ଅକ୍ସିଜେନ୍ ପାଇଁ ଛଟପଟ ହେଉଥିଲେ ଅଭିନେତା, ପତ୍ନୀ ଜାରି କଲେ ମୃତ୍ୟୁ ପୂର୍ବର ଭିଡିଓ

ନୂଆଦିଲ୍ଲୀ: ଅଭିନେତା ଓ ୟୁଟ୍ୟୁବର୍ ରାହୁଲ୍ ବୋହରାଙ୍କର କରୋନାରେ ଦେହାନ୍ତ ଖବର ଶୁଣିବା ସବୁ ଦୁଃଖିତ । କାରଣ ସେ ଶେଷ ସମୟରେ ମଧ୍ୟ ସୋଶାଲ ମିଡିଆ ଜରିଆରେ କହିଥିଲେ ଯେ ଯଦି ତାଙ୍କୁ ଚିକିତ୍ସା ମିଳିଥାନ୍ତା, ତାହେଲେ ବଞ୍ଚିପାରିଥାନ୍ତେ । ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ତାଙ୍କ ପତ୍ନୀ ଜ୍ୟୋତି ଶେଆର୍ କରିଛନ୍ତି । ଏଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ ହସ୍ପିଟାଲରେ ଆଡମିଟ୍ ହୋଇଥିବା ରାହୁଲଙ୍କ ସ୍ୱାସ୍ଥ୍ୟାବସ୍ଥା […]

Rahul-Vohra

Rahul-Vohra

Ranjit Kumar Jena
  • Published: Monday, 10 May 2021
  • Updated: 10 May 2021, 05:36 PM IST

Sports

Latest News

ନୂଆଦିଲ୍ଲୀ: ଅଭିନେତା ଓ ୟୁଟ୍ୟୁବର୍ ରାହୁଲ୍ ବୋହରାଙ୍କର କରୋନାରେ ଦେହାନ୍ତ ଖବର ଶୁଣିବା ସବୁ ଦୁଃଖିତ । କାରଣ ସେ ଶେଷ ସମୟରେ ମଧ୍ୟ ସୋଶାଲ ମିଡିଆ ଜରିଆରେ କହିଥିଲେ ଯେ ଯଦି ତାଙ୍କୁ ଚିକିତ୍ସା ମିଳିଥାନ୍ତା, ତାହେଲେ ବଞ୍ଚିପାରିଥାନ୍ତେ । ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ତାଙ୍କ ପତ୍ନୀ ଜ୍ୟୋତି ଶେଆର୍ କରିଛନ୍ତି । ଏଥିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ ହସ୍ପିଟାଲରେ ଆଡମିଟ୍ ହୋଇଥିବା ରାହୁଲଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ଅଛି । ସେ ହସ୍ପିଟାଲରେ ହୋଇଥିବା ଅବ୍ୟବସ୍ଥା କଥା କହିଛନ୍ତି । ଏହି ଭିଡିଓକୁ ଶେଆର୍ କରି ପତ୍ନୀ ଜ୍ୟୋତି ନ୍ୟାୟ ପାଇଁ ଗୁହାରି କରିଛନ୍ତି ।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରାହୁଲ୍ ବୋହରା ଜୀବନର ଶେଷ ସମୟରେ ଅକ୍ସିଜେନ୍ ପାଇଁ ଛଟପଟ ହେଉଛନ୍ତି । କଥା କହିଲା ବେଳେ ତାଙ୍କର ନିଶ୍ୱାସ ଫୁଲି ଯାଉଛି । ସେ କହୁଛନ୍ତି, ଆଜିର ଦିନରେ ଏହାର (ଅକ୍ସିଜେନ୍‌) ମୂଲ୍ୟ ବହୁତ । ଏହା ବିନା ରୋଗୀ ଛଟପଟ ହୋଇଯାଏ। ଏହା ଏକ ମେଶିନ୍‌, କିନ୍ତୁ ଏଥିରେ ଅକ୍ସିଜେନ୍ ଆସୁନାହିଁ। କିଛି ବି ଆସୁନାହିଁ। ଆଟେନଡାଣ୍ଟ ଆସିଥିଲେ, ମୁଁ ତାଙ୍କୁ କହିଲି, ସେଠାରେ ଏକ ବୋତଲ ଅଛି, ସେହି ବୋତଲକୁ ଫୁଲ୍ କରି ତା’ର ଫ୍ଲୋ ବଢ଼ା ଯାଉଛି। କିନ୍ତୁ ଏଥିରେ କେବଳ ପାଣି ଆସୁଛି । ଏହା କରି ସେ ଚାଲି ଯାଆନ୍ତି । ତା’ପରେ ସେମାନଙ୍କୁ ଡାକିଲେ ଆଉ ଆସନ୍ତି ନାହିଁ । ପ୍ରାୟ ଘଣ୍ଟାଏ, ଦେଢ଼ ଘଣ୍ଟା ପରେ ଆସନ୍ତି । ସେ ଯାଏ ନିଜକୁ ସବୁ ମ୍ୟାନେଜ କରିବାକୁ ପଡ଼ିଥାଏ । ପାଣିକୁ ଛିଞ୍ଚନ୍ତୁ, ଏହାକୁ ଲଗାଅ। ଏହା ପାଣି ପୁଣି ଛିଞ୍ଚିକି ଏହାକୁ ଲଗାଇବାକୁ ପଡ଼ିଥାଏ। ଯଦି କାହାକୁ ଡାକିବ, ତାହେଲେ କହୁଛନ୍ତି ଯେ ଗୋଟେ କିମ୍ବା ଦୁଇ ମିନିଟରେ ଆସୁଛି। ଏମିତି କହି ଘଣ୍ଟା ଘଣ୍ଟା ଧରି କେହି ଆସନ୍ତି ନାହିଁ। ଏହାକୁ ଲଗାଇ ମୁଁ କ’ଣ କରିବି।

https://twitter.com/IJayantiSharma/status/1391637693344280576?s=20

ଏହି ଭିଡିଓକୁ ଶେଆର୍ କରି ଜ୍ୟୋତି ଲେଖିଛନ୍ତି, ରାହୁଲ୍ ପାଇଁ ନ୍ୟାୟ ଦରକାର । ମୋ ରାହୁଲ୍ ଚାଲିଗଲା । କିନ୍ତୁ କେମିତି ଗଲା, ତାହା କାହାକୁ ଜଣା ନାହିଁ । ଦିଲ୍ଲୀର ତାହିରପୁରରେ ଥିବା ରାଜୀବ ଗାନ୍ଧି ସୁପର୍ ସ୍ପେଶାଲିଟୀ ହସ୍ପିଟାଲରେ ଏମିତି ଚିକିତ୍ସା କରାଯାଉଛି । ଆଶା କରୁଛି ମୋ ସ୍ୱାମୀଙ୍କୁ ନ୍ୟାୟ ମିଳିବ । ଆଉ ଏକ ରାହୁଲ୍ ଯେମିତି ଏ ଦୁନିଆରୁ ନଯିବା ଦରକାର ।

 

View this post on Instagram

 

A post shared by Jyoti Tiwari (@ijyotitiwari)

ରାହୁଲ ମାତ୍ର ୩୫ ବର୍ଷର ଥିଲେ । ତାଙ୍କୁ ରାଜୀବ ଗାନ୍ଧି ସୁପର୍ ସ୍ପେଶାଲିଟୀ ହସ୍ପିଟାଲରେ ଭର୍ତ୍ତିି କରାଯାଇଥିଲା ଏବଂ କୋଭିଡ୍‌-୧୯ର ଚିକିତ୍ସା ଚାଲିଥିଲା । ରାହୁଲ୍ ନିଜର ମୃତ୍ୟୁ ଖବର ଦିନକ ପୂର୍ବରୁ ଫେସବୁକରେ ପୋଷ୍ଟ କରିଥିଲେ । ସେ କହିଥିଲେ ଯେ ଯସି ତାଙ୍କୁ ଭଲ ଚିକିତ୍ସା ମିଳିଥାନ୍ତା, ତାହେଲେ ସେ ବଞ୍ଚିପାରିଥାନ୍ତେ ।

ଏହା ପୂର୍ବରୁ ମେ’ ୪ ତାରିଖରେ ରାହୁଲ୍ ଫେସବୁକରେ ପୋଷ୍ଟ କରିଥିଲେ, ମୁଁ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛି । ଲାଗଭାଙ୍ଗ ହସ୍ପିଟାଲରେ ଆଡମିଟ୍ ଅଛି, କିନ୍ତୁ ୪ଟି ଦିନ ହେବ କୌଣସି ରିକଭରୀ ହେଉନାହିଁ । ଏମିତି କୌଣସି ହସ୍ପିଟାଲ ଅଛି, ଯେଉଁଠି ମୋତେ ଅକ୍ସିଜେନ୍ ବେଡ୍ ମିଳିପାରିବ । କାରଣ ଏଠାରେ ମୋର ଅକ୍ସିଜେନ୍ ସ୍ତର ଲଗାତର କମିବାରେ ଲାଗିଛି ଏବଂ କେହି ମୋତେ ଦେଖିବାକୁ ମଧ୍ୟ ନାହାନ୍ତି । ମୁଁ ବହୁତ ବାଧ୍ୟ ହୋଇ ଏହି ପୋଷ୍ଟ କରୁଛି, କାରଣ ଘରଲୋକେ କିଛି ସମ୍ଭାଳି ପାରୁନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos