‘ଭୟାଜୀ ସୁପରହିଟ୍‌’ରେ ସନିଙ୍କ ସହ କାମ କରି ମୁଁ ବହୁତ ଖୁସି: ପ୍ରୀତି

ମୁମ୍ବାଇ: ପୁଣି ପରଦାକୁ ଆସୁଛି ସନି-ପ୍ରୀତି ଯୋଡ଼ି। ଅପକମିଂ ଫିଲ୍ମ ‘ଭୟାଜୀ ସୁପରହିଟ୍‌’ରେ ସନି ଦେୱଲଙ୍କ ସହ ଚୁଲବୁଲି ପ୍ରୀତି ଜିଣ୍ଟାଙ୍କୁ ଦେଖିବାକୁ ମିଳିବ। ଏହାର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଫିଲ୍ମ ସୁଟିଂ ବେଳେ ପ୍ରୀତି କହିଛନ୍ତି, “ମୁଁ ସନି ଦେୱଲଙ୍କ ସହ କାମ କରିବାକୁ ସବୁବେଳେ ଉତ୍ସାହିତ ଥାଏ, ସେ ମୋର ବହୁତ ପସନ୍ଦ।” ଦୀର୍ଘଦିନ ପରେ ସନିଙ୍କ ସହ କାମ କରିବା ସଂପର୍କରେ ପ୍ରୀତି କହିଛନ୍ତି, “ବେଶି ଡେରି ହୋଇନାହିଁ, ସେଟ୍‌କୁ ଫେରିଥିବାରୁ […]

sonny

sonny

Rakesh Mallick
  • Published: Sunday, 31 July 2016
  • Updated: 31 July 2016, 06:21 PM IST

Sports

Latest News

ମୁମ୍ବାଇ: ପୁଣି ପରଦାକୁ ଆସୁଛି ସନି-ପ୍ରୀତି ଯୋଡ଼ି। ଅପକମିଂ ଫିଲ୍ମ ‘ଭୟାଜୀ ସୁପରହିଟ୍‌’ରେ ସନି ଦେୱଲଙ୍କ ସହ ଚୁଲବୁଲି ପ୍ରୀତି ଜିଣ୍ଟାଙ୍କୁ ଦେଖିବାକୁ ମିଳିବ। ଏହାର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି। ଫିଲ୍ମ ସୁଟିଂ ବେଳେ ପ୍ରୀତି କହିଛନ୍ତି, “ମୁଁ ସନି ଦେୱଲଙ୍କ ସହ କାମ କରିବାକୁ ସବୁବେଳେ ଉତ୍ସାହିତ ଥାଏ, ସେ ମୋର ବହୁତ ପସନ୍ଦ।”

ଦୀର୍ଘଦିନ ପରେ ସନିଙ୍କ ସହ କାମ କରିବା ସଂପର୍କରେ ପ୍ରୀତି କହିଛନ୍ତି, “ବେଶି ଡେରି ହୋଇନାହିଁ, ସେଟ୍‌କୁ ଫେରିଥିବାରୁ ମୁଁ ବହୁତ ଖୁସି। ଦେୱଲ ପରିବାର ମୋର ବହୁତ ପସନ୍ଦ।”

ସେ ଆହୁରି କହିଛନ୍ତି, “ମୁଁ ଆଗରୁ ସନି ଦେୱଲଙ୍କ ପରିବାର ସହିତ କାମ କରିବାକୁ ଡରୁଥିଲି। କିନ୍ତୁ ଏବେ  ତାଙ୍କ ସହ ଫିଲ୍ମ କରିବାକୁ ଖୁସି ଅନୁଭବ କରୁଛି।”

ବାହାଘର ପରେ ‘ଭୟାଜୀ ସୁପରହିଟ୍‌’ ପ୍ରୀତିଙ୍କ ପ୍ରଥମ ଫିଲ୍ମ ହେବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos