ସୋମବାର ଅର୍ଚ୍ଚିତା-ସବ୍ୟସାଚୀଙ୍କ ବାହାଘର
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାତି ପାହିଲେ ଓଲିଉଡ୍ର ଚୁଲ୍ବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବାହାଘର। ତାଙ୍କୁ ବାହା ହେବେ ଅଭିନେତା ସବ୍ୟସାଚୀ ମିଶ୍ର। ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ସ୍ଥାନରେ ହେବ ଏହି ବାହାଘର। ଏନେଇ ସୋଶାଲ ମିଡିଆରେ ସୂଚନା ଦେଲେ ସବ୍ୟସାଚୀ। ପୂର୍ବରୁ ସବ୍ୟ ଓ ଅର୍ଚ୍ଚିତାଙ୍କ ନିର୍ବନ୍ଧ ସରିଛି। ରିଲ୍ ଲାଇଫ୍ରେ ଉଭୟଙ୍କ ଯୋଡ଼ି ହିଟ୍ ଥିବା ବେଳେ ରିଏଲ ଲାଇଫ୍ରେ ଜୀବନସାଥୀ ହେବା ଚର୍ଚ୍ଚାରେ ଥିଲେ। ୨୦୦୭ ମସିହାରେ ‘ପାଗଳପ୍ରେମୀ’ ଫିଲ୍ମ ଜରିଆରେ ସବ୍ୟସାଚୀ ଓଲିଉଡ୍ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ। ବର୍ତ୍ତମାନ ସୁଦ୍ଧା ୩୫ଟିରୁ ଅଧିକ ଓଡ଼ିଆ ଫିଲ୍ମ, ତେଲୁଗୁ କଥାଚିତ୍ର ଓ ୧୦୦ରୁ ଅଧିକ ଆଲବମରେ ଅଭିନୟ କରିସାରିଛନ୍ତି ସବ୍ୟସାଚୀ।
Need all your Blessings & Best Wishes! pic.twitter.com/wQVXL0Drin
— SABYASACHI MISHRA 🇮🇳 (@sabyaactor) February 28, 2021
୨୦୦୮ରେ ‘ମୁଁ ସପନର ସୌଦାଗର’ ସିନେମାରେ ଉଭୟ ପ୍ରଥମ ଥର ପାଇଁ ନଜର ଆସିଥିଲେ। ପରେ ପରେ ‘ତୋର ମୋର ଯୋଡ଼ି ସୁନ୍ଦର, ମୁଁ ଏକା ତୁମର, ପାଗଳ କରିଛି ପାଉଁଜି ତୋର, ତୁ ମୋ ପାଇଁ , କେଉଁ ଦୁନିଆଁ ରୁ ଆସିଲ ବନ୍ଧୁ ଏମିତି ଅନେକ ଫିଲ୍ମରେ ଉଭୟଙ୍କ କ୍ୟାମେଷ୍ଟ୍ରି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।
ଚାକିରି ଛାଡି ମନରଞ୍ଜନ ଦୁନିଆ ରେ ପାଦ ଦେଇଥିଲେ ସବ୍ୟସଚୀ ମିଶ୍ର। ଆଲବମ ଓ ସିନେମା ଜଗତରେ ବେଶ ନାମ କମେଥିବା ସବ୍ୟସାଚୀ ଲକ୍ଡାଉନ୍ ସମୟରେ ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟ କରି ସଭିଙ୍କ ହୃଦୟ ଜିତିପାରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।