ଓଜୋନ ଦିବସ: ପୃଥିବୀର ଢାଲ ଓଜୋନ ସ୍ତର, ତା'ର ସୁରକ୍ଷା ଆମ ଦାୟିତ୍ୱ

ଓଜୋନ ଦିବସ ପାଳନ କେତେ ଗୁରୁତ୍ୱପୂର୍ଣ୍ଣ, ଜାଣନ୍ତୁ... 

World

ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Monday, 16 September 2024
  • Updated: 16 September 2024, 08:28 AM IST

Sports

Latest News

ଓଜୋନ ଦିବସ ଶୁଣିବା ମାତ୍ରେ, ମନକୁ ନିଶ୍ଚୟ ପ୍ରଶ୍ନ ଆସୁଥିବ ଏହା କ'ଣ ଏବଂ ଏଥିପାଇଁ ଏକ ସ୍ୱତନ୍ତ୍ର ଦିବସ କାହିଁକି ହୁଏ। ବାସ୍ତବରେ ଏ ପ୍ରଶ୍ନ ଯେତିକି ମୂଲ୍ୟବାନ ଏହାର କାରଣ ମଧ୍ୟ ସେତିକି ଗହନ। କାରଣ ଓଜୋନ ପୃଥିବୀ ପାଇଁ ଏକ ଢାଲ ସଦୃଶ। ଏହି ଢାଲ ପୃଥିବୀକୁ ମାରାତ୍ମକ ଅତିବାଇଗଣୀ ରଶ୍ମୀରୁ ରକ୍ଷା କରେ। ତେବେ ଅତିବାଇଗଣୀ ରଶ୍ମୀ କ'ଣ, ଓଜୋନ ସ୍ତର କିପରି ପୃଥିବୀକୁ ରକ୍ଷା କରେ ଏବଂ କାହିଁକି ଏହି ଦିବସ ପାଳନ କରାଯାଏ, ଜାଣନ୍ତୁ... 

ପ୍ରାଣୀ ହୁଅନ୍ତୁ କି ଉଦ୍ଧିଦ, ସମସ୍ତେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ସୂର୍ଯ୍ୟଙ୍କ ଉପରେ ନିର୍ଭର କରନ୍ତି। ସେଥିପାଇଁ କୁହାଯାଏ, 'ସୂର୍ଯ୍ୟ ସକଳ ଶକ୍ତିର ଆଧାର।'ଏଥିରୁ ପ୍ରାଣୀ ଭିଟାମିନ-ଡି ପାଉଥିବା ବେଳେ ଉଦ୍ଧିଦ ଫୁଲ ଏବଂ ଫଳ ପ୍ରସ୍ତୁତ ପାଇଁ ସୂର୍ଯ୍ୟଙ୍କ ଉପରେ ନିର୍ଭର କରେ, ଯାହାକୁ ଫଟୋସିନ୍ଥେସିସ୍ କୁହାଯାଏ। ଫଟୋସିନ୍ଥେସିସ ପ୍ରକ୍ରିୟାରେ ଉଦ୍ଧିତ ଫୁଳ ଓ ଫଳ ପ୍ରସ୍ତୁତ କରନ୍ତି। ଏହାର ଅର୍ଥ ଆମେମାନେ ଯେଉଁ ପନିପରିବା ଖାଉଛନ୍ତି ସେସବୁ ପ୍ରସ୍ତୁତ ପାଇଁ ଉଦ୍ଭିଦ ସୂର୍ଯ୍ୟାଲୋକ ଉପରେ ନିର୍ଭର କରେ। କିନ୍ତୁ ଏହି ସୂର୍ଯ୍ୟାଲୋକରେ ରହିଛି କ୍ଷତିକାରକ ଅତିବାଇଗଣୀ ରଶ୍ମୀ।

ଏହି ହାନିକାରକ ଅତିବାଇଗଣୀ ରଶ୍ମୀକୁ ଅଲଟ୍ରାଭାଓଲେଟ୍ ରେଡିଏସନ କୁହାଯାଏ। ଓଜୋନ ବା O3 ସ୍ତର ଏହି ଅତିବାଇଗଣୀ ରଶ୍ମିକୁ ଶୋଷିନିଏ, ଫଳରେ ଏହା ପୃଥିବୀ ପୃଷ୍ଠରେ ପଡେନାହିଁ। ଯେତେବେଳେ ଅଲଟ୍ରାଭାଓଲେଟ୍ ରେଡିଏସନ ଓଜୋନ ସ୍ତର ଉପରେ ପଡ଼େ, ଓଜୋନ ଅଣୁଗୁଡ଼ିକ ଭାଙ୍ଗି ଗୋଟିଏ ଅମ୍ଳଜାନ ଅଣୁ ଏବଂ ଏକ ମୁକ୍ତ ଅମ୍ଳଜାନ ପରମାଣୁ ସୃଷ୍ଟି କରନ୍ତି, ଯାହା O3 ବା ଓଜୋନ ସୃଷ୍ଟି କରନ୍ତି।

Also Read

ଏହି ସ୍ତରରେ ଅତିବାଇଗଣୀ ରଶ୍ମୀର ଶକ୍ତି ନଷ୍ଟ ହୋଇଯାଏ। ଯଦି ଓଜୋନ ସ୍ତର ସୂର୍ଯ୍ୟକିରଣରୁ ଆସୁଥିବା ଅତିବାଇଗଣୀ ରଶ୍ମୀକୁ ନଷ୍ଟ ନ କରନ୍ତା, ତେବେ ଏହା ପୃଥିବୀର ସମସ୍ତ ପ୍ରକାର ଜୀବଙ୍କ ଉପରେ କ୍ଷତି ପହଞ୍ଚାନ୍ତା। ସରଳ ଭାଷାରେ କହିବାକୁ ଗଲେ ଓଜୋନ ଆମ ପାଇଁ ଏକ ଢାଲ ଭାବେ କାର୍ଯ୍ୟ କରୁଛି। ତେଣୁ ଏହି ସ୍ତରର ସୁରକ୍ଷା ଆମ ଦାୟିତ୍ୱ। 

ରିପୋର୍ଟ ଅନୁସାରେ, ମାନବର କୃତ୍ରିମ ଚଳନି କାରଣରୁ ବିଗତ ଅନେକ ଦଶନ୍ଧି ମଧ୍ୟରେ ବାୟୁମଣ୍ଡଳରେ ଗ୍ରୀନ୍ ହାଉସ୍ ଗ୍ୟାସର ନିର୍ଗମନ ଓଜୋନ ସ୍ତରରେ ଅନେକ କ୍ଷତି ଘଟାଇଛି। ସେହିପରି କେତେକ ପ୍ରକାରର ପ୍ରଦୂଷକ କାରଣରୁ ନିର୍ଗତ ହେଉଥିବା କ୍ଲୋରାଇନ୍ ଏବଂ ବ୍ରୋମାଇନ୍ ପରି ଗ୍ୟାସ୍ ଏହି ସ୍ତରକୁ କ୍ଷତି ପହଞ୍ଚାଉଥିଲା, କିନ୍ତୁ ବିଶ୍ୱର ବହୁ ଦେଶ କଡା ନିୟମ ପ୍ରଣୟନ କରି ଏପରି ପଦାର୍ଥର ନିର୍ଗମନକୁ ନିୟନ୍ତ୍ରଣ କରିଥିଲେ।

ଯେଉଁ ନିୟମଗୁଡିକୁ ଅବଲମ୍ବନ କରାଯାଇ ଓଜୋନ ସ୍ତରକୁ ସୁରକ୍ଷିତ କରାଯାଇଥିଲା, ତାହାକୁ ମଣ୍ଟ୍ରିଆଲ୍ ପ୍ରୋଟୋକଲ୍ ବୋଲି କୁହାଯାଏ। ସେପ୍ଟେମ୍ବର 16, 1987 ରେ, ବିଶ୍ୱର ବିଭିନ୍ନ ଦେଶମାନେ ମିଳିତ ହୋଇ ଏହି ପ୍ରୋଟୋକଲ୍ ଗ୍ରହଣ କରିଥିଲେ। ଏହି ପ୍ରୋଟୋକଲ ଆଧାରରେ ଓଜୋନ ସ୍ତରକୁ କ୍ଷତି ପହଞ୍ଚାଉଥିବା ଏପରି କ୍ଷତିକାରକ ପଦାର୍ଥଗୁଡିକର ବ୍ୟବହାରକୁ କଡା ନିଷିଦ୍ଧ କରିଥିଲେ। ତେଣୁ ଏହି ଦିନକୁ ଓଜନ ଦିବସ ଭାବେ ପାଳନ କରାଯାଏ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story