ପ୍ରେମ ତୋର ବଦମାସ୍..ଭାରି ବଜାରୀ..

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆଗକୁ ଆସୁଛି ତରଙ୍ଗ ସିନେ ପ୍ରଡକ୍ସନର ନୂଆ ଫିଲ୍ମ ‘ହାପି ଲକି’। ଏହା ତରଙ୍ଗର ଏକାଦଶ ଫିଲ୍ମ। ଫିଲ୍ମର ସୁଟିଂ ଏବେ ଜୋରସୋରରେ ଚାଲିଛି । କାରଣ ଫିଲ୍ମଟି ନୂଆବର୍ଷରେ ରିଲିଜ ହେବାକୁ ଯାଉଛି। ପାଖରେ ଆଉ ହାତ ଗଣତି କିଛି ଦିନ ଥିବାରୁ ପୁରା ଟିମ୍ ଏବେ ଫିଲ୍ମ ସୁଟିଂରେ ବ୍ୟସ୍ତ। ଦମ୍‌ଦାର କନ୍‌ସେପ୍ଟ, ଭିନ୍ନ ଶୈଳୀ ଓ ନିଆରା ସୁମଧୁର ଗୀତକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ ସବୁବେଳେ ଫିଲ୍ମ ନିର୍ମାଣ କରିଆସିଛି। ତେଣୁ ଏହି ଫିଲ୍ମରେ ସେମିତି ୫ଟି ସୁନ୍ଦର ଗୀତ ସାମିଲ ଅଛି। ସେଥିରୁ ଏକ ନିଆରା ଅନ୍ଦାଜର ଗୀତ ହେଉଛି ‘ପ୍ରେମ ତୋର ବଦମାସ୍‌’। ଯାହାକୁ ଗାଇଛନ୍ତି ହ୍ୟୁମାନ ସାଗର ଏବଂ ଦିପ୍ତୀରେଖା। ସଂଗିତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ। ଏ ଗୀତଟିକୁ ଲେଖିଛନ୍ତି ‘ଚାଲ କରିବା ଠିଆ ପାଲା’ ଫେମ୍ ଗୀତିକାର ସୁବ୍ରତ ସ୍ୱାଇଁ।

ନିକଟରେ ଏହି ଗୀତର ମେକିଂ ହୋଇଛି। ଯେଉଁଥିରେ ପୁରା ଟିମ୍ ଗୀତକୁ ନିର୍ମାଣ କରିବା ସମୟରେ ବେସ୍ ଖୁସି ଥିବାର ଦେଖାଯାଉଛନ୍ତି। ପୂର୍ବରୁ ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ନିର୍ମିତ ଚଳଚ୍ଚିତ୍ରରେ ହ୍ୟୁମାନ ଓ ଦିପ୍ତି କିଛି ଗୀତରେ କଣ୍ଠଦାନ କରିଥିଲେ। ଯାହା ହିଟ୍ ହୋଇଥିଲା। ଏଥର ମଧ୍ୟ ଏହି ଗୀତକୁ ଦର୍ଶକେ ବେସ୍ ପସନ୍ଦ କରିବେ ବୋଲି ଆଶା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।