Advertisment

ଆଜି ବାବା ଚନ୍ଦନେଶ୍ୱରଙ୍କ ପାଟ ପର୍ବ

ପଇତାଧାରୀମାନେ ଦୂର ଦୂରାନ୍ତରୁ ଆସି ବାବାଙ୍କ ପୀଠରେ ଭିଡ଼ ଜମାଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Balasore

Balasore

ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ଚଡକ ମେଳାରେ ଆଜି ଶେଷ ଅର୍ଘ୍ୟ ପ୍ରଦାନ କରାଯିବ। ଏଥିସହ ଶେଷ ହେବ ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ଚଡକଯାତ୍ରା। ଆଜି ଅନୁଷ୍ଠିତ ହେବ ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ପାଟ ପର୍ବ।

Advertisment

ପଇତାଧାରୀମାନେ ଦୂର ଦୂରାନ୍ତରୁ ଆସି ବାବାଙ୍କ ପୀଠରେ ଭିଡ଼ ଜମାଇଛନ୍ତି। ମାନସିକଧାରୀମାନେ ବାବାଙ୍କ ପୀଠରେ ପହଞ୍ଚି ଅର୍ଘ୍ୟ ପଇତା ପକାଇ ବ୍ରତାଚାରୀ ହୋଇଥାନ୍ତି। ବାବାଙ୍କ ଅର୍ଯ୍ୟ ପାଇଲା ପରେ ସେମାନେ ହବିଷାନ୍ନ ଖାଇଥାନ୍ତି। ଗତକାଲି ଅନୁଷ୍ଠିତ ହୋଇଥିଲା ନୀଳପର୍ବ। ମନ୍ଦିର ବେଢା ଭିତରେ ଥିବା ନୀଳ ପୋଖରୀରେ ଅନୁଷ୍ଠିତ ହୋଇଥିଲା ଏହି ପର୍ବ।

ବ୍ରତଧାରୀମାନେ ପୂଜାର୍ଚ୍ଚନା ପରେ ନୀଳ ପୋଖରୀରେ ସ୍ନାନ କରିଥିଲେ। ପରେ ହଜାର ହଜାର ଶ୍ରଦ୍ଧାଳୁ ପୋଖରୀରେ ଥିବା ଦୁଇଟି ଶାଳ କାଠ(ସ୍ତମ୍ବି କାଠ)କୁ ଖୋଜି ଥିଲେ। ତା’ପରେ ପୋଖରୀରୁ ସ୍ତମ୍ୱି କାଠ ଉଦ୍ଧାର କରି ବାବାଙ୍କ ମନ୍ଦିର ଚାରି ପାର୍ଶ୍ୱରେ ପରିକ୍ରମା କରିଥିଲେ। ଏହି ସମୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ହରିବଲ ହୋଳହୋଳିରେ ପ୍ରକମ୍ପିତ ହୋଇଥିଲା ମନ୍ଦିର ବେଢ଼ା। ପୋଖରୀରୁ ଉଦ୍ଧାର ହୋଇଥିବା କାଠକୁ ମନ୍ଦିର ପାର୍ଶ୍ୱରେ ରଖାଯାଇ ପୂଜା କରିଥିଲେ। ବିଶ୍ୱାସ ଅଛି, ସ୍ତମ୍ବିକାଠକୁ ଛୁଇଁଲେ ଆସାଧ୍ୟ ରୋଗରୁ ମୁକ୍ତି ମିଳିଥାଏ। ସେଥିପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବାଙ୍କ ଏହି ମହାନ ପର୍ବରେ ସାମିଲ୍‌ ହୋଇଥାଆନ୍ତି।

Advertisment

ବାବାଙ୍କ ନୀଳପର୍ବ ପଛରେ ରହିଛି ପୌରାଣିକ କାହାଣୀ। ନୀଳ ଶବ୍ଦର ଅର୍ଥ ବିଷ। କିମ୍ବଦନ୍ତୀ ରହିଛି, ସମୁଦ୍ର ମନ୍ଥନ ବେଳେ ବାହାରିଥିବା ହଳାହଳ ବିଷକୁ ଭଗବାନ ଆଶୁତୋଷ ଶଙ୍ଖରେ ପାନ କରି ଦେଇଥିଲେ। ସେଥିପାଇଁ ତାଙ୍କୁ ନୀଳକଣ୍ଠ ବୋଲି କୁହାଯାଏ। ଶିବ ସବୁ ବିଷକୁ ନିଜେ ପାନକରି ସଂସାରକୁ ବିଷ ଜ୍ୱଳାରୁ ରକ୍ଷା କରିଥିଲେ। ସେଥିପାଇଁ ବାବା ଚନ୍ଦନେଶ୍ୱରଙ୍କର କାମିନା ବିବାହ ପରେ ଦ୍ୱିତୀୟ ଅର୍ଘ୍ୟଦିନ ଅନୁଷ୍ଠିତ ହୋଇଥାଏ ନୀଳପର୍ବ।

Balasore