ସତ କହିଲେ ନବୀନବାବୁ !

ଦେବେନ୍ଦ୍ର ପୃଷ୍ଟି ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇ ଏହାର ସଭାପତି ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏତେ ଦିନ ଧରି ଲୁଚେଇ ରଖିଥିବା ଗୋଟିଏ ସତ କଥା କହିଛନ୍ତି। ସେ କହିଛନ୍ତି ଯେ ଅଭିବୃଦ୍ଧି ପାଇଁ କୌଣସି ନିର୍ଦ୍ଦିଷ୍ଟ ନେତା କିମ୍ବା ବ୍ୟକ୍ତିତ୍ୱ ଏପରିକି ମୋ ଉପରେ ମଧ୍ୟ ଦଳ ନିର୍ଭରଶୀଳ ନୁହେଁ। ତାଙ୍କର ଏହି ବକ୍ତବ୍ୟକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ରାଜନୀତିକ ମହଲରେ ଚର୍ଚ୍ଚା ଚାଲିଛି। ସଂଖ୍ୟାଧିକ […]

navin

navin

Debendra Prusty
  • Published: Friday, 27 December 2019
  • Updated: 27 December 2019, 06:47 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇ ଏହାର ସଭାପତି ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏତେ ଦିନ ଧରି ଲୁଚେଇ ରଖିଥିବା ଗୋଟିଏ ସତ କଥା କହିଛନ୍ତି। ସେ କହିଛନ୍ତି ଯେ ଅଭିବୃଦ୍ଧି ପାଇଁ କୌଣସି ନିର୍ଦ୍ଦିଷ୍ଟ ନେତା କିମ୍ବା ବ୍ୟକ୍ତିତ୍ୱ ଏପରିକି ମୋ ଉପରେ ମଧ୍ୟ ଦଳ ନିର୍ଭରଶୀଳ ନୁହେଁ। ତାଙ୍କର ଏହି ବକ୍ତବ୍ୟକୁ ନେଇ ବିଭିନ୍ନ ଗଣମାଧ୍ୟମ ଓ ରାଜନୀତିକ ମହଲରେ ଚର୍ଚ୍ଚା ଚାଲିଛି। ସଂଖ୍ୟାଧିକ ମତ ହେଉଛି ନିଜର ଉତ୍ତରାଧିକାରୀ ବାଛିବା ସଂକ୍ରାନ୍ତରେ ନବୀନବାବୁ ଏଭଳି ବକ୍ତବ୍ୟ ଜରିଆରେ ସଂକେତ ଦେଇଛନ୍ତି। ତେବେ, ଜାଣତରେ ହେଉ ବା ଅଜାଣତରେ ସେ ଯେ ଦୀର୍ଘ ୨୩ ବର୍ଷ ହେଲା ଲୁଚେଇ ରଖିଥିବା ଗୋଟିଏ ସତ କଥା ପ୍ରକାଶ କରିଛନ୍ତି, ତାହା ମଧ୍ୟ ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଯାଇଛି। ତାହା ହେଉଛି ବିଜେଡିର ଅଭିବୃଦ୍ଧି ବା ବିକାଶ ବା ସାଙ୍ଗଠନିକ ଶକ୍ତି ତାଙ୍କ ଉପରେ ନିର୍ଭରଶୀଳ ନୁହେଁ।

ଓଡ଼ିଶା କାହିଁକି ସାରା ଭାରତବର୍ଷ ଜାଣିଛି ଯେ ନବୀନ ପଟ୍ଟନାୟକ ହେଉଛନ୍ତି ବିଜୁ ଜନତା ଦଳର ପ୍ରତିଷ୍ଠାତା। ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ହୋଇଯିବା ପରେ ଇଚ୍ଛା ନଥିଲେ ବି ସେ ତତ୍କାଳୀନ ଜନତା ଦଳର ରାଜ୍ୟ ସ୍ତରୀୟ ନେତାମାନଙ୍କ ଅନୁରୋଧ ରକ୍ଷା କରି ଓଡ଼ିଶା ରାଜନୀତିରେ ପ୍ରବେଶ କରିଥିଲେ। ପ୍ରଥମେ ସେ ଜନତା ଦଳ ପ୍ରାର୍ଥୀ ଭାବେ ଆସ୍କା ଲୋକସଭା ଉପନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ମାତ୍ର ଖୁବ କମ୍‌ ଦିନ ଭିତରେ ସେ ଜନତା ଦଳର ଓଡ଼ିଶା ଶାଖାରେ ବିଭାଜନ ଘଟାଇ ବିଜୁ ଜନତା ଦଳ ପ୍ରତିଷ୍ଠା କରିଥିଲେ ଓ ଏହି ଦଳ ମୂଳରୁ ଭାରତୀୟ ଜନତା ପାର୍ଟି ସହିତ ମେଣ୍ଟ କରିଥିଲା। ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ମିଶି ୧୯୯୮, ୧୯୯୯ ଓ ୨୦୦୪ ଲୋକସଭା ନିର୍ବାଚନ ଏବଂ ୨୦୦୦ ଏବଂ ୨୦୦୪ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ଲାଭ କରିଥିଲେ। ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ନବୀନବାବୁ ନିଜେ ବିଜେପି ହାତ ଛାଡ଼ି ଅଲଗା ହୋଇଯାଇଥିଲେ। ସେହି ବର୍ଷ ତାଙ୍କ ଦଳ ଏକାକୀ ଲଢ଼ି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଉଭୟ କଂଗ୍ରେସ ଓ ବିଜେପିକୁ ଶକ୍ତ ପରାଭବ ଦେଇଥିଲା। ଏହା ପରେ ୨୦୧୪ ଓ ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେଡି ଉଭୟ କଂଗ୍ରେସ ଓ ବିଜେପିକୁ ପରାସ୍ତ କରି ରାଜ୍ୟରେ ଏକ ନମ୍ବର ଦଳର ମାନ୍ୟତା ବଜାୟ ରଖିଛି ଓ କ୍ରମାଗତ ଭାବେ ପଂଚମ ଥର ପାଇଁ ନବୀନବାବୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ତେବେ, ବିଜେଡିର ଏହି ସଫଳତା ପାଇଁ ମୂଳତଃ ନବୀନବାବୁଙ୍କ ନିର୍ମଳ ଭାବମୂର୍ତ୍ତିକୁ ଶ୍ରେୟ ଦିଆଯାଉଥିଲେ ହେଁ ୨୦୧୨ ଯାଏଁ ସମସ୍ତେ ଜାଣିଥିଲେ ଏହି ସଫଳତାର ପ୍ରକୃତ ଦାବିଦାର ଥିଲେ ପ୍ୟାରୀ ମୋହନ ମହାପାତ୍ର। ସେଯାଏଁ ଗଣମାଧ୍ୟମ ଓ ରାଜନୀତିକ ଚର୍ଚ୍ଚାରେ ତାଙ୍କୁ ଦଳର ମାର୍ଗଦର୍ଶକ, ଚାଣକ୍ୟ ଓ ନବୀନବାବୁଙ୍କ ମୁଖ୍ୟ ପରାମର୍ଶଦାତା ନବୀନଙ୍କ ମୁଣ୍ଡ ଭଳି ଅନେକ ପଦବୀ ପ୍ରଦାନ କରାଯାଇଥିଲା। ୨୦୦୦ ବିଧାନସଭା ନିର୍ବାଚନରେ ଦଳର ତତ୍କାଳୀନ ରାଜନୀତିକ ବ୍ୟାପାର କମିଟି ମୁଖ୍ୟ ତଥା ଦଳର ଅନ୍ୟତମ ବିନ୍ଧାଣୀ ବିଜୟ ମହାପାତ୍ରଙ୍କୁ ପଛରୁ ଛୁରୀକାଘାତ ହେଉ ତ ୨୦୦୨ରେ ଦଳର କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ସମେତ କମଳା ଦାସ ଓ ପ୍ରଶାନ୍ତ ନନ୍ଦଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ପଛରେ ପ୍ୟାରୀଙ୍କ ପରାମର୍ଶ ରହିଥିଲା ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ତେବେ, ସେ ଯାଏଁ ପ୍ୟାରୀ ମୋହନ ମହାପାତ୍ର ପ୍ରଚ୍ଛଦ ପଟରେ ରହିଥିଲେ। ଯେବେଠାରୁ ସେ ବିଜେଡିର କାର୍ଯ୍ୟକାରିଣୀ ସଦସ୍ୟ ଓ ପରେ ରାଜ୍ୟସଭା ସଦସ୍ୟ ହେଲେ ସେବେଠାରୁ ଖୋଲାଖୋଲି ଭାବେ ସେ ଦଳୀୟ ବ୍ୟାପାର ବୁଝିଲେ। ୨୦୧୨ ଯାଏଁ ନବୀନବାବୁଙ୍କ ନାଁରେ ଦଳ ଓ ସରକାରର ସବୁ ନିଷ୍ପତ୍ତି ନିଆଯାଇଥିଲେ ହେଁ ଦଳୀୟ ଓ ବିପକ୍ଷ ନେତାମାନେ ବୁଝିଥିଲେ ଯେ ପ୍ୟାରୀମୋହନ ହିଁ ଥିଲେ ଉଭୟ ବିଜେଡି ଓ ସରକାରର ଚୂଡ଼ାନ୍ତ ନୀତି ନିର୍ଦ୍ଧାରକ। ଦଳ, ସରକାର ଓ ସର୍ବୋପରି ନବୀନ ପଟ୍ଟନାୟକଙ୍କ ଉପରେ ତାଙ୍କର ପ୍ରଭାବ ଓ ନିୟନ୍ତ୍ରଣ କାହାରିକୁ ଅଛପା ନଥିଲା। ସେଥିପାଇଁ ୨୦୧୨ ମେ ୨୯ ତାରିଖରେ ସେ ଯେତେବେଳେ ବିଧାୟକମାନଙ୍କୁ ଏକ ସାଦା କାଗଜରେ ଦସ୍ତଖତ ଦେବାକୁ ଡାକିଲେ ସେତେବେଳେ ପ୍ରାୟ ସମସ୍ତ ଦଳୀୟ ବିଧାୟକ ତାଙ୍କର ୧୧୧ ଶହୀଦ ନଗର ଘରକୁ ଲମ୍ବା ଲାଇନ୍‌ ଲଗେଇଥିଲେ। ସେମାନଙ୍କ ମଧ୍ୟରୁ ୪୦ ସରିକି ବିଧାୟକ ଏକ ସାଦା କାଗଜରେ ଦସ୍ତଖତ ବି ଦେଇଥିଲେ। ଏହା ଥିଲା ନବୀନଙ୍କ ନେତୃତ୍ୱ ଓ ପଦବୀ ହାତେଇବା ଦିଗରେ ଏକ ଶୀତଳ ଚକ୍ରାନ୍ତ। କିନ୍ତୁ, ଡାକ୍ତର ଦାମୋଦର ରାଉତ, ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହେଦଓ, ପ୍ରଫୁଲ୍ଲ ଘଡ଼େଇଙ୍କ ପରି କେତେକ ହାତଗଣତି ପ୍ୟାରୀ-ବିରୋଧୀଙ୍କ ଯୋଗୁଁ ପ୍ୟାରୀଙ୍କ ଷଡ଼ଯନ୍ତ୍ର ପଣ୍ଡ ହୋଇଥିଲା। ଅନ୍ୟ ବିଧାୟକମାନେ ପ୍ୟାରୀଙ୍କ ଘର ବାଟରୁ ଫେରି ଆସିଥିଲେ। ଯଦି ଦଳ, ସରକାର ଓ ନବୀନଙ୍କ ଉପରେ ପ୍ୟାରୀଙ୍କର ପ୍ରଭାବ ଓ ପତିଆରା ନେଇ ବିଧାୟକମାନଙ୍କ ମନରେ ଦ୍ୱନ୍ଦ୍ୱ ଥାଆନ୍ତା, ତେବେ ସେମାନେ ପ୍ୟାରୀଙ୍କ କଥାରେ ଏତେ ବାଟ ଆଗେଇ ନଥାନ୍ତେ କି ସାଦା କାଗଜରେ ଦସ୍ତଖତ ଦେଇ ନଥାନ୍ତେ। ଏହା ପରେ ବିଜୁ ଜନତା ଦଳରେ ପ୍ୟାରୀ ଯୁଗର ଅନ୍ତ ହେଲା।

କିନ୍ତୁ ତା’ ପରେ ଆରମ୍ଭ ହେଲା ଅନ୍ୟ ଏକ ଯୁଗ। ୨୦୧୪ ନିର୍ବାଚନରେ ତତ୍କାଳୀନ ମନ୍ତ୍ରୀ କଳ୍ପତରୁ ଦାସ ଦଳର କେତେକ ଯୁବନେତାଙ୍କ ସହଯୋଗରେ ପ୍ରାର୍ଥୀ ଓ ରଣକୌଶଳ ନିର୍ଦ୍ଧାରଣ କଲେ। ସେହି ସମୟରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କ ଭୂମିକା ନେଇ ମଧ୍ୟ ଗଣମାଧ୍ୟମ ଓ ରାଜନୀତିକ ମହଲରେ ଚର୍ଚ୍ଚା ହୋଇଥିଲା। ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ଥିଲାବେଳେ ତାଙ୍କୁ ବଦନାମ କରିବା ପାଇଁ ତାଙ୍କୁ ଲାଞ୍ଚ ଦେବାକୁ ଜଣେ ଲୋକଙ୍କୁ ପଠାଯାଇଥିଲା। ସେ ଲୋକ କାଳେ ପ୍ୟାରୀଙ୍କ ନିର୍ଦ୍ଦେଶରେ ଏପରି କରିଥିଲେ। ତେବେ ସେହି ଚକ୍ରାନ୍ତରେ ଫସି ନଥିଲେ ବିଜୟ। ଫଳ ଓଲଟା ହେଲା। ବିଜୟଙ୍କ ଉପରେ ନବୀନଙ୍କ ବିଶ୍ୱାସ ବୃଦ୍ଧି ପାଇଥିଲା। ପରେ ତାଙ୍କୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଥିଲା। କଳ୍ପତରୁ ଦାସଙ୍କ ଅସମୟରେ ତିରୋଧାନ ଓ ବିଜୟ ପଟ୍ଟନାୟକଙ୍କ ଅବସରଗ୍ରହଣ ପରଠାରୁ ନବୀନବାବୁଙ୍କ ମୁଣ୍ଡ ବଦଳି ଯାଇଥିଲା। ଗଲା କେତେ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ନବୀନଙ୍କ ମୁଣ୍ଡ ଭାବେ କାର୍ଯ୍ୟ କରୁଥିବା ନେଇ ବିଭିନ୍ନ ମହଲରେ ଆଲୋଚିତ ହୋଇଆସୁଛି। ପ୍ୟାରୀଙ୍କ ପରି ପାଣ୍ଡିଆନ କାଳେ ଉଭୟ ବିଜେଡି ଓ ରାଜ୍ୟ ସରକାର ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ତାଙ୍କ ଅନୁମତି ବିନା ଉଭୟ ବିଜେଡି ଓ ରାଜ୍ୟ ସରକାରରେ ଗଛପତ୍ର ମଧ୍ୟ ହଲେ ନାହିଁ ବୋଲି ଚର୍ଚ୍ଚା ହୁଏ। ପାଣ୍ଡିଆନଙ୍କ ପରିଶ୍ରମ, ନିଷ୍ଠା ଓ ଆନୁଗତ୍ୟ ନେଇ ସନ୍ତୁଷ୍ଟ ଥିବାରୁ ତାଙ୍କ ଉପରେ ଉଭୟ ଦଳ ଓ ସରକାରର ପ୍ରାୟ ସମସ୍ତ ଦାୟିତ୍ୱ ଅଜାଡ଼ି ଦେଇ ନବୀନବାବୁ ରାଜନୀତିକ ବ୍ୟସ୍ତତାରୂ ଦୂରେଇ ରହିଛନ୍ତି।

ବିଜେଡିର ଏହି ୨୩ ବର୍ଷର ଜୟଯାତ୍ରାର ଅନୁଶୀଳନ କରାଯାଏ ତେବେ ବୁଝିବାକୁ ହେବ ଯେ ଦଳ ଗଠନ, ୧୯୯୮ ଓ ୧୯୯୯ ଲୋକସଭା ନିର୍ବାଚନ ସମୟରେ ଦଳ ନବୀନଙ୍କ ଉପରେ ନିର୍ଭରଶୀଳ ନଥିଲା। ସେତେବେଳେ ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ପ୍ରସନ୍ନ ଆଚାର୍ଯ୍ୟ, ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡା ପ୍ରମୁଖ ଦଳ ପରିଚାଳନାର ମୁଖ୍ୟ ଦାୟିତ୍ୱ ବହନ କରିଥିଲେ। ପରେ ଡାକ୍ତର ଦାମୋଦର ରାଉତ, ନଳିନୀ ମହାନ୍ତି ପ୍ରମୁଖ କିଛି କିଛି ପଦପଦବୀ ପାଇଥିଲେ ହେଁ ୨୦୦୦ ନିର୍ବାଚନ ଯାଏଁ ଦଳର ମୁଖ୍ୟ ମୁଣ୍ଡ ଥିଲେ ବିଜୟ ମହାପାତ୍ର। କିନ୍ତୁ ବିଜୟଙ୍କ ବହିଷ୍କାର ପରେ ପ୍ୟାରୀଙ୍କ ରାଜନୀତିକ ଦକ୍ଷତା ଉପରେ ହିଁ ବିଜେଡିର ଅଭିବୃଦ୍ଧି ଓ ବିକାଶ ଅତିମାତ୍ରାରେ ନିର୍ଭର କରିଥିଲା। ନବୀନବାବୁ ନବୀନ ନିବାସରେ ଚିନ୍ତାଶୂନ୍ୟ ଅଳସ ଜୀବନ ଅତିବାହିତ କରୁଥିବାବେଳେ ପ୍ୟାରୀ ଦିନରାତି ୨୪ ଘଣ୍ଟାରୁ ୧୮ ଘଣ୍ଟା ଖଟି ଦଳକୁ ମଜବୁତ କରିବା ସହିତ ବିରୋଧୀଙ୍କୁ ମଧ୍ୟ ଦୁର୍ବଳ କରିଦେଇଥିଲେ। ଏବେ ପାଣ୍ଡିଆନ ଏହି ଭୂମିକା ନିର୍ବାହ କରୁଛନ୍ତି ବୋଲି ବିରୋଧୀ ବିଜେପି ଓ କଂଗ୍ରେସର ଅନେକ ନେତା ଅଭିଯୋଗ କରିଥିବାର ରେକର୍ଡ଼ ରହିଛି।

ତେବେ, ପ୍ୟାରୀଙ୍କ ପ୍ରଭାବ ସମୟରେ ଡାକ୍ତର ଦାମୋଦର ରାଉତ ଅନେକ ଥର ବିଜେଡି ଓ ସରକାରର ନିଷ୍ପତ୍ତି କିଏ ନେଉଛି ବୋଲି ପ୍ରଶ୍ନ ଉଠାଇଥିଲେ। ସେହି ପ୍ରଶ୍ନ ସେତେବେଳେ ଏତେ ଅଶ୍ୱସ୍ତିକର ବୋଧ ହୋଇଥିଲା ଯେ ନବୀନବାବୁ ନିଜେ ଗଣମାଧ୍ୟମରେ ସ୍ପଷ୍ଟୀକରଣ ଦେଇ କହିଥିଲେ, ‘ଦଳ ଓ ସରକାରର ସବୁ ନିଷ୍ପତ୍ତି ମୁଁ ନେଉଛି’। ପରେ ପ୍ରଫୁଲ୍ଲ ଘଡ଼େଇ ମଧ୍ୟ ସମାନ ଢଙ୍ଗରେ ନହେଲେ ବି ଏହି ଏକା ପ୍ରସଙ୍ଗ ଉଠେଇ ଦଳରୁ ତଡ଼ା ଖାଇଥିଲେ। ଏବେ ନବୀନବାବୁ ନିଜେ କହୁଛନ୍ତି ଯେ ବିଜେଡିର ଅଭିବୃଦ୍ଧି ତାଙ୍କ ଉପରେ ନିର୍ଭରଶୀଳ ନୁହେଁ। ଏହା ବୋଧହୁଏ ଖାଣ୍ଟି ସତ। ନବୀନ କେବଳ ନାଁ ବା ଛାପ, ହିନ୍ଦୀରେ କହିଲେ ମୁଖୋଟା ବା ମୋହ୍‌ରା। ତାଙ୍କ ନାମରେ ଦଳ ଓ ସରକାର ପରିଚାଳନା କରି ଆସିଛନ୍ତି ପ୍ୟାରୀଙ୍କ ପରି ଅବସରପ୍ରାପ୍ତ ଆଇଏଏସ ବା ବର୍ତ୍ତମାନ ସରକାରୀ ଚାକିରିରେ ଥିବା ପାଣ୍ଡିଆନଙ୍କ ପରି ଆଇଏଏସ କିମ୍ବା ଅନ୍ୟ କୌଣସି ଅମଲା। ପ୍ୟାରୀଙ୍କ ବୁଦ୍ଧିରେ ଆରମ୍ଭ ହୋଇଥିବା ବିଜେଡି ଓ ସରକାରର ଅମଲାତାନ୍ତ୍ରିକ ପରିଚାଳନା ଏବେ ଚରମ ସ୍ତରରେ ପହଂଚିଛି। ଏହା ଆଉ ଲୁଚି ରହିନାହିଁ ବୋଲି ହୁଏତ ନବୀନବାବୁ ମଧ୍ୟ ହୃଦବୋଧ କରିଛନ୍ତି। ତେଣୁ ଜାଣତରେ ହେଉ ବା ଅଜାଣତରେ ସେ ସତ କଥାଟି ହିଁ କହିଛନ୍ତି, ବିଜେଡିର ଅଭିବୃଦ୍ଧି କୌଣସି ନେତା ଏପରିକି ତାଙ୍କ ଉପରେ ମଧ୍ୟ ନିର୍ଭରଶୀଳ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story