ମୁମ୍ବାଇ: ଗୁରୁବାର ସୋଶାଲ୍ ମିଡିଆରେ ନିଜ ରିଲେସନ୍ଶିପ୍ ସଂପର୍କରେ ଘୋଷଣା କରିଥିବା ଟେଲି ଅଭିନେତା ଶହୀର ଶେଖ୍ ଖୁବ୍ଶୀଘ୍ର ବାହା ହେବା ପାଇଁ ଯୋଜନା କରୁଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଶହୀର ଓ ତାଙ୍କ ଗର୍ଲଫ୍ରେଣ୍ଡ ରୁଚିକା କପୁର ଡିସେମ୍ବର ମାସରେ ବାହା ହେବେ। ବାହାଘର ବହୁତ ଆଡ଼ମ୍ବରରେ ହେବ ନାହିଁ। ଏଥିରେ କେବଳ ଉଭୟଙ୍କ ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବ ସାମିଲ ହେବେ।
ଶହୀର ଏ ସଂପର୍କରେ ଏଯାଏଁ ଏନେଇ କିଛି ଘୋଷଣା କରି ନାହାନ୍ତି। ବେଶ୍ କିଛି ସମୟ ହେଲା ପରସ୍ପରକୁ ଡେଟ୍ କରୁଆସିଥିବା ବେଳେ ଶହୀର ପ୍ରଥମ ଥର ପାଇଁ ଗର୍ଲଫ୍ରେଣ୍ଡ ରୁଚିକାଙ୍କ ସହ ତାଙ୍କର ଫଟୋ ସୋଶାଲ୍ ମିଡିଆରେ ଶେଆର କରିଥିଲେ ଓ ନିଜ ରିଲେସନ୍ଶିପ୍ରେ ଥିବା ନେଇ ଆନୁଷ୍ଠାନିକ ଘୋଷଣା କରିଥିଲେ। ଏହି ଫଟୋରେ ଉଭୟଙ୍କୁ ଅଜବ ଅନ୍ଦାଜରେ ଦେଖିବାକୁ ମିଳିଥିଲା।
ଶହୀର ଶେଖ୍ ‘ମହାଭାରତ’ ସିରିଏଲ୍ରେ ଅର୍ଜୁନ୍ ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସା ସାଉଁଟିଥିଲେ। ‘କୁଛ୍ ରଙ୍ଗ୍ ପ୍ୟାର୍ କେ ଐସେ ଭି’, ‘ନାବ୍ୟା... ନୟେ ଧଡ଼କନ୍ ନୟେ ସବାଲ୍’ ଭଳି ଧାରାବାହିକରେ ସେ କାମ କରିଛନ୍ତି।
ରୁଚିକା କପୁର ମଧ୍ୟ ଜଣେ ଅଭିନେତ୍ରୀ। ସେ ଏକତା କପୁର ବାଲାଜୀଙ୍କ ପ୍ରଡକ୍ସନ ହାଉସ୍ ସହିତ ସଂଶ୍ଳୀଷ୍ଟ। ସେ ଏକତାଙ୍କର ଜଣେ ଭଲ ବନ୍ଧୁ ମଧ୍ୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।