Advertisment

ବିଭିନ୍ନତା ମଧ୍ୟରେ ଏକତାର ରାଷ୍ଟ୍ର ଭାରତରେ ସଂଖ୍ୟାଲଘୁ ଅଧିକାର ଦିବସ କେତେ ଜରୁରୀ?

ଭାରତ ବିଭିନ୍ନତା ମଧ୍ୟରେ ଏକତାର ରାଷ୍ଟ୍ର। ଏଠାରେ ବିଭିନ୍ନ ଭାଷାଭାଷୀ ଓ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ତେଣୁ ସମସ୍ତଙ୍କ ଅଧିକାର ଏବଂ ସମସ୍ତଙ୍କ ପ୍ରତି ସମଦୃଷ୍ଟି ଏକ ଆହ୍ୱାନ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଭାରତ ବିଭିନ୍ନତା ମଧ୍ୟରେ ଏକତାର ରାଷ୍ଟ୍ର। ଏଠାରେ ବିଭିନ୍ନ ଭାଷାଭାଷୀ ଓ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ତେଣୁ ସମସ୍ତଙ୍କ ଅଧିକାର ଏବଂ ସମସ୍ତଙ୍କ ପ୍ରତି ସମଦୃଷ୍ଟି ଏକ ଆହ୍ୱାନ। ଏହି ଆହ୍ୱାନକୁ କିପରି ସଚେତନତା ମାଧ୍ୟମରେ ସଫଳ କରାଯାଇ ପାରିବ ଏବଂ ବିଶେଷ କରି ଦେଶରେ ବସବାସ କରୁଥିବା ସଂଖ୍ୟାଲଘୁମାନଙ୍କୁ କିପରି ସେମାନଙ୍କ ଅଧିକାର ଦିଆଯିବ ସେଥିପାଇଁ ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ଡିସେମ୍ବର 18କୁ ସଂଖ୍ୟାଲଘୁ ଅଧିକାର ଦିବସ ପାଳନ କରାଯାଉଛି। ଏପରି ଏକ ଦିବସ ପାଳନ କେତେ ଜରୁରୀ, ଜାଣନ୍ତୁ... 

Advertisment

ସଂଖ୍ୟାଲଘୁ ଅଧିକାର ଦିବସର ଇତିହାସ 
1992 ମସିହାରେ, ମିଳିତ ଜାତିସଂଘ 18 ଡିସେମ୍ବରକୁ ସଂଖ୍ୟାଲଘୁ ଅଧିକାର ଦିବସ ରୂପେ ଘୋଷଣା କରିଥିଲା। ଧାର୍ମିକ କିମ୍ବା ଭାଷାଭିତ୍ତିକ ଭିନ୍ନତା ଏବଂ ଅନୁସୂଚିତ ଜାତି ଓ ଜନଜାତିର ବ୍ୟକ୍ତିଙ୍କ ଅଧିକାରର ସୁରକ୍ଷା ପାଇଁ ମିଳିତ ଜାତିସଂଘ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା। 

ଜାତୀୟ ସଂଖ୍ୟାଲଘୁ ଆୟୋଗ ଅଧିନିୟମ ଅନୁଯାୟୀ 1992 ରେ କେନ୍ଦ୍ର ସରକାର NCM(ନ୍ୟାସନାଲ୍ କମିଶନ ଫର୍ ମାଇନୋରିଟିଜ୍) ପ୍ରତିଷ୍ଠା କରିଥିଲେ। ରାଜ୍ୟର ରାଜଧାନୀରେ ସଂଖ୍ୟାଲଘୁ ଆୟୋଗ ରହିଛି। ଏହା ମାଧ୍ୟମରେ ପୀଡିତ ବ୍ୟକ୍ତି ସେମାନଙ୍କ ଅଭିଯୋଗ ଦାଖଲ କରିପାରିବେ।

Advertisment

ସଂଖ୍ୟାଲଘୁ ଅଧିକାର ଦିବସର ଉଦ୍ଦେଶ୍ୟ
ଜାତି, ଧର୍ମ, ଭାଷା ହେଉ ଅବା ଚଳନି, ଯେକୌଣସି ଭିନ୍ନ ସମ୍ପ୍ରଦାୟର ଲୋକଙ୍କ ପ୍ରତି ସମାନ ବ୍ୟବହାର ଏବଂ ସେମାନଙ୍କ ଅଧିକାରକୁ ସୁନିଶ୍ଚିତ କରିବା ହେଉଛି ଏହି ଦିବସ ପାଳନ ପଛର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହ ସଂଖ୍ୟାଲଘୁମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ଏବଂ ସରକାରୀ ସୁବିଧା ବାବଦରେ ଅବଗତ କରାଇବା ପାଇଁ ସଂଖ୍ୟାଲଘୁ ଅଧିକାର ଦିବସ ପାଳନ କରାଯାଏ।  

National Minorities Right Day Minorities Right