ଡାକ ଦୁଇଟି ଅକ୍ଷର ନୁହେଁ, ଦୁଇଟି ମନର ସମ୍ପର୍କର ସେତୁ

ପ୍ରତିବର୍ଷ ପରେ ଚଳିତବର୍ଷର ଥିମ୍‌ ହେଉଛି- “Together for Trust: Collaborating for a Safe and Connected Future”।

Indian Post PhotoOR

ଜଣେ ପୋଷ୍ଟ ମାଷ୍ଟର ବକ୍ସରୁ ଚିଠି କାଢ଼ୁଛନ୍ତି

Manoranjan Sial
  • Published: Tuesday, 10 October 2023
  • Updated: 10 October 2023, 04:00 PM IST

Sports

Latest News

ଡାକ ଦୁଇଟି ଅକ୍ଷର ନୁହେଁ। ଦୁଇଟି ମନର ସମ୍ପର୍କର ସେତୁ। ସେ କେତେବେଳେ ପ୍ରେମ ପକ୍ଷୀଟିଏ ହୋଇ ଉଡ଼ିଯାଏ ତ ଆଉ କେତେବେଳେ ସ୍ନେହ କାଙ୍ଗାଳୀ ମାଆର ମନର ବ୍ୟଥାକୁ ଧରି ଦୂର ଦିଗବଳୟକୁ ଚାଲିଯାଏ। ସତେ ଯେମିତି ଭସା ବାଦଲଟିଏ। ହେଲେ ଫେରିଲା ବେଳେ ନେଇ ଆସିଥାଏ ସୁଖ ଓ ଦୁଃଖର ମେଞ୍ଚା ମେଞ୍ଚା ଆଶ୍ୱାସନା। ତଥାପି ଡାକ ବା ଡାକିଆ ସମସ୍ତଙ୍କର ଅତି ପ୍ରିୟ। ସମୟ ସହିତ ତାଳ ଦେଇ କଡ଼ ଲେଉଟାଇଛି ଡାକ। ଚାଳ ଘରୁ ଆରମ୍ଭ ହୋଇଥିବା ଡାକ ଆଜି ଆକାଶରେ ଉଡୁଛି। ୧୬୯ ବର୍ଷ ଧରି କୋଟି କୋଟି ଭାରତୀୟଙ୍କ ବର୍ତ୍ତାବହ ସାଜିଛି। ନିରନ୍ତର ବାଣ୍ଟିଚାଲିଛି ସ୍ନେହ, ପ୍ରେମ ଓ ସଦ୍ଇଚ୍ଛା। ପ୍ରତି ବର୍ଷ ପାଳନ ହେଉଛି ଭାରତୀୟ ଡାକ ଦିବସ। ଚଳିତ ବର୍ଷର ଥିମ୍‌ ହେଉଛି- “Together for Trust: Collaborating for a Safe and Connected Future”।

କିଏ କହିଲା ରାଜରାଜୁଡ଼ା ଅମଳରେ ଡାକ ସେବା ନଥିଲା? ରାଜାମାନେ ନିଜ ରାଜ୍ୟର ଗୁପ୍ତ ତଥ୍ୟ ଗୁପ୍ତଚର ମାଧ୍ୟମରେ ପଠାଉଥିଲେ। ତେବେ ଅଷ୍ଟାଦଶ ଶତାବ୍ଦୀରେ ଇଂରେଜମାନେ ଭାରତରେ ଆସ୍ଥା ଜମାଇବା ପରେ ଡାକ ସେବାର ମୂଳ ଦୁଆ ପକାଇଥିଲେ। ଇଷ୍ଟ ଇଣ୍ଡିଆ କମ୍ପାନୀ ଏହାର ପରିଚାଳନା ଦାୟିତ୍ୱ ନେଇଥିଲା। ୧୭୬୬ ମସିହାରେ ଲଡ୍ କ୍ଲାଇବ୍ ଭାରତରେ ଡାକ ସେବା ଆରମ୍ଭ କରିଥିଲେ। ୧୭୭୪ ମସିହାରେ ୱେରେନ୍ ହେଷ୍ଟିଂ କ୍ୟାଲକାଟା (କୋଲକାତା)ରେ ପ୍ରଥମ ଡାକ ଘର ପ୍ରତିଷ୍ଠା କରିଥିଲେ। ତା’ପରେ ଅର୍ଥାତ ୧୭୮୬ ମସିହାରେ ମାଡ୍ରାସ୍ (ଚେନ୍ନାଇ)ରେ ପ୍ରଧାନ ଡାକ ଘର ଓ ୧୭୯୩ ମସିହାରେ ବମ୍ୱେ (ମୁମ୍ବାଇ)ରେ ପ୍ରଧାନ ଡାକଘର ପ୍ରତିଷ୍ଠା କରାଯାଇଥିଲା। ସେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀର ଅଫିସିଆଲ୍ ଡକ୍ୟୁମେଣ୍ଟକୁ ଏହି ଡାକ ଘର ମାଧ୍ୟମରେ ପଠାଯାଉଥିଲେ।  

Also Read

୧୮୫୪ ମସିହାରେ ଡାକ ସେବାକୁ ବ୍ୟାପକ କରାଯାଇଥିଲା। ଲଡ୍ ଡେଲହାଉସି ଡାକ ସେବାକୁ ଭାରତରେ ସ୍ୱତନ୍ତ୍ର ଅନୁଷ୍ଠାନ ଭାବେ ଗଢ଼ି ତୋଳିଥିଲେ। ପୂର୍ବରୁ ଓଜନ ଓ ଦୂରତାକୁ ନେଇ ଡାକ ଦର ଧାର୍ଯ୍ୟ ହେଉଥିଲା, ସେଥିରେ ପରିବର୍ତ୍ତନ କରିଥିଲେ। ଓଜନକୁ ନେଇ ଡାକର ଦର ଧାର୍ଯ୍ୟ କରିଥିଲେ ଲଡ୍ ଡେଲାହୁସି। ଯାହାଫଳରେ ସାଧାରଣ ଡାକ ମଧ୍ୟ ଯାଇପାରୁଥିଲା। 

ଭାରତ ବ୍ରିଟିଶ୍ ଶାସନକୁ ଗଲା ପରେ ଡାକ ସେବାରେ ନୂଆ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଥିଲା। ୧୮୬୩ ମସିହାରେ ରେଳ ଡାକ ସେବା ଆରମ୍ଭ କରାଯାଇଥିଲା। ୧୮୭୩ ମସିହା ଲଫାପା ବିକ୍ରି ହୋଇଥିଲା। ୧୮୬୭ ମସିହାରେ ଭାତର ପାର୍ସଲ ପୋଷ୍ଟାଲ୍ ୟୁନିଅନ୍‌ରେ ସାମିଲ ହୋଇଥିଲା। ୧୮୭୭ ମସିହାରେ ଭିପିପି ପାର୍ସଲ ସେବା ଆରମ୍ଭ ହୋଇଥିଲା। ୧୮୭୯ ମସିହାରେ ପୋଷ୍ଟକାର୍ଡ ଓ ୧୮୮୦ ମସିହାରେ ମନି ଅର୍ଡର ସେବା ଆରମ୍ଭ ହୋଇଥିଲା। ୧୯୧୧ ମସିହାରେ ପ୍ରଥମ ଏୟାର ମେଲ୍ ସେବା ଆରମ୍ଭ ହୋଇଥିଲା। ୧୯୩୫ ମସିହାରେ ଇଣ୍ଡିଆନ୍ ପୋଷ୍ଟାଲ ଅର୍ଡର ଆରମ୍ଭ କରାଯାଇଥିଲା। ୧୯୩୧ ମସିହାରେ ଫଟୋ ଷ୍ଟାମ୍ପ ବାହାର କରାଯାଇଥିଲା।

୧୯୪୭ ମସିହାରେ ପରାଧୀନ ଜଞ୍ଜିରରୁ ମୁକ୍ତ ହେବା ପରେ ଭାରତରେ ଡାକ ସେବାକୁ ବ୍ରିଟିଶ ସରକାର ଚଲାଇବାକୁ ଚାହିଁଥିଲା। ମାତ୍ର ସେଥିରେ ଭାରତ ରାଜି ହୋଇନଥିଲା। ଯାହାଫଳରେ ବ୍ରିଟିଶ ସରକାରକୁ ପଛଘୁଞ୍ଚା ଦେବାକୁ ପଡ଼ିଥିଲା। ଆଉ ତା’ପରେ ଭାରତ ସରକାର ଡାକ ସେବାକୁ ନିଜ ହାତକୁ ନେଇଥିଲେ। ଦେଶ ସ୍ୱାଧୀନ ହେବା ପରେ ୧୯୪୭ ନଭେମ୍ୱର ୨୧ ତାରିଖରେ ପ୍ରଥମ ଡାକ ଟିକଟ ଜାରି ହୋଇଥିଲା। ଡାକ ଟିକଟରେ ଭାରତୀୟ ପତାକା ସହ ଜୟହୀନ୍ଦ ଲେଖାଯାଇଥିଲା। ତା’ପରେ ପର୍ଯ୍ୟାୟକ୍ରମେ ଅନ୍ୟ ଡାକ ଟିକେଟ ଜାରି ହୋଇଥିଲା।

୧୯୭୨ ମସିହା ଅଗଷ୍ଟ ୧୫ ତାରିଖରେ ୬ ଅଙ୍କ ବିଶିଷ୍ଟ ପୋଷ୍ଟାଲ୍ ଇଣ୍ଡେକ୍ସ ନମ୍ୱର(PIN) କାର୍ଯ୍ୟକାରୀ କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ସେବାର ଶୁଭାରମ୍ଭ କରିଥିଲେ। ୬ ସଂଖ୍ୟା ବିଶିଷ୍ଟ PIN ନମ୍ୱର ତିଆରି ପଛରେ କୋଲକାତାରେ କାର୍ଯ୍ୟ କରୁଥିବର ଶ୍ରୀରାମ ଭିକାଜୀ ଭିଲାନ୍କରଙ୍କ ହାତ ଥିଲା। PINର ପ୍ରଥମ ନମ୍ୱର ହେଉଛି ଜୋନ୍, PINର ପ୍ରଥମ ଦୁଇ ନମ୍ୱର ସବ୍ ଜୋନ୍(ପୋଷ୍ଟ ସର୍କ), PINର ପ୍ରଥମ ତିନି ନମ୍ୱର ଦର୍ଶାଉଛି ଜିଲ୍ଲା। PINର ପ୍ରଥମ ୪ଟି ନମ୍ୱର ଦର୍ଶାଉଛି ରୁଟ୍ ଓ ଶେଷ ଦୁଇ ନମ୍ୱାର ଦର୍ଶାଉଛି ଡେଲିଭରୀ ପୋଷ୍ଟ ଅଫିସ୍। ଏମିତି ଭାବେ କାର୍ଯ୍ୟକାରୀ ହେଉଛି ଡାକ ସେବାର ପିନ୍ ନମ୍ବର।

୧୯୮୪ ମସିହାରେ ପୋଷ୍ଟାଲ୍ ଡାକ ଜୀବନ ବୀମା ଆରମ୍ଭ କରାଯାଇଥିଲା। ୧୯୮୫ ମସିହାରେ ଡାକ ଓ ଟେଲିକମ୍ ବିଭାଗକୁ ଅଲଗା କରିଦିଆଯାଇଥିଲା। ୧୯୮୬ ମସିହାରେ ପ୍ରଥମ ସ୍ପିଡ୍ ପୋଷ୍ଟ କାର୍ଯ୍ୟକାରୀ ହୋଇଥିଲା। ୧୯୯୫ ମସିହାରେ ଗ୍ରାମୀଣ ଡାକ ଜୀବନ ବୀମା ଆରମ୍ଭ ହୋଇଥିଲା। ୨୦୦୩ ମସିହାରେ ମେଘଦୂତ ସଫ୍ୱେୟାର୍ କାର୍ଯ୍ୟକାରୀ ହୋଇଥିବା ବେଳେ ୨୦୦୬ ମସିହାରେ ଇ-ପେମେଣ୍ଟ ସେବା ଆରମ୍ଭ ହୋଇଥିଲା।

୨୦୦୮ ମସିହାରେ ଡାକସେବାର ଆଧୁନିକୀକରଣ ପାଇଁ ପ୍ରୋଜେକ୍ଟ ଏରୋ କାର୍ଯ୍ୟକାରୀ କରାଯାଇଥିଲା। ଏଥିସହ ଡାକ ଘରର ନବୀକରଣ ମଧ୍ୟ କରାଯାଇଥିଲା। ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଖୋଲିଥିବା ଡାକ ଘରର ରୂପାନ୍ତରିତ କରାଯାଇଥିଲା। ନୂଆ ରୂପ ନେଇଥିଲା ଡାକ ଘର। ବର୍ତ୍ତମାନ ଦେଶରେ ୨୩ଟି ପୋଷ୍ଟାଲ୍ ସର୍କଲ ରହିଛି। ୨୦୧୭ ତଥ୍ୟ ଅନୁସାରେ ସାରା ଦେଶରେ ୧,୫୪,୯୬୫ ଡାକ ଘର ରହିଛି। ୨୦୨୧ ମାର୍ଚ୍ଚ ସୁଦ୍ଧା ଏଥିରେ ୪,୧୬,୦୮୩ କର୍ମଚାରୀ କାମ କରୁଛନ୍ତି। ଭାରତୀୟ ଡାକ ସେବାର ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ୍ ଥିଲା ୨୦୮୨୦.୦୨ କୋଟି ଟଙ୍କା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story