ମୁମ୍ବାଇ: ବି-ଟାଉନ୍କୁ ଖୁବଶୀଘ୍ର ଆସୁଛି ‘ହାଉସ୍ ଫୁଲ୍-୩’। ଏହି ଫିଲ୍ମ ଆସନ୍ତା ଜୁନ୍ରେ ରିଲିଜ୍ ହେବ। ଏହାର ସୁଟିଂ କାର୍ଯ୍ୟ ଅକ୍ଟୋବରରୁ ଆରମ୍ଭ ହୋଇଛି। ଏବେ ଏହି ଫିଲ୍ମ ଶେଷ ଭାଗର କିଛି ଅଂଶ ଭାରତରେ ସୁଟିଂ ଚାଲିଥିବା ବେଳେ ଆଉ କିଛି ଅଂଶ ବିଦେଶରେ ଚାଲିଛି। ୨୦୧୦ର ‘ହାଉସ୍ ଫୁଲ’ ଓ ୨୦୧୨ର ‘ହାଉସ ଫୁଲ-୨’ର ସଫଳତା ପରେ ନିର୍ଦ୍ଦେଶକ ସାଜିଦ୍ ନଜିଆଦ୍ୱାଲା ଏହି ଫିଲ୍ମର ସିକ୍ୟୁଏଲ କରିବାକୁ ସ୍ଥିର କରିଛନ୍ତି। ଏଥିରେ ବିଭିନ୍ନ ଭୂମିକାରେ ଅକ୍ଷୟ କୁମାର, ଅଭିଶେଖ ବଚ୍ଚନ୍, ରିତେଶ ଦେଶମୁଖ୍, ଜେ. ଫର୍ଣ୍ଣାଣ୍ଡିସ୍, ନାର୍ଗିସ୍ ଫକ୍ରି, ଲିସା ହେଦୋନ୍, ବମନ ଇରାନୀ, ଜ୍ୟାକି ସ୍ରଫ୍, ଚମକି ପାଣ୍ଡେ ଓ ସମୀର କୋଚେ ପ୍ରମୁଖ ଅଭିନୟ କରିବେ। ଅନ୍ୟପକ୍ଷରେ ଏହି ସିନେମାରେ ଐଶର୍ଯ୍ୟାଙ୍କ ୱାକ୍ସ ଷ୍ଟାଚ୍ୟୁକୁ ନେଇ କାହାଣୀ ଗତିଶୀଳ ହେବ। ନିର୍ଦ୍ଦେଶକ ସାଜିଦ୍ ନାଜିଆଦୱାଲା ଏହି ସିକ୍ୱେନ୍ସକୁ ଲଣ୍ତନର ମ୍ୟାଡାମ୍ ତୁଷାଦ ମ୍ୟୁଜିୟମ୍ରେ ସୁଟ୍ କରିବେ ବୋଲି ଶୁଣିବାକୁ ମିଳୁଥିଲା। କିନ୍ତୁ ଅନୁମତି ନ ମିଳିବାରୁ ଏବେ ସେ ଗୋଟେ ସେଟ୍ ତିଆରି କରି ଏହି କାମ କରିବେ ବୋଲି ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।
Entertainment
ଜାନୁଆରୀ ୨୪ରେ ଆସୁଛି 'ସ୍କାଏ ଫୋର୍ସ', ବଡ଼ ପରଦାରେ ୧୯୬୫ ଭାରତ-ପାକ୍ ଯୁଦ୍ଧର ଅକୁହା କାହାଣୀ
ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବେ ଅକ୍ଷୟ କୁମାର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।