ରାଜା-ରାଣୀ ବେଶରେ ସବ୍ୟର୍ଚ୍ଚିତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାହା ହେଲେ ଓଲିଉଡ୍‌ର ହିଟ୍ ଯୋଡ଼ି ଅର୍ଚ୍ଚିତା ଓ ସବ୍ୟସାଚୀ। ଆଜି ରାଜସ୍ଥାନର ଏକ ବିଳାସପୂର୍ଣ୍ଣ ରିସୋର୍ଟରେ ଉଭୟଙ୍କର ବାହାଘର ହେଉଛି। ରାଜା ବେଶରେ ସବ୍ୟସାଚୀ ସଜେଇ ହୋଇଥିବା ବେଳେ ରାଣୀ ବେଶରେ ସୁନ୍ଦରୀ ଅର୍ଚ୍ଚିତା ବେଶ ମାନୁଛନ୍ତି। ଉଭୟଙ୍କ ବର-କନ୍ୟା ବେଶ ସୋଶାଲ ମିଡିଆରେ ଭାଇରାଲ ହେଉଛି। ବିବାହ ପୂର୍ବରୁ ଅର୍ଚ୍ଚିତା ଓ ସବ୍ୟସାଚୀଙ୍କ ହଳଦୀ ସେରିମୋନିର ଫଟୋ ସାମ୍ନାକୁ ଆସିଛି।

ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଦୁହିଙ୍କ ମଧ୍ୟରେ ଚାଲି ଥିବା ଚୋରି ଚୋରି ଇସ୍କ ବିଷୟରେ ଦୁହେଁ କେବେ ଆଗରୁ ମୁହଁ ଖୋଲି ନଥିଲେ। ଗତକାଲି ହଠାତ୍‌ ଫ୍ୟାନ୍ ମାନଙ୍କୁ ସର୍‌ପ୍ରାଇଜ୍‌ ଦେଇଥିଲେ ଏହି ଦୁଇ କପଲ। ସୋଶାଲ ମିଡିଆରେ ଲଭ୍‌ ସିକ୍ରେଯର ରାଜ୍‌ ଖୋଲି ଉଭୟ ଆଜି ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ପ୍ରକାଶ କରିଥିଲେ। ଉଭୟଙ୍କ ପ୍ରତି ଶୁଭେଚ୍ଛା ଓ ଶୁଭକାମନାର ସୁଅ ମଧ୍ୟ ଛୁଟୁଛି। ତେବେ ଗତ ଡିସେମ୍ବର ମାସ ପୂର୍ବେ ରାଉରକେଲାର ଏକ କାର୍ଯ୍ୟକ୍ରମକୁ ଯାଇଥିଲା ବେଳେ ସାମ୍ବାଦିକମାନେ ତାଙ୍କର ମନର ମଣିଷକୁ ନେଇ ପ୍ରଶ୍ନ କରିଥିଲେ। ଆଉ ଅର୍ଚ୍ଚିତା ଦେଇଥିବା ଉତ୍ତରରୁ ଅନେକ କିଛି ଇଶାରାକୁ ବୁଝାଉଥିଲା।

ଓଲିଉଡ୍‌ର ହିଟ୍ ଯୋଡ଼ି ଅର୍ଚ୍ଚିତା ଓ ସବ୍ୟସାଚୀ

ସେ କହିଥିଲେ ଯେ, ଯାହା ଭଗବାନଙ୍କ ଇଚ୍ଛା ତାହା ହିଁ ହେବ। ମଣିଷ ଯାହା ଚାହିଁଲେ ହେବ ନାହିଁ।  ରିଲ୍‌ ଲାଇଫ୍‌ରେ ଉଭୟଙ୍କ ଯୋଡ଼ି ହିଟ୍‌ ଥିବା ବେଳେ ରିଏଲ ଲାଇଫ୍‌ରେ ଜୀବନସାଥୀ ହେବା ଚର୍ଚ୍ଚାରେ ଥିଲେ। ୨୦୦୭ ମସିହାରେ ‘ପାଗଳପ୍ରେମୀ’ ଫିଲ୍ମ ଜରିଆରେ ସବ୍ୟସାଚୀ ଓଲିଉଡ୍‌ ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିଥିଲେ। ବର୍ତ୍ତମାନ ସୁଦ୍ଧା ୩୫ଟିରୁ ଅଧିକ ଓଡ଼ିଆ ଫିଲ୍ମ, ତେଲୁଗୁ କଥାଚିତ୍ର ଓ ୧୦୦ରୁ ଅଧିକ ଆଲବମରେ ଅଭିନୟ କରିସାରିଛନ୍ତି ସବ୍ୟସାଚୀ। ୨୦୦୮ରେ ‘ମୁଁ ସପନର ସୌଦାଗର’ ସିନେମାରେ ଉଭୟ ପ୍ରଥମ ଥର ପାଇଁ ନଜର ଆସିଥିଲେ। ପରେ ପରେ ‘ତୋର ମୋର ଯୋଡ଼ି ସୁନ୍ଦର, ମୁଁ ଏକା ତୁମରପାଗଳ କରିଛି ପାଉଁଜି ତୋର, ତୁ ମୋ ପାଇଁ , କେଉଁ ଦୁନିଆଁ ରୁ ଆସିଲ ବନ୍ଧୁ  ଏମିତି ଅନେକ ଫିଲ୍ମରେ ଉଭୟଙ୍କ କ୍ୟାମେଷ୍ଟ୍ରି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।