Advertisment

ଆଜି 'ପଞ୍ଜାବ କେସରୀ' ଲାଲା ଲାଜପତ ରାୟ ଜୟନ୍ତୀ

ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଲାଲା ଲାଜପତ କହିଥିଲେ, 'ମୋ ଦେହରେ ପଡ଼ିଥିବା ପ୍ରତିଟି ଲାଠି ବ୍ରିଟିଶ ସରକାରଙ୍କ କଫିନ୍‌ରେ ଗୋଟିଏ ଗୋଟିଏ କଣ୍ଟା ପିଟିବାର କାମରେ ଲାଗିବ।'

author-image
Debibandita Barick
Representative Image

Representative Image

ମହାନ ସ୍ୱାଧୀନତା ସଂଗ୍ରାମୀ ତଥା 'ପଞ୍ଜାବ କେସରୀ' ଲାଲା ଲାଜପତ ରାୟଙ୍କ ଆଜି ଜନ୍ମ ଜୟନ୍ତୀ। 1865 ଆଜିର ଦିନରେ ପଞ୍ଜାବର ମୋଗା ଜିଲ୍ଲାରେ ଜନ୍ମ ନେଇଥିଲେ ଏହି ଜନନାୟକ। ବ୍ରିଟିଶରଙ୍କ ଦାସତ୍ୱରୁ ଦେଶକୁ ମୁକ୍ତ କରିବାରେ ସେ ନିଭାଇଥିଲେ ଗୁରୁତ୍ୱପୂର୍ଣ୍ଣ ଭୂମିକା।

Advertisment

ସ୍ୱାଧୀନତା ସଂଗ୍ରାମୀ ବ୍ୟତୀତ ସେ ଜଣେ ଦକ୍ଷ ରାଜନେତା, ଐତିହାସିକ, ଓକିଲ ତଥା ଲେଖକ ମଧ୍ୟ ଥିଲେ। ସ୍ୱାଧୀନତା ପୂର୍ବରୁ ଇଂରେଜଙ୍କ ଲାଠି ପ୍ରହାରରେ ଚାଲି ଯାଇଥିଲା ଲାଲାଙ୍କ ଜୀବନ।

30 ଅକ୍ଟୋବର 1928 ରେ, ଲାହୋରରେ ସାଇମନ୍ କମିଶନଙ୍କ ବିରୋଧରେ ଏକ ବିଶାଳ ପ୍ରଦର୍ଶନ ଚାଲିଥିଲା। ଏଥିରେ ଲାଲା ଲାଜପତ ରାୟ ମଧ୍ୟ ଭାଗ ନେଇଥିଲେ। ଏହି ସମୟରେ ବ୍ରିଟିଶ ସୈନ୍ୟମାନେ ଲାଲାଙ୍କ ଉପରକୁ ଲାଠିଚାର୍ଜ କରିଥିଲେ, ଏଥିରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଲାଲା ଲାଜପତ।

Advertisment

ଗୁରୁତର ଅବସ୍ଥାରେ 18 ଦିନ କାଳ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ 17 ନଭେମ୍ବର 1928ରେ ପ୍ରାଣ ହରାଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ କହିଥିଲେ, 'ମୋ ଦେହରେ ପଡ଼ିଥିବା ପ୍ରତିଟି ଲାଠି ବ୍ରିଟିଶ ସରକାରଙ୍କ କଫିନ୍‌ରେ ଗୋଟିଏ ଗୋଟିଏ କଣ୍ଟା ପିଟିବାର କାମରେ ଲାଗିବ।'

ଭାରତ ମାତାର ଏହି ବୀର ସୁପୁତ୍ର, ପଞ୍ଜାବ କେଶରୀ ବିପ୍ଳବୀ ଲାଲା ଲାଜାପତ ରାୟଙ୍କ ଜୟନ୍ତୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। 

ଶାହ ସୋଶାଲ ମିଡିଆ ଏକ୍ସରେ ଲେଖିଛନ୍ତି, "ମହାନ ସ୍ୱାଧୀନତା ସଂଗ୍ରାମୀ 'ପଞ୍ଜାବ କେସରୀ' ଲାଲା ଲାଜପତ ରାୟ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି। ଭାରତର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଲାଲା ଜୀଙ୍କର ଚିନ୍ତାଧାରା ଏବଂ ଦେଶପ୍ରେମ ଭଗବତ ସିଂହ ଜୀଙ୍କ ପରି ଅନେକ ଯୁବକଙ୍କ ପାଇଁ ପ୍ରେରଣା ପାଲଟିଥିଲା। ଦେଶର ସ୍ୱାଧୀନତା ସହିତ ଲାଲାଜୀ ମଧ୍ୟ ଏହାର ଅର୍ଥନୈତିକ ଏବଂ ସାମାଜିକ ସ୍ଥିତିକୁ ବଦଳାଇବା ଦିଗରେ ଅନେକ ଐତିହାସିକ କାର୍ଯ୍ୟ କରିଥିଲେ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପ୍ରତିଷ୍ଠା ଏବଂ ଶିକ୍ଷା କ୍ଷେତ୍ରରେ କରାଯାଇଥିବା ଅନେକ କାର୍ଯ୍ୟ ହେଉଛି ତାଙ୍କ ପ୍ରୟାସର ପ୍ରତିଫଳନ। ଲାଲାଜୀଙ୍କ ଚିନ୍ତାଧାରା ଆମକୁ ସର୍ବଦା ଦେଶର ସେବା କରିବାକୁ ପ୍ରେରଣା ଯୋଗାଇବ।" 

Lala Lajpat Rai Anniversary Lala Lajpat Rai