କେନ୍ଦ୍ର ସହ କିପରି ସଂପର୍କ ରଖି ସ୍ଥିତି ସମ୍ଭାଳିଛି ବିଜେଡି?

୨୦୧୯ ନିର୍ବାଚନରେ ଜାତୀୟ ସ୍ତରରେ ମୋଦିଙ୍କ ଲୋକପ୍ରିୟତା ଯୋଗୁ ବିଜେପି ଲୋକସଭାରେ ଆସନ ସଂଖ୍ୟା ୩୦୩ରେ ପହଂଚିଯିବା ଫଳରେ ବିଧାନସଭାରେ ବିପୁଳ ବିଜୟ ସତ୍ତ୍ୱେ ନବୀନ ପଟ୍ଟନାୟକ ବିଜେପି ସହିତ ଜାତୀୟ ସ୍ତରରେ ବନ୍ଧୁତା ପାଇଁ ଆଗ୍ରହ ପ୍ରକାଶ କଲେ। ଏହି ବନ୍ଧୁତାର ପ୍ରମାଣ ଦେବା ପାଇଁ ୨୦୧୯ ପରେ ରାଜ୍ୟସଭାର ଖାଲି ହୋଇଥିବା ଉପ-ନିର୍ବାଚନରେ ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଥିଲା।

BJD Vs BJP

BJD Vs BJP

Debendra Prusty
  • Published: Saturday, 22 July 2023
  • Updated: 22 July 2023, 04:19 PM IST

News Highlights

  • କି କୌଶଳରେ ପ୍ରଚଣ୍ଡ ବିଜେପିକୁ ଏଯାଏଁ ଓଡ଼ିଶାରେ ପଛରେ ରଖିଛି ବିଜେଡି?
  • କାହିଁକି ବିଜେଡି ବିରୋଧୀ ଓ ଅସନ୍ତୁଷ୍ଟମାନେ ବିଜେପିରେ ମିଶିବା ନେଇ ଦ୍ୱନ୍ଦ୍ୱରେ?

Sports

Latest News

ଓଡ଼ିଶାରେ ୨୩ ବର୍ଷ ହେଲା ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ସହିତ ଏକଦା ସହଯୋଗୀ ଓ ଏବେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଥିବା ବିଜେପିର ପ୍ରକୃତ ସଂପର୍କ କ’ଣ ତାହାକୁ ନେଇ ରାଜ୍ୟରେ ବିଭିନ୍ନ ପ୍ରକାର ମତାମତ ପ୍ରକାଶ ପାଉଛି। ରାଜ୍ୟରେ ବିଜେଡି-ବିଜେପିର ମିଳିତ ମେଂଟ ସରକାର ସମୟରେ ମୁଖ୍ୟ ବିରୋଧୀ ଦଳରେ ଥିବା କଂଗ୍ରେସ ଦଳ ମେଂଟ ଭାଙ୍ଗିଯିବା ପରେ ଯେଉଁ ଶକ୍ତି ବୃଦ୍ଧି କରିବା କଥା ତାହା ହୋଇପାରିଲା ନାହିଁ। ଏପରିକି ୨୦୦୪ରୁ ୨୦୧୪ ଭିତରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ରହିଥିଲେ ମଧ୍ୟ କଂଗ୍ରେସର ରାଜ୍ୟରେ କୌଣସି ଅଭିବୃଦ୍ଧି ହାସଲ ହେଲାନାହିଁ। ଦୁଇଦଳ ଭିତରେ ମେଂଟ ଭାଙ୍ଗିଯିବା ପରେ କଂଗ୍ରେସ ୨୦୦୯ରେ ଲୋକସଭା କ୍ଷେତ୍ରରେ ୬ଟି ଆସନ ହାସଲ କଲେ ମଧ୍ୟ ୨୦୧୪ ବେଳକୁ ଏହା ଗୋଟିଏ ହେଲେ ଆସନ ପାଇପାରିଲା ନାହିଁ। ବିଧାନସଭାରେ ମଧ୍ୟ ୨୦୦୪ରେ କଂଗ୍ରେସ ଯେଉଁ ସଫଳତା ପାଇ ମୁଖ୍ୟ ବିରୋଧୀ ଦଳ ହୋଇଥିଲା, ସେଥିରେ ଆଉ ସଂଖ୍ୟା ବଢ଼ିବା ତ ଦୂରର କଥା, ସଂଖ୍ୟା କମି ୨୦୦୯ରେ ୨୭ଟି ଆସନକୁ ଖସିଯିବା ଓ ୨୦୧୪ରେ ପୁଣି ମୁଖ୍ୟ ବିରୋଧୀ ଦଳ ହେଲେ ମଧ୍ୟ ବିଧାନସଭାରେ ମାତ୍ର ୧୬ଟି ଆସନ ପାଇବା ଦେଖାଯାଇଥିଲା।

୨୦୧୪ରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଗାଦିସୀନ ହେଲା ପରେ ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ନେତୃତ୍ୱରେ ଓଡ଼ିଶା ବିଜେପି କ୍ଷୀପ୍ର ଗତିରେ ଅଗ୍ରଗତି ହାସଲ କରିଥିଲା। ସେତେବେଳେ କେନ୍ଦ୍ର ସରକାରରେ ତୈଳ ମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ବିଜେପିକୁ ସଂପ୍ରସାରିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଉଦ୍ୟମ ଫଳରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଦଳ ମୁଖ୍ୟ ବିରୋଧୀ ଦଳର ମର୍ଯ୍ୟାଦା ହରାଇବା ସମୟରେ ବିଜେପି ରାଜ୍ୟରେ ଏକ ପ୍ରମୁଖ ବିରୋଧୀ ଦଳ ଭାବରେ ମୁଣ୍ଡ ଟେକିଥିଲା। ବାସ୍ତବରେ ପଞ୍ଚାୟତ ନିର୍ବାଚନରେ ବିଜେପିର ଯେଉଁ ଧରଣର ଅଗ୍ରଗତି ହୋଇ ଏହା ଶତକଡ଼ା ୩୨ ଭାଗ ଭୋଟ ହାସଲ କଲା, ତାହା କେନ୍ଦ୍ରୀୟ ସଭାପତି ଥିବା ଅମିତ ଶାହାଙ୍କୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୧୨୦ ଆସନ ସହିତ ରାଜ୍ୟରେ କ୍ଷମତା ଦଖଲ କରିବ ବୋଲି ଟାର୍ଗେଟ୍ ପ୍ରଦାନ କରିବାକୁ ସାହସ ଯୋଗାଇଲା।

ବାସ୍ତବରେ ବିଜେପିର ଏହି ଅଗ୍ରଗତି ଓଡ଼ିଶାରେ ଏପରି ଆକର୍ଷଣୀୟ ହୋଇଥିଲା ଯେ ଅନେକ ଭାବୁଥିଲେ ଯେ ବିଜେପି ହୁଏତ ନବୀନ ପଟ୍ଟନାୟକଙ୍କୁ ୨୦୧୯ରେ କ୍ଷମତାଚ୍ୟୁତ କରିଦେଇପାରେ। ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବିଶେଷ ଭାବରେ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହା ଓଡ଼ିଶା ପ୍ରତି ଅତ୍ୟଧିକ ଧ୍ୟାନ ଦେଇ ବାରମ୍ବାର ଓଡ଼ିଶା ଆସିବା ଓ ଓଡ଼ିଶା ଲୋକମାନଙ୍କ ଭିତରେ ଭରସା ସୃଷ୍ଟି ପାଇଁ କେନ୍ଦ୍ରୀୟ ପଦପଦବୀରେ ଓଡ଼ିଆ ଲୋକମାନଙ୍କୁ ଅବସ୍ଥାପିତ କରିବା ସହିତ ଅନେକ ଜଣାଶୁଣା ସାଧାରଣ ପ୍ରତିଭାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷଣ କରିବା କାର୍ଯ୍ୟ କିଛି ପରିମାଣରେ ଲୋକମାନଙ୍କୁ ପ୍ରଭାବିତ କରିଥିଲା। ସେତେବେଳେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ବିରୋଧରେ ଗ୍ରହଣଯୋଗ୍ୟ ଜଣେ ବ୍ୟକ୍ତିଙ୍କୁ ଉପସ୍ଥାପିତ କରିବା ଓ ଯେଉଁ ଓଡ଼ିଶାରେ ସେମାନେ ପଞ୍ଚାୟତରେ ଭୋଟ ପାଇଥିଲେ, ସେହି ଅନୁସାରେ ଗ୍ରାମାଞ୍ଚଳରେ ଭିତ୍ତିଭୂମିକୁ ଦୃଢ଼ କରିବା ଦିଗରେ ସାଂଗଠନିକ କାର୍ଯ୍ୟ ସମ୍ଭବତଃ କରିନପାରିବାରୁ ରାଜ୍ୟ ସ୍ତରରେ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକମାନଙ୍କ ବିଶ୍ୱାସ ଭାଙ୍ଗିପାରିଲା ନାହିଁ। ୨୦୧୯ ନିର୍ବାଚନରେ ପ୍ରଥମଥର ପାଇଁ ବିଜେପି ଏକାକୀ ଲଢ଼ି ମଧ୍ୟ ୮ଟି ଲୋକସଭା ଆସନ ପାଇଥିବା ସମୟରେ ବିଧାନସଭାରେ ଏହାର ଆସନ ସଂଖ୍ୟା ମାତ୍ର ୨୩ରେ ସୀମିତ ରହିଲା। ବିଜେଡି-ବିଜେପି ଲଢ଼େଇ ଭିତରେ କଂଗ୍ରେସ ଦଳ ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହେଲା। ଏହାର ବିଧାନସଭାରେ ଆସନ ସଂଖ୍ୟା ୯କୁ କମିଯିବା ସହିତ ଲୋକସଭାରେ ମାତ୍ର ଜଣେ ସଦସ୍ୟ ନିର୍ବାଚିତ ହେଲେ।

୨୦୧୯ ନିର୍ବାଚନରେ ଜାତୀୟ ସ୍ତରରେ ମୋଦିଙ୍କ ଲୋକପ୍ରିୟତା ଯୋଗୁ ବିଜେପି ଲୋକସଭାରେ ଆସନ ସଂଖ୍ୟା ୩୦୩ରେ ପହଂଚିଯିବା ଫଳରେ ବିଧାନସଭାରେ ବିପୁଳ ବିଜୟ ସତ୍ତ୍ୱେ ନବୀନ ପଟ୍ଟନାୟକ ବିଜେପି ସହିତ ଜାତୀୟ ସ୍ତରରେ ବନ୍ଧୁତା ପାଇଁ ଆଗ୍ରହ ପ୍ରକାଶ କଲେ। ଏହି ବନ୍ଧୁତାର ପ୍ରମାଣ ଦେବା ପାଇଁ ୨୦୧୯ ପରେ ରାଜ୍ୟସଭାର ଖାଲି ହୋଇଥିବା ଉପ-ନିର୍ବାଚନରେ ଗୋଟିଏ ଆସନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଥିଲା। ଯଦିଓ ବିଜେପିର ରାଜ୍ୟସଭାକୁ ଯିବା ପାଇଁ ବିଧାନସଭାରେ ସଭ୍ୟ ନଥିଲେ, କିନ୍ତୁ ବିଜେଡିର ବହୁଳ ଜନମତ ଯୋଗୁ ନବୀନ ପଟ୍ଟନାୟକ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ଯେଉଁ ନାମଗୁଡ଼ିକ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ଘୋଷଣା କଲେ, ସେମାନେ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ। ବିଧାନସଭାରେ ବିଜେପି ମୁଖ୍ୟ ବିରୋଧୀ ଦଳ ଭାବରେ ଥିଲେ ମଧ୍ୟ ଜାତୀୟ ସ୍ତରରେ ଓ ବିଶେଷ ଭାବରେ ରାଜ୍ୟସଭାରେ ବିଭିନ୍ନ ବିଧେୟକ ପାଇଁ ସରକାର ଯେଉଁ ସମର୍ଥନ ଚାହୁଁଥିଲେ ତାହା ବିଜେଡି ପ୍ରଦାନ କରିଥିଲା। କେନ୍ଦ୍ରର ଅବହେଳା ବିଷୟରେ ବିଭିନ୍ନ ସମୟରେ ଗଣମାଧ୍ୟମରେ ବିଜେଡି ସ୍ୱର ଉତ୍ତୋଳନ କଲେ ମଧ୍ୟ ବାସ୍ତବରେ ପାର୍ଲାମେଂଟରେ ବିଜେଡି ସରକାରଙ୍କୁ ଅପଦସ୍ତ କରିବା ପରି କୌଣସି ପଦକ୍ଷେପ ନନେଇ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କଲେ।

ଏହାର ପରିଣତି ହେଲା ଯେ ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟମାନଙ୍କରେ କେନ୍ଦ୍ର ସରକାର ଯେଉଁ ଦୃଷ୍ଟିଭଙ୍ଗୀ ନେଇ କାମ କରନ୍ତି ବା ସଂପୃକ୍ତ ସରକାରଙ୍କ ପାଇଁ ଅସୁବିଧା ସୃଷ୍ଟି କରନ୍ତି, ସେପରି କୌଣସି କାର୍ଯ୍ୟ ଓଡ଼ିଶାରେ କରାଗଲା ନାହିଁ। ଏପରିକି ଯେଉଁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ବିରୋଧୀ ଦଳଗୁଡ଼ିକର ନେତାମାନଙ୍କ ଉପରେ ଆକ୍ରମଣ କରୁଛି ବୋଲି ବରାବର ଅନ୍ୟ ବିରୋଧୀଦଳମାନେ କୁହନ୍ତି, ସେକଥା ଓଡ଼ିଶାରେ ବିଜୁ ଜନତା ଦଳ କେବେ କହିନାହିଁ। କାରଣ କୌଣସି କେନ୍ଦ୍ରୀୟ ଏଜେନ୍ସି ରାଜନୈତିକ ଦୃଷ୍ଟିକୋଣରୁ ନବୀନ ପଟ୍ଟନାୟକଙ୍କୁ ଅସୁବିଧା ସୃଷ୍ଟି କଲାଭଳି କାମ କରିନାହାନ୍ତି। ଏପରିକି ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟମାନଙ୍କରେ ରାଜ୍ୟପାଳମାନେ ଯେପରି ଭୂମକା ନେଉଛନ୍ତି, ତାହା ଓଡ଼ିଶା କ୍ଷେତ୍ରରେ ଆଦୌ ହୋଇନାହିଁ। ବରଂ ଓଡ଼ିଶା ରାଜ୍ୟପାଳଙ୍କ ସହିତ ରାଜ୍ୟ ସରକାରଙ୍କ ଘନିଷ୍ଠତା ପ୍ରତି କ୍ଷେତ୍ରରେ ପ୍ରଦର୍ଶିତ ହୋଇଛି।

ଏବେ ୨୦୨୪ ନିର୍ବାଚନ ପାଇଁ ସମୟ ଆସିଯାଉଥିବାରୁ ବିଜେପି ୨୦୧୯ ପୂର୍ବରୁ ଯେଉଁ ଭୂମିକାରେ ରହି ରାଜ୍ୟ ସରକାରଙ୍କ ବିରୋଧରେ କ୍ରମାଗତ ଆକ୍ରମଣ କରୁଥିଲା ସେହିପରି ଏକ ଅବସ୍ଥା ଏ ପର୍ଯ୍ୟନ୍ତ ରାଜ୍ୟରେ ଆସି ପାରିନାହିଁ କାହିଁକି? ରାଜ୍ୟ ବିଜେପି ନେତାମାନେ ଯେତେ ଯାହା କହିଲେ ମଧ୍ୟ ସାଧାରଣ ଲୋକମାନଙ୍କ ଭିତରେ ବିଜେଡି-ବିଜେପି ଭିତରେ ସଂପର୍କ କ’ଣ ବୋଲି ବିଭିନ୍ନ ପ୍ରଶ୍ନ ପଚରାଯାଉଛି। ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୩ ବର୍ଷ ଶାସନ ଫଳରେ ଓ ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ଅପାରଗତା ଓ ଦୁର୍ନୀତି ନେଇ ରାଜ୍ୟ ବିଜେପି ଅଭିଯୋଗ କରୁଥିଲେ ମଧ୍ୟ କୌଣସି କେନ୍ଦ୍ରୀୟ ଏଜେନ୍ସି ଏହିସବୁ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି କାହିଁକି? ଏପରିକି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଯାହାଙ୍କୁ ୫-ଟି ସଚିବ କୁହାଯାଉଛି, ତାଙ୍କ ସଂକ୍ରାନ୍ତରେ ଡିଓପିଟି (ଡିପାର୍ଟମେଂଟ ଅଫ୍ ପର୍ସନାଲ ଆଣ୍ଡ ଟ୍ରେନିଂ)କୁ ରାଜ୍ୟ ବିଜେପି ନେତୃତ୍ୱ ଜଣାଇବା ପରେ ଜଣାପଡୁଛି ସତେ ଯେପରି କିଛି ହୋଇନାହିଁ।

ସେ ଦୃଷ୍ଟିରୁ ବିଜେଡି-ବିଜେପି ଭିତରେ ପ୍ରକୃତ ସଂପର୍କ କ’ଣ ଓ ସେମାନେ ବାସ୍ତବରେ ପରସ୍ପର ବିରୋଧରେ ଅଛନ୍ତି କି ନାହିଁ ଜାଣିବା ପାଇଁ ରାଜ୍ୟରେ ଆଗ୍ରହ ପ୍ରକାଶ ପାଇଛି। ବିଜେଡିର ଯେଉଁ କେତେଜଣ ଅସନ୍ତୁଷ୍ଟ ନେତା ୨୦୨୪ ପୂର୍ବରୁ ବିଜେପି ସହିତ ଯୋଗାଯୋଗ ରଖି ଦଳ ପରିବର୍ତ୍ତନ କରିବେ ବୋଲି ଚିନ୍ତା କରୁଥିଲେ ସେମାନେ ଏବେ ଦ୍ୱିଧାରେ ପଡ଼ିଛନ୍ତି। କାରଣ ବିଜେଡି-ବିଜେପି ଭିତରେ ପ୍ରକୃତ ସଂପର୍କ କ’ଣ ଜାଣିନପାରିଲେ ସେମାନଙ୍କ ଦଳବଦଳ ସେମାନଙ୍କୁ ଲାଭ ପରିବର୍ତ୍ତେ କ୍ଷତିଗ୍ରସ୍ତ କରିବ ବୋଲି ସେମାନେ ଭାବୁଛନ୍ତି।

ବିଜେଡି-ବିଜେପି ଭିତରେ ସଂପର୍କ ନେଇ ଯେତେ ଚର୍ଚ୍ଚା ହେଲେ ମଧ୍ୟ ରାଜ୍ୟର ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ଏ ପର୍ଯ୍ୟନ୍ତ ଏଥିରୁ କିଛି ଫାଇଦା ପାଇପାରୁ ନାହିଁ। ରାଜ୍ୟର ପ୍ରତ୍ୟେକଟି ଉପ-ନିର୍ବାଚନ ସହିତ ପଞ୍ଚାୟତ ଓ ପୌର ନିର୍ବାଚନରେ ଫଳାଫଳରୁ କଂଗ୍ରେସର ସ୍ଥିତିରେ କୌଣସି ଉନ୍ନତି ପରିବର୍ତ୍ତେ ଅବନତି ହେଉଥିବାର ଦେଖିବାକୁ ମିଳୁଛି। ଏହି ଅବସ୍ଥାକୁ ଦେଖି ସମ୍ଭବତଃ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟରେ ସେମାନେ ମୁଖ୍ୟ ବିରୋଧୀ ଦଳ ଆସନରେ ମଜଭୁତ ଅଛନ୍ତି ଭାବି ଓଡ଼ିଶା ପ୍ରତି ଧ୍ୟାନ ଦେଉନାହାନ୍ତି। ଓଡ଼ିଶାରେ ଚିଟ୍‌ଫଣ୍ଡ ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀମାନେ ଅଭିଯୋଗ କରୁଛନ୍ତି ଯେ ବିଜେଡି-ବିଜେପି ଭିତରେ ସଂପର୍କ ଯୋଗୁ ଚିଟ୍‌ଫଣ୍ଡ ସଂକ୍ରାନ୍ତରେ ସିବିଆଇ ଓ ଇଡି ପ୍ରଭୃତି ଯେଉଁ କାର୍ଯ୍ୟାନୁଷ୍ଠାନ କରିବା କଥା ତାହା ଓଡ଼ିଶାରେ କଲେନାହିଁ। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ହୋଇଥିବା ଏକ ସଂଗଠନର ରାଜ୍ୟ କ୍ଷମତାରେ ଥିବା ଦଳ ସହିତ ସଂପର୍କ ନେଇ ଯଦି ବାରମ୍ବାର ପ୍ରଶ୍ନ ଉଠେ, ତେବେ ନିର୍ବାଚନରେ ଜନସାଧାରଣ କରିବେ କ’ଣ?

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ-୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story