ଆଉ କେତେ ପରୀକ୍ଷା ନେବେ... ରାଗି ଗଲେ ଅନୁ ଦିଦି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କାଲି ରିଲିଜ ହେବାକୁ ଯାଉଛି ଟେଲି ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍’  ନାରୀ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ତରଙ୍ଗ ଚ୍ୟାନେଲକୁ ଆସୁଛି ଏହି ସିନେମା।  ଯେଉଁଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅନୁ ଚୌଧୁରୀ, ଅମନ ଓ ବିଜୟିନୀ ତନୁଶ୍ରୀ। ଆଜି ସିନେମାଟି ତରଙ୍ଗ ପ୍ଲସ ଆପ୍‌ରେ ରିଲିଜ୍ ହୋଇ ସାରିଛି। ନାରୀ କେବଳ ସକ୍ଷମ ନୁହେଁ, ସଫଳ । ଖାଲି ପ୍ରେରଣା ନୁହେଁ, ପ୍ରଗତି […]

6nm

6nm

Tapas Behera
  • Published: Saturday, 07 March 2020
  • Updated: 07 March 2020, 09:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କାଲି ରିଲିଜ ହେବାକୁ ଯାଉଛି ଟେଲି ଫିଲ୍ମ ‘ଅନୁ ଦିଦି ନଟ୍ ଆଉଟ୍’  ନାରୀ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ତରଙ୍ଗ ଚ୍ୟାନେଲକୁ ଆସୁଛି ଏହି ସିନେମା।  ଯେଉଁଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅନୁ ଚୌଧୁରୀ, ଅମନ ଓ ବିଜୟିନୀ ତନୁଶ୍ରୀ। ଆଜି ସିନେମାଟି ତରଙ୍ଗ ପ୍ଲସ ଆପ୍‌ରେ ରିଲିଜ୍ ହୋଇ ସାରିଛି।

ନାରୀ କେବଳ ସକ୍ଷମ ନୁହେଁ, ସଫଳ । ଖାଲି ପ୍ରେରଣା ନୁହେଁ, ପ୍ରଗତି । ସବୁ ବାଧା ବନ୍ଧନକୁ ଡେଇଁ  ନାରୀ ଆଜି କିଭଳି ସମାଜକୁ ଆଗକୁ ବଢିବାର ବାଟ ବତାଉଛି ତାର ନିଛକ ଛବି-ଅନୁ ଦିଦି ନଟ୍ ଆଉଟ୍ । ତରଙ୍ଗ ସିନେ ପ୍ରଡକ୍ସନ୍ ବ୍ୟାନରରେ କାଲି ରିଲିଜ୍ ହେଉଥିବା ଏଇ ଟେଲି ଫିଲ୍ମର ମୁଖ୍ୟ ଚରିତ୍ର ଅନୁ ଦିଦିଙ୍କ ଭୂମିକାରେ ନିଜେ ଅଭିନେତ୍ରୀ ଅନୁ ଚୌଧୁରୀ ଅଛନ୍ତି।

କଲେଜରେ ଅଧ୍ୟାପନା ବେଳେ ସେ ଛାତ୍ରୀଙ୍କୁ କିଭଳି ସାହସ ଓ ସଫଳତାର ପାଠ ପଢାଉଛନ୍ତି ତା ଉପରେ ହିଁ ଗତିଶୀଳ ହୋଇଛି ଫିଲ୍ମର କାହାଣୀ। ନାରୀ ସଶକ୍ତିକରଣ, ତଥା ନାରୀ ସଂଘର୍ଷର କାହାଣୀକୁ ଟେଲି ପରଦାକୁ ଆଣିବାର ଭରପୁର ପ୍ରୟାସ ହୋଇଛି ଫିଲ୍ମ ଅନୁ ଦିଦି ନଟ୍ ଆଉଟ୍‌। ଅନୁ ଚୌଧୁରୀଙ୍କ ବିପକ୍ଷରେ ଅମନ ଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସୁଛନ୍ତି ବିଜୟିନୀ ତନୁଶ୍ରୀ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆସନ୍ତାକାଲି ତରଙ୍ଗ ଚ୍ୟାନେଲରେ ସଂଧ୍ୟା ୬ଟା ୩୦ରେ ଏହି ଫିଲ୍ମ ରିଲିଜ ହେବ ।

https://youtu.be/cjoMC3VaLL4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos