ସଲମାନଙ୍କ ‘ପ୍ରେମ ରତନ ଧନପାୟୋ’ ଫିଲ୍ମ ସହ ରିଲିଜ ହେବ କିଙ୍ଗ ଖାନଙ୍କ ‘ଦିଲବାଲୋ’ର ଟ୍ରେଲର୍

ମୁମ୍ୱାଇ: କିଙ୍ଗ ଖାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ଦିଲବାଲେ’ର ଟ୍ରେଲର୍ ଦିପାବଳୀରେ ରିଲିଜ ହେବ। ସଲମାନଙ୍କ ଫିଲ୍ମ ‘ପ୍ରେମ ରତନ୍ ଧନ୍ ପାୟୋ’ ସହ ଏହାର ଟ୍ରେଲର ରିଲିଜ ହେବାକୁ ଯାଉଛି।

ଶାହାରୁଖ ଖାନଙ୍କ କମ୍ପାନୀ‘ ରେଡ୍ ଚିଲି ଏଣ୍ଟର ଟେନମେଣ୍ଟ୍ ପକ୍ଷରୁ ଗୌରବ ବର୍ମା କହିଛନ୍ତି, ରେଡ୍ ଚିଲି ଏଣ୍ଟର ଟେନମେଣ୍ଟ୍ ସଲମାନ୍ ଖାଁ ଓ ରାଜଶ୍ରୀ ପ୍ରଡକ୍ସନକୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି। ଦିଲବାଲେର ଟ୍ରେଲର ୧୨ ନଭେମ୍ୱରକୁ ପ୍ରେମ ରତନ୍ ଧନ୍ ପାୟୋ ସହ ରିଲିଜ ହେବାକୁ ଯାଉଛି।

ରୋହିତ ସେଟ୍ଟୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହାରୁଖ ଖାନ୍, କାଜଲ,ବରୁଣ ଧାୱନ, ବିନୋଦ ଖାନା, ବମନ ଇରାନୀଙ୍କୁ ଦେଖିବାକୁ ମିଳିବ। ଫିଲ୍ମ ଦିଲବାଲେର ଶୁଟିଂ ରାମଜୀ ଫିଲ୍ମ ସିଟିରେ ଏବେ ଚାଲିଛି। ଏହି ଫିଲ୍ମ ୧୮ ଡିସେମ୍ୱରରେ ରିଲିଜ ହେବ।