ଫିଲ୍ମ ନିର୍ମାତା ଦିଲୀପ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ ଫିଲ୍ମ ପୁରସ୍କାରରେ ସମ୍ମାନିତ ବିଶିଷ୍ଟ ଫିଲ୍ମ ନିର୍ମାତା ଦିଲୀପ ପଟ୍ଟନାୟକଙ୍କର ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ଶ୍ରୀ ପଟ୍ଟନାୟକ ପ୍ରାୟ ଦୁଇମାସ ଧରି ଅସୁସ୍ଥ ଥିଲେ। ସେ ଅବିବାହିତ ଥିଲେ। ଇଂରାଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଶ୍ରୀ ପଟ୍ଟନାୟକ ଦୀର୍ଘ ଦିନ ଧରି ଫିଲ୍ମ ନିର୍ମାଣ ଓ ସିନେକ୍ସଟାସୀ ଫିଲ୍ମ ସୋସାଇଟି ସହ […]

dillip

dillip

Jitendra Garnayak
  • Published: Sunday, 30 December 2018
  • Updated: 30 December 2018, 12:45 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ ଫିଲ୍ମ ପୁରସ୍କାରରେ ସମ୍ମାନିତ ବିଶିଷ୍ଟ ଫିଲ୍ମ ନିର୍ମାତା ଦିଲୀପ ପଟ୍ଟନାୟକଙ୍କର ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ଶ୍ରୀ ପଟ୍ଟନାୟକ ପ୍ରାୟ ଦୁଇମାସ ଧରି ଅସୁସ୍ଥ ଥିଲେ। ସେ ଅବିବାହିତ ଥିଲେ।

dilip1ଇଂରାଜୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଶ୍ରୀ ପଟ୍ଟନାୟକ ଦୀର୍ଘ ଦିନ ଧରି ଫିଲ୍ମ ନିର୍ମାଣ ଓ ସିନେକ୍ସଟାସୀ ଫିଲ୍ମ ସୋସାଇଟି ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ। ପରବର୍ତ୍ତୀ ସମୟରେ ସେ ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶନା ବିଭାଗରୁ ସ୍ନାତକ ଡିଗ୍ରୀ ଲାଭ କରିଥିଲେ।

୨୦୧୧ ମସିହାରେ ପ୍ରଖ୍ୟାତ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ସଙ୍ଗୀତ ସାଧନା ଉପରେ ସେ ନିର୍ମାଣ କରିଥିବା ବୃତ୍ତଚିତ୍ର ‘ନୀଳମାଧବ’ଶ୍ରେଷ୍ଠ ବୃତ୍ତଚିତ୍ର ଭାବେ ବିବେଚିତ ହୋଇ ଜାତୀୟ ଫିଲ୍ମ ପୁରସ୍କାର ଲାଭ କରିଥିଲା।

ଶ୍ରୀ ପଟ୍ଟନାୟକ ୨୦୧୬ ମସିହା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆର ଇଣ୍ଡିଆନ ପ୍ୟାନୋରାମା ବିଭାଗ ପାଇଁ ଫିଲ୍ମ ଚୟନ ଜୁରୀର ସଦସ୍ୟ ମଧ୍ୟ ଥିଲେ। ଶ୍ରୀ ପଟ୍ଟନାୟକ ଦିବଙ୍ଗତ ଫିଲ୍ମ ନିର୍ମାତା ନୀରଦ ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଥିଲେ।

ଶ୍ରୀ ପଟ୍ଟନାୟକଙ୍କ ବିଯୋଗରେ ଫିଲ୍ମ ଜଗତ ଓ ତାଙ୍କ ଶୁଭେଚ୍ଛୁ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos