ବିବାହ କଲେ ‘କୁଣ୍ଡଲି ଭାଗ୍ୟ’ ଫେମ୍‌ ଶ୍ରଦ୍ଧା, ଜାଣନ୍ତୁ, କାହାକୁ କଲେ ଜୀବନସାଥୀ

ବମ୍ବେ: ହାତକୁ ଦି ହାତ ହେଲେ ‘କୁଣ୍ଡଲି ଭାଗ୍ୟ’ ଫେମ୍‌ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା। ଶ୍ରଦ୍ଧା ନିଜ ଦୀର୍ଘ ଦିନର ବୟଫ୍ରେଣ୍ଡ ରାହୁଲ ଶର୍ମାଙ୍କୁ ବିବାହ କରିଛନ୍ତି । ରାହୁଲଙ୍କର କୌଣସି ଫିଲ୍ମି ବ୍ୟାକ ଗ୍ରାଉଣ୍ଡ ନ ଥିବା ବେଳେ ସେ ଜଣେ ନାଭି ଅଫିସର ବୋଲି ଜଣାପଡ଼ିଛି। ଶ୍ରଦ୍ଧା ସବୁବେଳେ ରାହୁଲଙ୍କୁ ମିଡିଆଠୁ ଦୂରେଇ ରଖୁଥିବା ବେଳେ ତାଙ୍କୁ ନେଇ ସସ୍‌ପେନ୍ସ ଲାଗି ରହିଥିଲା। ହେଲେ ଏବେ ହାତକୁ ଦି ହାତ ହେବା ପରେ ଉଭୟଙ୍କ […]

shraddha-arya

shraddha-arya

Niharika Rout
  • Published: Wednesday, 17 November 2021
  • Updated: 17 November 2021, 09:25 AM IST

Sports

Latest News

ବମ୍ବେ: ହାତକୁ ଦି ହାତ ହେଲେ ‘କୁଣ୍ଡଲି ଭାଗ୍ୟ’ ଫେମ୍‌ ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା। ଶ୍ରଦ୍ଧା ନିଜ ଦୀର୍ଘ ଦିନର ବୟଫ୍ରେଣ୍ଡ ରାହୁଲ ଶର୍ମାଙ୍କୁ ବିବାହ କରିଛନ୍ତି । ରାହୁଲଙ୍କର କୌଣସି ଫିଲ୍ମି ବ୍ୟାକ ଗ୍ରାଉଣ୍ଡ ନ ଥିବା ବେଳେ ସେ ଜଣେ ନାଭି ଅଫିସର ବୋଲି ଜଣାପଡ଼ିଛି।

ଶ୍ରଦ୍ଧା ସବୁବେଳେ ରାହୁଲଙ୍କୁ ମିଡିଆଠୁ ଦୂରେଇ ରଖୁଥିବା ବେଳେ ତାଙ୍କୁ ନେଇ ସସ୍‌ପେନ୍ସ ଲାଗି ରହିଥିଲା। ହେଲେ ଏବେ ହାତକୁ ଦି ହାତ ହେବା ପରେ ଉଭୟଙ୍କ ବିବାହ ବେଳର ଫଟୋ ଭାଇରାଲ ହେବାରେ ଲାଗିଛି।

ଗତ ରାତିରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିବା ବେଳେ ଶ୍ରଦ୍ଧା ଗୋଲଡେନ-ମେରୁନ କଲରର ଲେହେଙ୍ଗା ପିନ୍ଧିଥିଲେ। ଏହା ସହ ମ୍ୟାଚିଂ ଜୁଏଲାରୀରେ ଖୁବ୍‌ ସୁନ୍ଦର ଲାଗୁଥିଲେ ଶ୍ରଦ୍ଧା। ସେହିପରି ହ୍ୱାଇଟ୍‌ କଲର ଶେରୱାନୀରେ  ରାହୁଲ ବି କୌଣସି ରାଜକୁମାରଠାରୁ କମ୍‌ ଲାଗୁ ନ ଥିଲେ।

[caption id="attachment_692330" align="aligncenter" width="650"]sharaddha-arya-with-husband ସ୍ୱାମୀଙ୍କ ସହ ଶ୍ରଦ୍ଧା ଆର୍ଯ୍ୟ ।[/caption]

ରାହୁଲଙ୍କୁ ବରଣ ମାଳା ପିନ୍ଧାଇବାକୁ ଯାଉଥିବା ବେଳେ ଶ୍ରଦ୍ଧାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶ୍ରଦ୍ଧା ରାହୁଲଙ୍କୁ ‘ଆସ, ମୋତେ ଉଠାଓ’ ବୋଲି ଖୁଲମଖୁଲା କହୁଥିବା ଶୁଣିବାକୁ ମିଳୁଛି। ଏହା ଖୁବ୍‌ ଭାଇରାଲ ହେଉଥିବା ବେଳେ ଏହାପରେ ଶ୍ରଦ୍ଧାଙ୍କୁ ନେବାକୁ ରାହୁଲ ପହଞ୍ଚୁଥିବା ଦେଖିବାକୁ ମିଳୁଛି।

ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଶ୍ରଦ୍ଧା ବହୁ ହିନ୍ଦୀ ଓ ତେଲଗୁ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି। ହେଲେ ତାଙ୍କ ସ୍ୱାମୀ ରାହୁଲଙ୍କର ଫିଲ୍ମ ସହ କୌଣସି ସମ୍ପର୍କ ନାହିଁ।  ଉଭୟଙ୍କର ଆରେଞ୍ଜ କମ୍‌ ଲଭ୍‌ ମ୍ୟାରେଜ ହୋଇଥିବା ବେଳେ ଫ୍ୟାମିଲି ଜରିଆରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ବଢ଼ିଥିଲା ଓ ଲାଇଫ୍‌ ପାର୍ଟନର ହେବାକୁ ଉଭୟ ନିଷ୍ପତ୍ତି ନେଇଥିଲେ। ରାହୁଲ ସବୁବେଳେ ମିଡିଆଠୁ ଦୂରରେ ରହିବାକୁ ଭଲ ପାଆନ୍ତି।

[caption id="attachment_692331" align="aligncenter" width="650"] sharaddha-arya-with-husb ସ୍ୱାମୀଙ୍କ ସହ ଶ୍ରଦ୍ଧା ଆର୍ଯ୍ୟ ।[/caption]

ଶ୍ରଦ୍ଧା ନିଜ ରିଲେସନ୍‌କୁ ନେଇ ମୁହଁ ଖୋଲୁ ନ ଥିବା ବେଳେ କିଛି ଦିନ ପୂର୍ବେ ସେ ଏକ ଫଟୋ ଇନଷ୍ଟାରେ ପୋଷ୍ଟ କରିଥିଲେ। ଉକ୍ତ ପୋଷ୍ଟରେ ଜଣେ ବ୍ୟକ୍ତି ନିଜ ହାତରେ ଶ୍ରଦ୍ଧା ନାଁର ମେହେନ୍ଦୀ ଲଗାଉଥିବା ବେଳେ ତାଙ୍କ ମୁହଁରେ କିନ୍ତୁ ହାର୍ଟ ଆକୃତିର ଷ୍ଟିକର ଥିଲା। ତେଣୁ ଶ୍ରଦ୍ଧା ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ଫ୍ୟାନ୍ସ ଜାଣି ସାରିଥିବା ବେଳେ କାହାକୁ ବିବାହ କରିବେ ତାକୁ ନେଇ ଦେଖାଦେଇଥିଲା ଉତ୍ସୁକତା।  ଏହାପରେ  ଉଭୟଙ୍କ ବିବାହ ପୋଷ୍ଟ ହେବା ପରେ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos