ମୁମ୍ବାଇ: ବିବାହର ୨ ଦିନ ପରେ ନିଜ ବ୍ରାଇଡାଲ ଲୁକ୍ର ଫଟୋ ସୋଶାଲ ମିଡିଆରେ ଶେଆର କଲେ ଅନିଲ କପୁରଙ୍କ ସାନ ଝିଅ ରିଆ କପୁର। ନିଜ ଫ୍ୟାଶନ୍ ସେନ୍ସ ପାଇଁ ବି-ଟାଉନ୍ରେ ବେଶ୍ ପପୁଲାର ଥିବା ରିଆ ନିଜ ଖାସ୍ ଦିନ ପାଇଁ ବହୁ ସିମ୍ପଲ, କ୍ଲାସି ଓ ଟ୍ରେଣ୍ଡି ଶାଢ଼ୀ ଓ ଜୁଏଲାରୀ ଫାଇନାଲ୍ କରିଥିଲେ। ଏହି ଫଟୋ ରିଆ ନିଜ ସୋଶାଲ ଆକାଉଣ୍ଟରେ ପୋଷ୍ଟ କରିବା ପରେ ଏହା ଖୁବ୍ ଭାଇରାଲ ହେବାରେ ଲାଗିଛି।
ଡିଜାଇନର ଅନାମିକା ଖନ୍ନାଙ୍କ ଦ୍ୱାରା ପ୍ରସ୍ତୁତ ଶାଢ଼ୀ ପିନ୍ଧି କନିଆ ବେଶ୍ରେ ସଜେଇ ହୋଇଥିଲେ ରିଆ । ଥ୍ରେଡ ୱର୍କ ଥିବା କ୍ଲାସି ହ୍ୱାଇଟ୍ ଶାଢ଼ୀରେ ରିଆ ଖୁବ୍ ସୁନ୍ଦର ଲାଗୁଥିଲେ। ଏହି ଶାଢ଼ୀରେ ଏମ୍ବ୍ରୋଡରୀ ସାଙ୍ଗକୁ ଆଇବରୀ ଓ ଗୋଲ୍ଡ ୱର୍କ କାମ ବି କରାଯାଇଛି। ଏହା ସାଙ୍ଗକୁ ରିଆ ହାଫ୍ ସ୍ଲିଭ୍ ବ୍ଲାଉଜ ମ୍ୟାଚ କରି ଖୁବ୍ ଟ୍ରେଣ୍ଡିଂ ଦେଖାଯାଉଛନ୍ତି। ଏଥିସହ ସେ ନିଜ ମଥାରେ ବିର୍ଦିଚନ୍ଦ ଘନଶ୍ୟାମଦାସଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ମୋତି ଖଚିତ ଓଢଣା କ୍ୟାରି କରିଛନ୍ତି।
[caption id="attachment_667623" align="aligncenter" width="650"] ନବବଧୂ ବେଶରେ ରିଆ କପୁର।[/caption]
ନିଜ ବ୍ରାଇଡାଲ୍ ଲୁକ୍କୁ ଗର୍ଜିଅସ୍ କରିବା ପାଇଁ ରିଆ ମୋତି ଓ କୁନ୍ଦନ ୱର୍କ ଖଚିତ ଜୁଏଲାରୀ ପିନ୍ଧିଛନ୍ତି। ଏହା ତାଙ୍କ ମା’ ସୁନୀତା କପୁରଙ୍କ ଡିଜାଇନ କଲେକସନ୍ ବୋଲି ଜଣାପଡ଼ିଛି। ଡାଇମଣ୍ଡ ଷ୍ଟ୍ରିଙ୍ଗ ଷ୍ଟେଟମେଣ୍ଟର ନେକପିସ୍ ସହ କାନରେ କୁନ୍ଦନ ଝୁମକା ପିନ୍ଧି ବେଶ୍ ସୁନ୍ଦର ଲାଗୁଛନ୍ତି ରିଆ।
ନିଜ ବ୍ରାଇଡାଲ୍ ମେକଅପ୍କୁ ସିମ୍ପଲ ରଖିଥିବା ରିଆ ଆଖି ମେକଅପ୍କୁ ବେଶି ହାଇଲାଇଟ୍ କରିଛନ୍ତି। ଏହାବାଦ ସେ ମ୍ୟାଟ୍ ମେକଅପ୍ ନେବା ସହ ମିଡିଲ ପାଟର୍ଣ୍ଣର ହେୟାର ଡିଜାଇନ୍ କରିଥିଲେ।
[caption id="attachment_667624" align="aligncenter" width="650"] ରିଆଙ୍କ ବ୍ରାଇଡାଲ ଲୁକ୍।[/caption]
ରିଆଙ୍କ ସ୍ୱାମୀ କରନ ବୁଲାନି ମିକ୍ସଡ ଥ୍ରେଡ ଏମ୍ବୋଡରୀର ବାନ୍ଧଗଳା ସାଙ୍ଗକୁ ମ୍ୟାଚିଙ୍ଗ କୁର୍ତ୍ତା ଓ ଆଇଭରି ବ୍ରିଜ୍ ପ୍ୟାଣ୍ଟସ୍ରେ ବର ବେଶରେ ସଜେଇ ହୋଇଥିଲେ । ଏହାକୁ କୃନାଲ ରାବଲ ଡିଜାଇନ୍ କରିଥିଲେ।
ସେହିପରି ସାନ ଭଉଣୀ ବାହାଘରରେ ସୋନମ୍ ବି ନିଜକୁ ସଜାଇବାର ସୁଯୋଗକୁ ହାତଛଡ଼ା କରି ନ ଥିଲେ। ସୋନମ୍ ଭଉଣୀ ବାହାଘର ପାଇଁ ଏକ ସଫ୍ଟ ବ୍ଲୁ ଅନାରକଲି ଡ୍ରେସ୍ ବାଛିଥିବା ବେଳେ ସେଥିରେ ପିଙ୍କ ଫ୍ରିଣ୍ଟେଡ ଫ୍ଲାୱାର ହୋଇଥିଲା। ଏହା ସାଙ୍ଗକୁ ମ୍ୟାଚ କରି ସେ କୁନ୍ଦନ, ପର୍ଲରେ ଖଚିତ ବଡ଼ ମଥା ଟିକା ପିନ୍ଧିଥିଲେ। ଏହାପରେ ୱେଡିଙ୍ଗ ରିସେପସନ୍ ଲାଗି ରିଆ ୱେଷ୍ଟର୍ଣ୍ଣ ଆଉଟଫିଟ୍ ପିନ୍ଧିଥିବା ବେଳେ ସୋନମ୍ ବ୍ଲାକ କଲରର ୱାନ୍ ପିସ୍ରେ ଖୁବ୍ ସୁନ୍ଦର ଲାଗୁଥିଲେ।
[caption id="attachment_667625" align="aligncenter" width="650"] ସ୍ୱାମୀଙ୍କ ସହ ସୋନମ କପୁର।[/caption]
ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ଦୀର୍ଘ ଦିନର ବୟଫ୍ରେଣ୍ଡ କରଣ ବଲାନୀଙ୍କ ହାତ ଧରିଛନ୍ତି ଅନିଲ କପୁରଙ୍କ ସାନ ଝିଅ ରିଆ କପୁର। ଦୀର୍ଘ ବର୍ଷ ହେବ ଉଭୟ ପରସ୍ପରକୁ ଡେଟ୍ କରୁଥିଲେ। ଫିଲ୍ମ ‘ଆୟସା’ର ସେଟ୍ରୁ ଦୁହିଁଙ୍କ ଲଭ୍ ଷ୍ଟୋରୀ ଆରମ୍ଭ ହୋଇଥିଲା। ରିଆ ଇନ୍ଷ୍ଟା ପୋଷ୍ଟରେ ତାଙ୍କ ପ୍ରଥମ ପ୍ରେମ କରଣ ବୋଲି କହିଥିଲେ। ୨୦୧୮ରେ ଦୁହେଁ ନିଜ ସମ୍ପର୍କ ବିଷୟରେ ଖୁଲାସା କରିଥିଲେ। ହେଲେ ଏହାପରେ ଗତ ୧୪ ତାରିଖରେ ଉଭୟ ସାତ ଜନ୍ମ ଲାଗି ପରସ୍ପରର ହାତ ଧରିଛନ୍ତି।
[caption id="attachment_667626" align="aligncenter" width="650"] ରିଆଙ୍କ ବିବାହ ବେଳେ କପୁର ଫ୍ୟାମିଲି।[/caption]
୨୦୧୦ରେ ରିଆବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ନିର୍ଦ୍ଦେଶକ ରାଜଶ୍ରୀ ଓଝାଙ୍କ ଫିଲ୍ମ ‘ଆୟଶା’କୁ ରିଆ ପ୍ରଡ୍ୟୁସ କରିଥିଲେ। ପ୍ରଡ୍ୟୁସର ଭାବେ ଏହା ତାଙ୍କର ଥିଲା ପ୍ରଥମ ଫିଲ୍ମ। ଏହି ଫିଲ୍ମରେ ରିଆଙ୍କ ଭାବି ସ୍ୱାମୀ କରଣ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରିଥିଲେ। ଏହାପରେ ୨୦୧୪ରେ ଫିଲ୍ମ ‘ଖୁବସୁରତ’ ଓ ୨୦୧୮ରେ ଫିଲ୍ମ ‘ବୀରେ ଦି ୱେଡିଂ’କୁ ପ୍ରଡ୍ୟୁସ କରିଥିଲେ ରିଆ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।