ମା’ ପରେ ପରେ ଝିଅ ବି କରୋନା ପଜିଟିଭ

ମୁମ୍ବାଇ: କରନ ଜୋହରଙ୍କ ପାର୍ଟିରେ ଯୋଗ ଦେଇ ବଲିଉଡରେ ବହୁ ସେଲିବ୍ରିଟି କରୋନା ଦ୍ୱାରା କବଳିତ ହୋଇଥିବା ବେଳେ ଏବେ ଲମ୍ବି ଚାଲିଛି ମହାମାରୀ । ପୂର୍ବରୁ  ପାର୍ଟିରେ ଯୋଗ ଦେଇଥିବା ଅଭିନେତ୍ରୀ କରୀନା କପୁର, ଅମ୍ରିତା ଅରୋରା, ସୀମା ଖାନ ଏବଂ ମହିପ କପୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ମହିପ କପୁରଙ୍କ ଝିଅ ସନାୟା କପୁର ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏନେଇ ଖୋଦ ସନାୟା ନିଜେ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। […]

mom-daughter

mom-daughter

Niharika Rout
  • Published: Thursday, 16 December 2021
  • Updated: 16 December 2021, 10:12 AM IST

Sports

Latest News

ମୁମ୍ବାଇ: କରନ ଜୋହରଙ୍କ ପାର୍ଟିରେ ଯୋଗ ଦେଇ ବଲିଉଡରେ ବହୁ ସେଲିବ୍ରିଟି କରୋନା ଦ୍ୱାରା କବଳିତ ହୋଇଥିବା ବେଳେ ଏବେ ଲମ୍ବି ଚାଲିଛି ମହାମାରୀ । ପୂର୍ବରୁ  ପାର୍ଟିରେ ଯୋଗ ଦେଇଥିବା ଅଭିନେତ୍ରୀ କରୀନା କପୁର, ଅମ୍ରିତା ଅରୋରା, ସୀମା ଖାନ ଏବଂ ମହିପ କପୁର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ମହିପ କପୁରଙ୍କ ଝିଅ ସନାୟା କପୁର ମଧ୍ୟ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏନେଇ ଖୋଦ ସନାୟା ନିଜେ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି।

ସନାୟା କହିଛନ୍ତି, ମୋ’ ନିକଟରେ କୋଭିଡର ହାଲକା ଲକ୍ଷଣ ଦେଖିବାକୁ ମିଳିଛି। ମୁଁ ଏବେ ନିଜକୁ ଆଇସୋଲେଟ କରି ରଖିଛି।

ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସେ ଲେଖିଛନ୍ତି, ଚାରି ଦିନ ପୂର୍ବେ ମୋ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଏହାପରେ ପୁଣି ଥରେ ଟେଷ୍ଟ କରିବା ପରେ ପଜିଟିଭ ଚିହ୍ନଟ ହୋଇଥିଲି । ମୁଁ ଏବେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛି। ମୋ ସଂସ୍ପର୍ଶରେ ଆସିଥିବା ସମସ୍ତେ ନିଜ ଟେଷ୍ଟ କରାଇ ନିଅନ୍ତୁ।

ଗତ ଡିସେମ୍ବର ୮ରେ କରଣ ଜୋହରଙ୍କ ଘରେ ଏହି ତାରକାମାନେ ଏକାଠି ହୋଇଥିଲେ। ତେବେ ପାର୍ଟିରେ ସାମିଲ ହୋଇଥିବା ଆଲିଆ ଭଟ୍ଟ ଏବଂ ମଲାଇକା ଅରୋରାଙ୍କର  କୋଭିଡ ନେଗେଟିଭ୍ ଆସିଛି। ପଜିଟିଭ୍ ଚିହ୍ନଟ ହୋଇଥିବା ଷ୍ଟାର ମାନେ ଏବେ ହୋମ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଏହି ମାମଲାକୁ ନେଇ ବିଏମସିର ଜଣେ ଅଧିକାରୀ କହିଛନ୍ତି ଯେ, ଆମେ ଯେତେବେଳେ କୋଭିଡ୍ ସଂକ୍ରାନ୍ତୀୟ ପରାମର୍ଶ ଦେଇଥାଉ ତାହା କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ। ଏହା ସମସ୍ତଙ୍କ ପାଇଁ। ସେଲିବ୍ରେଟିମାନେ ମଧ୍ୟ କୋଭିଡ୍ ପ୍ରୋଟୋକଲ ମାନିବା ଜରୁରୀ।

ଅପରପକ୍ଷେ, କରଣ ଜୋହରଙ୍କ ପାର୍ଟି ଯୋଗୁ କରୋନା ବ୍ୟାପିଥିବା ଖବର ସୋଶାଲ ମିଡିଆରେ ପ୍ରଚାରିତ ହେଉଥିବା ବେଳେ ଜୋରଦାର ଟ୍ରୋଲ ହେଉଛନ୍ତି କରନ ଜୋହର । ଏଥିରେ ଉତ୍‌କ୍ଷିପ୍ତ ହୋଇ କରଣ  ମିଡିଆ ଉପରେ ମଧ୍ୟ ପ୍ରବଳ ବର୍ଷିଛନ୍ତି। କରନ କହିଛନ୍ତି, ମୋ ଘର କରୋନାର ହଟ୍‌ସ୍ପଟ୍‌ ନୁହେଁ।  ୮ ଜଣଙ୍କର ସମାବେଶକୁ ପାର୍ଟି କୁହାଯାଏ ନାହିଁ। ମୋ ଘରେ ଆମେ ସମସ୍ତେ ସବୁବେଳେ ମାସ୍କ ପିନ୍ଧୁ। ମହାମାରୀକୁ କେହି ହାଲୁକା ଭାବେ ଗ୍ରହଣ କରିନାହାଁନ୍ତି। ମୁଁ ଗଣମାଧ୍ୟମର କିଛି ସଦସ୍ୟଙ୍କୁ ନିବେଦନ କରେ ଯେ ସେମାନଙ୍କ ରିପୋର୍ଟ ଉପରେ କିଛି ପ୍ରତିବନ୍ଧକ ଲଗାନ୍ତୁ, ବିନା ତଥ୍ୟରେ ରିପୋର୍ଟ ଛାପିବାଠାରୁ ଦୂରେଇ ରୁହନ୍ତୁ।

କରନ ଜୋହରଙ୍କ ପାର୍ଟି ଦେବା ପରେ ସର୍ବପ୍ରଥମେ ସୀମା ଖାନ୍‌ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ କରୀନା କପୁର, ଅମ୍ୟତା ଅରୋରା ଓ ମହିପ କପୁର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏବେ ଏହି ସମସ୍ତ ସେଲେବ୍ରିଟି ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ବିଏମ୍‌ସି ପକ୍ଷରୁ ପ୍ରତିଦିନ ଏମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝାଯାଉଛି। ମଙ୍ଗଳବାର ଦିନ କରୀନା, ଅମୃତା ଓ କରଣଙ୍କ ଘରକୁ ବିଏମ୍‌ସି ସାନିଟାଇଜ୍‌ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story