ରାକ୍ଷୀଙ୍କ ପାଇଁ ଦେବଦୂତ ସାଜିଲେ ମୁକେଶ ଅମ୍ବାନୀ

rakhi

rakhi

Niharika Rout
  • Published: Wednesday, 18 January 2023
  • Updated: 18 January 2023, 10:07 AM IST

ମୁମ୍ବାଇ: ଡ୍ରାମା କୁଇନ ରାକ୍ଷୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ। ବ୍ରେନ ଟ୍ୟୁମର ତଥା କ୍ୟାନସର ପରି ସାଂଘାତିକ ବେମାର ସହ ଲଢ଼ୁଥିବା ରାକ୍ଷୀଙ୍କ ମା’ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପ୍ରାୟ ୨ ମାସ ହେବ ରାକ୍ଷୀ ନିଜ ମା’ଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଏବେ ହସ୍ପିଟାଲ ବିଲ୍‌ ତାଙ୍କ ହୋସ ଉଡ଼ାଇ ଦେଉଛି। ସୋଶାଲ ମିଡିଆରେ ନିଜ ଦୁଃଖ ସମ୍ପର୍କରେ ରାକ୍ଷୀ କହୁଥିବା ଦେଖିବାକୁ ମିଳିଥିବା ବେଳେ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ମୁକେଶ ଅମ୍ବାନୀ।

ରାକ୍ଷୀଙ୍କ ମା’ଙ୍କ ଚିକିତ୍ସା ଖର୍ଚ୍ଚ ନିମନ୍ତେ ସେ ଖୁବ୍‌ ସାହାଯ୍ୟ କରୁଥିବା ନିଜେ ରାକ୍ଷୀ ଫ୍ୟାନ୍ସଙ୍କୁ ଜଣାଇଛନ୍ତି।  ରାକ୍ଷୀ କହିଛନ୍ତି, ଏବେ ମମି କାହାକୁ ଚିହ୍ନି ପାରୁ ନାହାନ୍ତି। ସେ ଖାଇପିଇ ପାରୁ ନାହାନ୍ତି। ତାଙ୍କ ଅଧା ଶରୀର ପାରାଲାଇଜ ହୋଇଛି।  ହସ୍ପିଟାଲ ଖର୍ଚ୍ଚ ମୋ’ ହୋସ ଉଡ଼ାଇ ଦେଉଥିବା ବେଳେ ଅମ୍ବାନୀଜୀ  ମୋତେ ଖୁବ୍‌ ସାହାଯ୍ୟ କରିଛନ୍ତି। କାରଣ ସେ ମା’ଙ୍କ ଚିକିତ୍ସା ନିମନ୍ତେ ଖୁବ୍ ସାହାଯ୍ୟ କରୁଛନ୍ତି। ତେଣୁ ତାଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।

୨ ମାସ ପୂର୍ବେ ରାକ୍ଷୀଙ୍କ ମା’ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ମରଣ ସହ ଲଢ଼ୁଛନ୍ତି। ନିଜ ମା’ଙ୍କ ପାଇଁ ରାକ୍ଷୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ବେଳେ ଫ୍ୟାନ୍ସ ତାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

ଏହାବାଦ ଆଦିଲ୍ ଖାନ୍‌ଙ୍କ ସହ  ବିବାହକୁ ନେଇ ଏବେ ଚର୍ଚ୍ଚାରେ ରାକ୍ଷୀ। ସେ ତାଙ୍କ ବୟଫ୍ରେଣ୍ଡ ଆଦିଲ ଖାନ୍ ଦୁରାନୀଙ୍କ ସହ ମୁସ୍‌ଲିମ୍ ରୀତିନୀତିରେ ବିବାହ କରିଥିବା ନେଇ ଦାବି କରିଛନ୍ତି। ଆଦିଲ୍ ଏହି ବିବାହକୁ ମାନିବାକୁ ପ୍ରଥମେ ସଫା ସଫା ମନା କରିଦେଇଥିବା ବେଳେ ଏବେ ଏହାକୁ ସ୍ୱୀକାର କରିଥିବା ଜଣାଯାଇଛି।

ଏହା ପଛରେ ଭାଇଜାନଙ୍କ ଫୋନ୍‌ କଲ୍‌ର ଇମ୍ପାକ୍ଟ ଥିବା ଜଣାପଡ଼ିଛି। ବିବାହ କରିଥିଲେ ସଫା ସଫା କୁହ ନଚେତ ମନା କର ବୋଲି ସଲମାନ କହିବା ପରେ ଆଦିଲ ସୋଶାଲ ମିଡିଆରେ ନିଜ ବିବାହକୁ ସ୍ୱୀକାର କରିଥିବା ଜଣାଯାଇଛି।

ଏହାପରେ ସେ ନିଜ ଇନଷ୍ଟାରେ ରାକ୍ଷୀଙ୍କ ସହ ଏକ ଫଟୋ ଶେଆର କରିଛନ୍ତି। ଫଟୋରେ ରାକ୍ଷୀ ଦୁଲହନ ବେଶରେ ଥିବା ବେଳେ ଆଦିଲ କ୍ୟାପସନରେ ହାପି ମ୍ୟାରେଡ ଲାଇଫ ଲେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories