Advertisment

କେତେ ଆବଶ୍ୟକୀୟ ପାହାଡ? ଜାଣନ୍ତୁ ଅନ୍ତର୍ଜାତୀୟ ପର୍ବତ ଦିବସର ମହତ୍ତ୍ୱ

ପ୍ରଥମେ 2002ରେ ଜାତିସଂଘରେ ନିର୍ଦ୍ଦିଷ୍ଟ ଦିନକୁ ପର୍ବତ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲା। ଏହି ଘୋଷଣା ପରେ 11 ଡିସେମ୍ବର 2003ରେ ପ୍ରଥମ ଅନ୍ତର୍ଜାତୀୟ ପର୍ବତ ଦିବସ ପାଳନ କରାଯାଇଥିଲା।

author-image
Debibandita Barick
Mountain

Mountain

ମାନବ ସମାଜ ପ୍ରତି ପ୍ରକୃତିର ବହୁ ଅବଦାନ ରହିଛି। ଏସବୁ ମଧ୍ୟରୁ ପର୍ବତ ବା ପାହାଡ ଅନ୍ୟତମ। ପ୍ରକୃତିର ଏହି ଅବଦାନ ମାନବକୁ ଅନେକ ଆବଶ୍ୟକୀୟ ସାମଗ୍ରୀ ଯୋଗାଇବା ସହ ସୀମାବର୍ତ୍ତୀ ଅଞ୍ଚଳରେ ଏକ ଢାଲ ହୋଇ ରହିଛି। ତେଣୁ ପର୍ବତ ଓ ପାହାଡର ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ 11 ଡିସେମ୍ବରକୁ ଅନ୍ତର୍ଜାତୀୟ ମାଉଣ୍ଟେନ୍ ଡେ' ବା ପର୍ବତ ଦିବସ ପାଳନ କରାଯାଉଛି।

Advertisment

ପର୍ବତ ଦିବସର ଇତିହାସ
ମିଳିତ ଜାତିସଂଘ ମାନବ ଜୀବନରେ ପର୍ବତମାନଙ୍କର ମହତ୍ତ୍ୱ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଲୋକପାତ କରିବା ପାଇଁ ଅନ୍ତର୍ଜାତୀୟ ପର୍ବତ ଦିବସ ପାଳନ ଆରମ୍ଭ କରିଥିଲା। ପ୍ରଥମେ 2002ରେ ଜାତିସଂଘରେ ନିର୍ଦ୍ଦିଷ୍ଟ ଦିନକୁ ପର୍ବତ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲା। ଏହି ଘୋଷଣା ପରେ 11 ଡିସେମ୍ବର 2003ରେ ପ୍ରଥମ ଅନ୍ତର୍ଜାତୀୟ ପର୍ବତ ଦିବସ ପାଳନ କରାଯାଇଥିଲା। 

ଅନ୍ତର୍ଜାତୀୟ ପର୍ବତ ଦିବସର ଗୁରୁତ୍ୱ
ପରିବେଶରେ ପର୍ବତର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ ହୁଏ। ଏହାର ପ୍ରଭାବ ପର୍ବତ ପର୍ଯ୍ୟଟନ ଉପରେ ମଧ୍ୟ ପଡ଼େ। ପରିଣାମ ସ୍ୱରୂପ, ଗତ କିଛି ବର୍ଷ ମଧ୍ୟରେ ପର୍ବତ ପର୍ଯ୍ୟଟନର ଲୋକପ୍ରିୟତା ବୃଦ୍ଧି ପାଇଛି। ଫଳରେ ପାହାଡିଆ ଅଞ୍ଚଳରେ ରହୁଥିବା ଲୋକଙ୍କର ଅର୍ଥନୀତି ମଜବୁତ କରିବାରେ ସାହାଯ୍ୟ ହୋଇଛି।

Advertisment

କିନ୍ତୁ ପର୍ଯ୍ୟଟକଙ୍କ ଅସାବଧାନତା କାରଣରୁ ପରିବେଶ ନଷ୍ଟ ହେବା ସହ ପାର୍ବତ୍ୟ ଇକୋସିଷ୍ଟମ ଦୁର୍ବଳ ହେବାର ଆଶଙ୍କା କରାଯାଉଛି। ଏଭଳି ପରିସ୍ଥିତିରେ ସେମାନଙ୍କର ପରିବେଶକୁ ସୁରକ୍ଷା ଦେଇ ଜୈବ ବିବିଧତା ବଜାୟ ରଖିବାରେ ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ରହିଛି। ତେଣୁ ପର୍ବତର ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନ ହେବା ନିହାତି ଆବଶ୍ୟକ। 

Importance Of Mountain Day Mountain Day International Mountain Day