ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ଅଟକ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ନୂଆ ଖୁଲାସା ହୋଇଛି। ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଋଷିକେଶ ପାୱାରଙ୍କୁ ନାର୍କୋଟିକ୍ସ ସେଣ୍ଟ୍ରାଲ୍ ବ୍ୟୁରୋ (NCB) ଅଟକ ରଖିଛି। କିଛି ଦିନ ତଳେ NCB ଋଷିକେଶଙ୍କୁ ସମନ୍ ପଠାଇଥିଲା, ଯାହା ପରଠାରୁ ସେ ଜାନୁଆରୀ ୭ ତାରିଖରୁ ଫେରାର୍ ଥିଲେ। Narcotics Control Bureau (NCB) has detained Sushant Singh Rajput's friend, assistant director Rishikesh Pawar, […]

sudhant

sudhant

Ranjit Kumar Jena
  • Published: Tuesday, 02 February 2021
  • Updated: 02 February 2021, 06:49 PM IST

Sports

Latest News

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ନୂଆ ଖୁଲାସା ହୋଇଛି। ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଋଷିକେଶ ପାୱାରଙ୍କୁ ନାର୍କୋଟିକ୍ସ ସେଣ୍ଟ୍ରାଲ୍ ବ୍ୟୁରୋ (NCB) ଅଟକ ରଖିଛି। କିଛି ଦିନ ତଳେ NCB ଋଷିକେଶଙ୍କୁ ସମନ୍ ପଠାଇଥିଲା, ଯାହା ପରଠାରୁ ସେ ଜାନୁଆରୀ ୭ ତାରିଖରୁ ଫେରାର୍ ଥିଲେ।

https://twitter.com/ANI/status/1356483760267513856?s=20

NCB ନିକଟରେ ଅଭିନେତା ଅର୍ଜୁନ ରାମପାଲଙ୍କ ଭଉଣୀ କୋମଲ ରାମପାଲଙ୍କୁ ନୋଟିସ୍ ପଠାଇଥିଲା। ଡିସେମ୍ବର ମାସରେ ଅର୍ଜୁନ ରାମପାଲଙ୍କ ଘରେ ରେଡ୍ ବେଳେ ଡ୍ରଗ୍ସ ମିଳିଥିଲା। ଯାହା ପରେ ସେ NCB ଅଧିକାରୀଙ୍କ ନଜରକୁ ଆସିଥିଲେ। ତାଙ୍କ ପ୍ରେମିକା ଗାବ୍ରିଏଲା ଡେମୋଟ୍ରିୟଡ୍ସଙ୍କୁ ମଧ୍ୟ ପଚରାଉଚରା ପାଇଁ NCB ଡକାଇଥିଲା। ଏପର୍ଯ୍ୟନ୍ତ ଡ୍ରଗ୍ସ ମାମଲାରେ ଏନିସିବି ଅନେକ ନାମୀ ବଲିଉଡ୍ ସେଲିବ୍ରିଟୀଙ୍କୁ ପଚରାଉଚରା କରିସାରିଛି।

ସୂଚନାଯୋଗ୍ୟ, ଜୁନ୍ ୧୪, ୨୦୨୦ରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ଫ୍ଲାଟରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ଏହାରି ଭିତରେ ୭ମାରୁ ଅଧିକ ବିତିଯାଇଥିଲେ ହେଁ, ସୁଶାନ୍ତଙ୍କ ମୃତ୍ୟୁ କେମିତି ହେଲା, ତାହା ଜଣାପଡ଼ିନାହିଁ। ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ସୁଶାନ୍ତଙ୍କୁ ହତ୍ୟା କରାଯାଇଛି। ଏହି ମାମଲାର ତଦନ୍ତ କରୁଥିବା ଏନସିବି ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା। ଏବେ ରିୟା ଜାମିନରେ ଅଛନ୍ତି। ରିୟାଙ୍କ ଭାଇ ସୌଭିକ୍ ମଧ୍ୟ ଗିରଫ ହେବା ପରେ ଜାମିନ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos