ହିନ୍ଦୁ ବୁର୍ଖା, ମିଛ-ରାଜନୀତି ଓ ଭକୁଆ ଭୋଟର !

ଦେବେନ୍ଦ୍ର ପୃଷ୍ଟି କେନ୍ଦ୍ର ସରକାରଙ୍କ ପ୍ରଣୀତ ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଶାହିନ ବାଗରେ ୫୦ ଦିନ ହେଲାଣି ଆନ୍ଦୋଳନ ଚାଲିଛି। ସେଠାରେ ଶହଶହ ମହିଳା ଦିନରାତି ବସି ରହି ନାଗରିକ ଆଇନ ବିରୋଧରେ ସ୍ଲୋଗାନ ଦେଉଛନ୍ତି। ଏହି ଆନ୍ଦୋଳନକୁ ନେଇ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ଓ ଦିଲ୍ଳୀରେ ଶାସନ କ୍ଷମତାରେ ଥିବା ଆମ୍‌ ଆଦମୀ ପାର୍ଟି ପରସ୍ପରକୁ ଦୋଷ ଦେଉଛନ୍ତି। ଆମ୍‌ ଆଦମୀ ପାର୍ଟି କହୁଛି ଶାହୀନ ବାଗ୍‌ […]

790-1

790-1

Debendra Prusty
  • Published: Wednesday, 05 February 2020
  • Updated: 05 February 2020, 07:30 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

କେନ୍ଦ୍ର ସରକାରଙ୍କ ପ୍ରଣୀତ ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଶାହିନ ବାଗରେ ୫୦ ଦିନ ହେଲାଣି ଆନ୍ଦୋଳନ ଚାଲିଛି। ସେଠାରେ ଶହଶହ ମହିଳା ଦିନରାତି ବସି ରହି ନାଗରିକ ଆଇନ ବିରୋଧରେ ସ୍ଲୋଗାନ ଦେଉଛନ୍ତି। ଏହି ଆନ୍ଦୋଳନକୁ ନେଇ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ଓ ଦିଲ୍ଳୀରେ ଶାସନ କ୍ଷମତାରେ ଥିବା ଆମ୍‌ ଆଦମୀ ପାର୍ଟି ପରସ୍ପରକୁ ଦୋଷ ଦେଉଛନ୍ତି। ଆମ୍‌ ଆଦମୀ ପାର୍ଟି କହୁଛି ଶାହୀନ ବାଗ୍‌ ଆନ୍ଦୋଳନକାରୀଙ୍କୁ ହଟାଇବା କେନ୍ଦ୍ର ସରକାରଙ୍କ କାମ। ବିଜେପିର ଅଭିଯୋଗ ଏହି ଆନ୍ଦୋଳନ ପଛରେ ଆମ୍‌ ଆଦମୀ ପାର୍ଟି ଓ କଂଗ୍ରେସର ହାତ ଅଛି। ଉଭୟ ଦଳ ମଧ୍ୟରେ ଏହିପରି ଅଭିଯୋଗ ଓ ପ୍ରତି-ଅଭିଯୋଗ ଚାଲିଥିବାବେଳେ ଏହି ଆନ୍ଦୋଳନ ରାଜନୀତିକ ଦଳଗୁଡ଼ିକର ମିଥ୍ୟାଚାରକୁ ପଦାରେ ପକେଇ ଦେଇଛି। ଭୋଟ ପାଇଁ ରାଜନୀତିକ ଦଳଗୁଡ଼ିକ କିପରି ମିଥ୍ୟା ଓ କପଟାଚାର କରିପାରନ୍ତି ତାହା ଶାହିନ ବାଗ୍‌ ଆନ୍ଦୋଳନରୁ ସ୍ପଷ୍ଟ ହୋଇଯାଇଛି।

୨୦୨୦ ଜାନୁଆରୀ ୫ ତାରିଖରେ ଶାହୀନ ବାଗ୍‌ ଆନ୍ଦୋଳନକାରୀଙ୍କ ମଧ୍ୟରୁ ଜଣେ ବୁର୍ଖା ପିନ୍ଧା ଯୁବତୀଙ୍କୁ ଉଦ୍ଧାର କରିଛି ଦିଲ୍ଲୀ ପୁଲିସ। ତାଙ୍କ ନେଇ ଆନ୍ଦୋଳନ ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେ ନିଜକୁ ଆନ୍ଦୋଳନକାରୀଙ୍କ ଭିତରେ ଜଣେ ବୋଲି ଦର୍ଶାଇବା ପାଇଁ ବୁର୍ଖା ପିନ୍ଧିଥିଲେ। କାରଣ ଆନ୍ଦୋଳନକାରୀ ଅଧିକାଂଶ ମହିଳା ଥିଲେ ମୁସଲମାନ। ମାତ୍ର ତାଙ୍କ କଥାବାର୍ତ୍ତା ଓ ସେ ପଚାରୁଥିବା ବିଭିନ୍ନ ପ୍ରଶ୍ନରୁ ଆନ୍ଦୋଳନକାରୀ ମହିଳାମାନେ ଏହି ଯୁବତୀଙ୍କ ପରିଚୟ ନେଇ ସନ୍ଦେହ ପ୍ରକଟ କରିଥିଲେ। ତାଙ୍କ ବୁର୍ଖା ଟଣାଓଟରାରୁ ଜଣାପଡ଼ିଥିଲା ଯେ ତା’ ଭିତରେ ସେ ଏକ କ୍ୟାମେରା ଲୁଚେଇ ରଖିଛନ୍ତି। ସେହି କ୍ୟାମେରାରେ ସେ ଆନ୍ଦୋଳନ ସଂପର୍କୀତ ଚିତ୍ର ଉତ୍ତୋଳନ ସହିତ ଆନ୍ଦୋଳନକାରୀଙ୍କ କଥୋପକଥନ ରେକର୍ଡ କରୁଥିଲେ।

ଏହି ଯୁବତୀ ବାସ୍ତବରେ ଆନ୍ଦୋଳନ ସହ ସଂପୃକ୍ତ ନୁହନ୍ତି। ସେ ଅନ୍ୟ କାହା ଦ୍ୱାରା ପ୍ରେରିତ ହୋଇ ଏପରି କରୁଥିବା ସ୍ପଷ୍ଟ ହୋଇଛି। ପୁଲିସ ତାଙ୍କର ପରିଚୟ ପାଇଛି। ତାଙ୍କ ନାଁ ହେଉଛି ଗୁଞ୍ଜା କପୁର। ସେ ଏକଦା ଭୁବନେଶ୍ୱରର ଜାଭିଅର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟରେ ପଢ଼ୁଥିଲେ। ପରେ ପେହ୍‌ଲେ ଇଣ୍ଡିଆ ଫାଉଣ୍ଡେସନରେ କାମ କରୁଥିଲେ। ତାଙ୍କର ନିଜର ଏକ ୟୁଟ୍ୟୁବ୍‌ ଚାନେଲ ଅଛି। ତାହାର ନାଁ ରାଇଟ୍‌ ନ୍ୟାରେଟିଭ୍‌। ଟୁଇଟର୍‌ରେ ମଧ୍ୟ ତାଙ୍କର ଏକ ଆକାଉଣ୍ଟ ଅଛି। ସେଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ତେଜସ୍ୱୀ ସୂର୍ଯ୍ୟ ତାଙ୍କର ଅନୁସରଣ କରୁଛନ୍ତି। ସେ ତାଙ୍କ ୟୁଟ୍ୟୁବ୍‌ ଚାନେଲ୍‌ ଜରିଆରେ ଦକ୍ଷିଣପନ୍ଥୀ ରାଜନୀତିକ ବାର୍ତ୍ତା ପ୍ରସାରଣ କରିଥାନ୍ତି।

ଠିକ ଏହିପରି ସପ୍ତାହେ ତଳେ ଶାହୀନ ବାଗ୍‌ ଆନ୍ଦୋଳନ ସ୍ଥଳରୁ କପିଲ ଗୁଜ୍ଜର ନାମକ ଜଣେ ୨୫ ବର୍ଷ ବୟସ୍କ ଯୁବକଙ୍କୁ ଗିରଫ କରାଯାଇଥିଲା। ସେ ଆନ୍ଦୋଳନ ସ୍ଥଳରେ ଗୁଳି ଚଳାଇଥିଲେ। ଗୁଳି ଚଳାଇବାବେଳେ ସେ ‘ଜୟ ଶ୍ରୀରାମ’ ଓ ‘ହମାରେ ଦେଶ୍‌ ମେଁ ସିର୍ଫ ହିନ୍ଦୁଓଁ କି ଚଲେଗି, ଔର କିସିକା ନେହିଁ’ ବୋଲି ସ୍ଲୋଗାନ ଦେଉଥିଲେ। ତାଙ୍କୁ ଧରିବା ପରେ ପୁଲିସ ଖୋଳତାଡ଼ କରି କହିଲା ଯେ ସେ ହେଉଛନ୍ତି ଆମ୍‌ ଆଦମୀ ପାର୍ଟିର ଲୋକ। ଏନେଇ ଦିଲ୍ଲୀ ପୁଲିସ ତରଫରୁ କିଛି ଫଟୋ ମଧ୍ୟ ପ୍ରଦର୍ଶନ କରାଯାଇଛି। ଫଟୋରେ ସେ ଆମ୍‌ ଆଦମୀ ପାର୍ଟିର କେତେକ ନେତା ଓ କର୍ମୀଙ୍କ ସହିତ ପାର୍ଟି ଟୋପି ପିନ୍ଧି ଠିଆ ହୋଇଛନ୍ତି। ପୁଲିସ ଏପରି ବୟାନ ଦେବା ପରେ କପିଲ ଗୁଜ୍ଜରଙ୍କ ବାପା ଗଜ ସିଂହ କହିଛନ୍ତି ଯେ ଆମ୍‌ ଆଦମୀ ପାର୍ଟି ସହିତ ତାଙ୍କର କି ତାଙ୍କ ପୁଅ କପିଲର କିଛି ସଂପର୍କ ନାହିଁ। ସେ ପୂର୍ବରୁ ବହୁଜନ ସମାଜ ପାର୍ଟିରେ ଥିଲେ। ସେହି ପାର୍ଟି ତରଫରୁ ନିର୍ବାଚନ ଲଢ଼ିଛନ୍ତି। କିନ୍ତୁ ଦେହ ଖରାପ ହେବାରୁ ରାଜନୀତି ଛାଡ଼ି ଦେଇଛନ୍ତି। ଗତ ଲୋକସଭା ନିର୍ବାଚନ ସମୟରେ ଆମ୍‌ ଆଦମୀ ପାର୍ଟିର ଲୋକମାନେ ତାଙ୍କ ଘରକୁ ପ୍ରଚାର ପାଇଁ ଆସିଥିଲେ। ସେହି ସମୟରେ ସେମାନେ ସମସ୍ତଙ୍କୁ ଟୋପି ପିନ୍ଧେଇ ଫଟୋ ଉଠେଇଥିଲେ। ଏବେ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ନେତା ଓ କର୍ମୀମାନେ ମଧ୍ୟ ତାଙ୍କ ଘରକୁ ଆସିଥିଲେ। ସେମାନଙ୍କୁ ସେ ଫୁଲମାଳ ପିନ୍ଧେଇ ସ୍ୱାଗତ କରିଥିଲେ। ନିଜ ପୁଅ ସଂପର୍କରେ ସେ କହିଛନ୍ତି ଯେ କପିଲ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ନେତା ଅମିତ ଶାହଙ୍କ ପ୍ରଶଂସକ।

ଠିକ ଏହିପରି ତା’ର ଦିନକ ପୂର୍ବରୁ ଅନ୍ୟ ଜଣେ ଯୁବକ ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଚଳେଇ ଗିରଫ ହୋଇଛି। ତା’ର ଗୁଳିମାଡ଼ରେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଆହତ ହୋଇଥିଲା। ଗୁଳି ଚଳେଇଥିବା ଯୁବକ ଗୁଳି କରିବା ସମୟରେ କହୁଥିଲା, ଆଜାଦୀ ଚାହୁଁଛ ତ ଏଇ ନିଅ ଆଜାଦୀ! ସେ ଗୁଳି କରୁଥିବା ସମୟରେ ଦିଲ୍ଲୀ ପୁଲିସ ଦେଖୁଥିଲା, ସେ ଗୁଳି କରିବା ପରେ ପୁଲିସ ହାତରେ ଧରାଦେଲା। ସେ ଯୁବକର ପରିଚୟ ନେଇ ମଧ୍ୟ ବିଜେପି ଓ ଆମ୍‌ ଆଦମୀ ପାର୍ଟି ମଧ୍ୟରେ ଯୁକ୍ତିତର୍କ ଚାଲିଛି। ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ଓ ଏହାକୁ ଭଣ୍ଡୁର କରିବା ପାଇଁ ହେଉଥିବା ଉଦ୍ୟମର ମିଥ୍ୟାଚାର ନେଇ ଏଭଳି ଅନେକ ଖବର ପଦାକୁ ଆସିଛି। କେଇ ଦିନ ପୂର୍ବରୁ ଦିଲ୍ଲୀର ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ହୋଇଥିବା ଆକ୍ରମଣରେ ଏବିଭିପି ଓ ବିଜେପି ସମର୍ଥକ ସାମିଲ ଥିଲେ ବୋଲି କେତେକ ଗଣମାଧ୍ୟମ ପର୍ଦ୍ଦାଫାସ କରିଥିଲେ ମଧ୍ୟ ସେମାନଙ୍କ ସହିତ ଏହା ପଛରେ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର କର୍ମକର୍ତ୍ତା ତଥା ବାମପନ୍ଥୀ କର୍ମୀମାନେ ସଂପୃକ୍ତ ଥିଲେ ବୋଲି ଦିଲ୍ଲୀ ପୁଲିସ ଚାର୍ଜସିଟ୍‌ ଦାଖଲ କରିଛି।

ଦିଲ୍ଲୀ ହେଉଛି ଭାରତବର୍ଷର ରାଜଧାନୀ। ସେଠାରେ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କର ବଡ଼ ବଡ଼ ନେତା ଓ ବାବୁମାନେ ବସବାସ କରନ୍ତି। ସେଠାରେ ମଧ୍ୟ ବିଦେଶୀ ରାଷ୍ଟ୍ରଗୁଡ଼ିକର କୂଟନୀତିଜ୍ଞମାନେ ରହନ୍ତି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଅର୍ଜନ କରିଥିବା ଅନେକ ପୂର୍ବତନ ବାବୁ ଓ ନେତାଙ୍କ ସମେତ ଅନେକ ସାହିତ୍ୟିକ, ସାମ୍ବାଦିକ, ଲେଖକ, ଶିଳ୍ପପତି, ବ୍ୟବସାୟୀ, ପ୍ରାଧ୍ୟାପକ ଓ ଗବେଷକ ମଧ୍ୟ ଦିଲ୍ଲୀକୁ ନିଜର ବାସସ୍ଥାନ ଭାବେ ବାଛିଛନ୍ତି। ଦିଲ୍ଲୀର ଶିକ୍ଷିତ ଓ ସଭ୍ୟ ଜନତାଙ୍କ ଭୋଟ ପାଇଁ ଯଦି ରାଜନୀତିକ ଫାଇଦା ପାଇଁ ଏଭଳି ମିଥ୍ୟା ଓ କପଟକୁ ଅସ୍ତ୍ର କରାଯାଏ ତେବେ ଶିକ୍ଷା ଓ ଚେତନାରେ ପଛୁଆ ଦେଶର ଅନ୍ୟାନ୍ୟ ଅଞ୍ଚଳରେ କି ଧରଣର କୁତ୍ସ ରାଜନୀତି ଚାଲି ନଥିବ! ରାଜନୀତିକ କ୍ଷମତା ପାଇଁ ଲୋକମାନଙ୍କୁ ଏପରି ମିଥ୍ୟା ଓ କପଟ କଥାରେ ବିଭ୍ରାନ୍ତ କରିବା କ’ଣ ଦେଶ ସେବା? ଏଭଳି ମିଥ୍ୟା ଓ କପଟର ଦେଶ ସେବା ସହିତ ଦେଶର ପ୍ରାୟ ସବୁ ରାଜନୀତିକ ଦଳ ଜଡ଼ିତ। କେଉଁ ଦଳର ମିଥ୍ୟା କେତେବେଳେ ଧରାପଡ଼ୁଛି ତାହା କେବଳ ଭିନ୍ନ କଥା।

କେଇ ବର୍ଷ ତଳେ ଓଡ଼ିଶାର ବିଜେପୁର ଉପନିର୍ବାଚନ ସମୟରେ ଏହିପରି କିଛି ମିଥ୍ୟା ଓ କପଟାଚାର ପଦାକୁ ଆସିଥିଲା। ସେହି ସମୟରେ କିଛି ଯୁବକ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ସେଥିରେ ଗାଡ଼ି ଚାଳକ ଦିଲେଶ୍ୱର ସାହୁ ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉଭୟ ବିଜେଡି ଓ ବିଜେପି ପରସ୍ପରକୁ ସମାଲୋଚନା କରିଥିଲେ। ବିଜେପି କହିଥିଲା ଏହା ହେଉଛି ବିଜେଡିର ଏକ ନିକୃଷ୍ଟ ନିର୍ବାଚନୀ ଚାଲ୍‌। ବିଜେଡି କହିଥିଲା ଯେ ଏହି ହିଂସାକାଣ୍ଡ ପଛରେ ବିଜେପିର ହାତ ଅଛି। ସେ ଯାହା ବି ହେଉ, ଏପରି କପଟାଚାର ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ସମସ୍ତ ଦଳ ଏପରି ନିକୃଷ୍ଟ ରାଜନୀତିରୁ ନିବୃତ୍ତ ରହିବା ଦରକାର। ଦଳଗୁଡ଼ିକ ସ୍ୱଚ୍ଛ ଗଣତନ୍ତ୍ର ଓ ସ୍ୱଚ୍ଛ ଶାସନ ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି। ତେଣୁ ସେମାନେ ଆଗ ସ୍ୱଚ୍ଛ ହେବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story