲ୍ମରେ ମୁଁ ହ୍ୟାଣ୍ଡସମ୍ ଭୂମିକାରେ ଆସୁଛି। ଏଥିରେ ମୁଁ ଯେଉଁ ଚରିତ୍ରରେ ଅଭିନୟ କରିଛି, ତା’ର ନାଁ ହେଉଛି ରକି ହ୍ୟାଣ୍ଡସମ୍।’

ସେ କହିଛନ୍ତି,“ମୁଁ ସବୁ ବେଳେ ଫିଟ୍ ରହିବାକୁ ଚେଷ୍ଟା କରେ। ମୁଁ ଜଣେ ଆଭେରେଜ୍ ବ୍ୟକ୍ତି।”

“ରକି ହ୍ୟାଣ୍ଡସମ୍‌”ର ନିର୍ଦ୍ଦେଶନା ଦେଇଛନ୍ତି ନିଶିକାନ୍ତ କାମତ।