ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଗୀତ ପୁରୁଣା, ହେଲେ ପରିବେଷଣ କରାଯାଇଛି ନୂଆ ସ୍ୱାଦରେ। ମନରୁ ଲିଭି ଆସୁଥିବା ପୁରୁଣା ଗୀତକୁ ଅଧିକ ଆକର୍ଷଣୀୟ ଓ ଶୃତିମଧୁର କରି ନିଆରା ଢଙ୍ଗରେ ଉପସ୍ଥାପନ କରିଛି ‘ତରଙ୍ଗ ମ୍ୟୁଜିକ୍’। ପୂର୍ବରୁ ରିଲିଜ୍‌ ହୋଇଥିବା ଓଡ଼ିଆ ସିନେମା ଏବଂ ଆଲବମ ସଙ୍ଗୀତକୁ ନେଇ ଭିନ୍ନ ରୂପରେ ଦର୍ଶକଙ୍କୁ ଭେଟି ଦିଆଯାଉଛି। କାର୍ଯ୍ୟକ୍ରମର ନାଁ ରହିଛି ‘ୱାଇଲ୍ଡ ଷ୍ଟୋନ୍‌ ମ୍ୟୁଜିକ୍‌ ଷ୍ଟୁଡିଓ’।

ଏହି ଶୋ'ରେ ମୁଖ୍ୟତଃ ସୁପରହିଟ୍‌ ଗୀତ ଗୁଡ଼ିକୁ ଚୟନ କରି ସେଗୁଡ଼ିକୁ ରିମିକ୍ସର ରୂପ ଦିଆଯାଇଛି। ଯାହା ଦର୍ଶକଙ୍କ ହୃଦୟକୁ ବେଶ୍ ଛୁଇଁପାରିଛି। ଯୁବପିଢୀର ପସନ୍ଦକୁ ଆଖି ଆଗରେ ରଖି ଏଭଳି ଗୀତ ତିଆରି କରଯାଇଛି। ଗୀତ ଗୁଡ଼ିକୁ ଯେଭଳି ହୃଦୟସ୍ପର୍ଶୀ ହୋଇପାରିବ ସେଥିପାଇଁ ଅଧିକ ଧ୍ୟାନ ଦିଆଯାଇଛି। ତେଣୁ ସ୍ୱର ସହିତ ଆଧୁନିକ ବାଦ୍ୟର ଜବରଦସ୍ତ ସଙ୍ଗମ ରହିଛି ଏହି ମ୍ୟୁଜିକ ଶୋ'ରେ। ନିକଟରେ ଏହି ଶୋ'ରେ ଗାନ କରାଯାଇଥିଲା ଏକ ସୁମଧୁର ପୁରୁଣା ଗୀତ 'ନାହିଁ ମୋ ପାଦେ ଆଜି ନୂପୁର'। ଏହି ଗୀତକୁ ଗାଇଥିଲେ ଗାୟିକା ଅର୍ପିତା। ଏହାର ମ୍ୟୁଜିକ୍ ଦେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ। ପୂର୍ବରୁ ୧୯୮୨ରେ ‘ଫୁଲ ଚନ୍ଦନ’ ଚଳଚ୍ଚିତ୍ରରେ ଏହି ଗୀତଟିକୁ ଗାଇଥିଲେ ଅଲକା ୟଗ୍ନିକ୍ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସରୋଜ ପଟ୍ଟନାୟକ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।