ଭୋଟରମାନେ ନାଗରିକ ତ !

ଦେବେନ୍ଦ୍ର ପୃଷ୍ଟି ଭାରତର ନାଗରିକ ଚିହ୍ନଟ ପ୍ରକ୍ରିୟାକୁ ନେଇ ବିବାଦ ଥମୁନି, ବରଂ ବ୍ୟାପକ ହେଉଛି। କେତେକ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କର ଏ ସଂପର୍କୀତ ଆଇନକୁ ଲାଗୁ ନକରିବାକୁ ସଂକଳ୍ପ ଗ୍ରହଣ କରିଛନ୍ତି। ଅନ୍ୟ କେତେକ ରାଜ୍ୟ ସଂକଳ୍ପ ଗ୍ରହଣ କରି ନଥିଲେ ମଧ୍ୟ ସେପରି କରିବାକୁ ଘୋଷଣା କରିଛନ୍ତି। ଅନେକ ରାଜ୍ୟରେ ଏହି ଆଇନ ବିରୋଧରେ ଆନ୍ଦୋଳନ ଚାଲିଛି। ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରର ଅନେକ ମନ୍ତ୍ରୀ ଏହା ସପକ୍ଷରେ […]

votericard

votericard

Debendra Prusty
  • Published: Friday, 24 January 2020
  • Updated: 24 January 2020, 07:58 PM IST
  • ଦେବେନ୍ଦ୍ର ପୃଷ୍ଟି

ଭାରତର ନାଗରିକ ଚିହ୍ନଟ ପ୍ରକ୍ରିୟାକୁ ନେଇ ବିବାଦ ଥମୁନି, ବରଂ ବ୍ୟାପକ ହେଉଛି। କେତେକ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କର ଏ ସଂପର୍କୀତ ଆଇନକୁ ଲାଗୁ ନକରିବାକୁ ସଂକଳ୍ପ ଗ୍ରହଣ କରିଛନ୍ତି। ଅନ୍ୟ କେତେକ ରାଜ୍ୟ ସଂକଳ୍ପ ଗ୍ରହଣ କରି ନଥିଲେ ମଧ୍ୟ ସେପରି କରିବାକୁ ଘୋଷଣା କରିଛନ୍ତି। ଅନେକ ରାଜ୍ୟରେ ଏହି ଆଇନ ବିରୋଧରେ ଆନ୍ଦୋଳନ ଚାଲିଛି। ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରର ଅନେକ ମନ୍ତ୍ରୀ ଏହା ସପକ୍ଷରେ ଯୁକ୍ତି କରୁଛନ୍ତି। ତଥାପି ସେମାନଙ୍କର ଯୁକ୍ତିକୁ ଆନ୍ଦୋଳନକାରୀମାନେ ସମର୍ଥନ କରିପାରୁ ନାହାନ୍ତି। ଅଧିକନ୍ତୁ ଏହି ଆଇନ ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ ସଂଖ୍ୟା ବଢ଼ି ଚାଲିଛି। ଏଭଳି ଏକ ପରିସ୍ଥିତିରେ କେନ୍ଦ୍ର ସରକାର ଭୋଟର ପରିଚୟ ପତ୍ର ସହିତ ଆଧାର ନମ୍ବର ସଂଯୋଗ ପାଇଁ ଅନ୍ୟ ଏକ ଉଦ୍ୟମ ଆରମ୍ଭ କରିଛନ୍ତି। ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କର ଏ ସଂପର୍କୀତ ଏକ ଅନୁରୋଧ ଭିତ୍ତିରେ କେନ୍ଦ୍ର ସରକାର ଏବେ ଏକ ପ୍ରସ୍ତାବର ଚିଠା ପ୍ରସ୍ତୁତ କରୁଛନ୍ତି। ଏହି ଚିଠା ପ୍ରସ୍ତୁତ ହୋଇଗଲେ ତାହାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପାଇଁ ପଠାଯିବ। କ୍ୟାବିନେଟ ମଞ୍ଜୁରୀ ମିଳିଲେ ତାହାକୁ ଏକ ବିଲ୍‌ ଆକାରରେ ସଂସଦର ବଜେଟ ଅଧିବେଶନରେ ଆଗତ କରାଯିବାର ସମ୍ଭାବନା ଅଛି। ଏପରି ଏକ ବିଲ୍‌ ଜରିଆରେ କେନ୍ଦ୍ର ସରକାର ଜନ ପ୍ରତିନିଧି ଆଇନରେ ସଂଶୋଧନ କରିବାର ଉଦ୍ଦେଶ୍ୟ ରଖିଛନ୍ତି। ଜନ ପ୍ରତିନିଧି ଆଇନରେ ହେବାକୁ ଥିବା ଏହି ସଂଶୋଧନ ଜରିଆରେ ଭୋଟର ତାଲିକାରେ ପଞ୍ଜୀକୃତ ହୋଇଥିବା ଓ ହେବାକୁ ଥିବା ଲୋକମାନଙ୍କର ଆଧାର ନମ୍ବର ସଂଗ୍ରହ ପାଇଁ ନିର୍ବାଚନ କମିଶନ ଅଧିକୃତ ହେବେ। ଏପରି ଏକ ଅଧିକାରିକ କ୍ଷମତା ହାସଲ କରିବା ପଛରେ ନିର୍ବାଚନ କମିଶନଙ୍କ ଉଦ୍ଦେଶ୍ୟ ହେଉଛି ଏହା ଦ୍ୱାରା ଜାଲ୍‌ ଭୋଟର ଓ ଏକାଧିକ ସ୍ଥାନରେ ପଂଜୀକୃତ ଭୋଟର ଚିହ୍ନଟ ହେବେ। ଏହା ଫଳରେ ନିର୍ବାଚନ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ହେବ।

ତେବେ ଭୋଟର ପରିଚୟ ପତ୍ର ସହିତ ଆଧାର କାର୍ଡ଼ ସଂଯୋଗ ନେଇ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ନିର୍ବାଚନ ପ୍ରକ୍ରିୟାରୁ ଜାଲ୍‌ ଭୋଟର ଓ ଏକାଧିକ ସ୍ଥାନରେ ଭୋଟର ଭାବେ ପଞ୍ଜୀକୃତ ଅବୈଧ ଭୋଟରଙ୍କୁ ବାଦ ଦିଆଯିବା ଗଣତାନ୍ତ୍ରିକ ସ୍ୱଚ୍ଛତା ପାଇଁ ନିହାତି ଜରୁରୀ। ଏ ଦୃଷ୍ଟିରୁ ମୁଖ୍ୟ ନିର୍ବାଚନ କମିଶନଙ୍କ ଅନୁରୋଧ ଭିତ୍ତିରେ ଭାରତ ସରକାର ନେବାକୁ ଥିବା ସମ୍ଭାବ୍ୟ ପଦକ୍ଷେପ ନିଶ୍ଚୟ ସ୍ୱାଗତଯୋଗ୍ୟ। ତେବେ ପ୍ରଶ୍ନ ହେଉଛି, ଭାରତର ଭୋଟରମାନେ ଭାରତର ନାଗରିକ ନା ନୁହନ୍ତି? ଯଦି ଭାରତର ଭୋଟରମାନେ ଭାରତର ନାଗରିକ ତେବେ ସେମାନଙ୍କ ସହିତ ଭାରତରେ ବସବାସ କରୁଥିବା ସେମାନଙ୍କ ପରିବାରର ସଦସ୍ୟମାନେ ଭାରତର ନାଗରିକ ନା ନୁହନ୍ତି? ଯଦି ଭାରତର ଭୋଟରମାନଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ରହିଛନ୍ତି ବୋଲି ଭାରତ ସରକାର ବା ଭାରତର କୌଣସି ରାଜନୀତିକ ଗୋଷ୍ଠୀ ଆଶଙ୍କା କରୁଛନ୍ତି ତେବେ କ’ଣ ବୁଝିବାକୁ ହେବ ଯେ ବର୍ଷବର୍ଷ ଧରି ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଭଳି ଅନେକ ଦେଶର ନାଗରିକ ଭାରତରେ ଅନୁପ୍ରବେଶ କରି ଭୋଟର ତାଲିକାରେ ନାମ ପଞ୍ଜୀକରଣ କରି ଭାରତ ସରକାରଙ୍କୁ ନିର୍ବାଚିତ କରୁଛନ୍ତି? ସରଳରେ କହିଲେ ଭାରତ ସରକାର କ’ଣ ବିଦେଶୀ ନାଗରିକଙ୍କ ଭୋଟରେ ନିର୍ବାଚିତ ହେଉଛନ୍ତି? ଆଶା କରାଯାଉ ଏଭଳି ସମସ୍ତ ପ୍ରଶ୍ନର ଉତ୍ତର ହେବ ‘ନା’। ସାର୍ବଭୌମ ଭାରତର ସରକାର ଗଠନ ବା ନିର୍ବାଚନ କରିବାର କ୍ଷମତା କେବଳ ଭାରତୀୟ ନାଗରିକମାନଙ୍କର ରହିଛି। ଅନ୍ୟ କୌଣସି ଦେଶର ଲୋକଙ୍କର ଭାରତ ସରକାର ବାଛିବାର ଅଧିକାର ନାହିଁ। ଏଥିରେ କାହାର ଦ୍ୱିମତ ହେବାର ନାହିଁ। ଯଦି ଭାରତର ସମସ୍ତ ଭୋଟର ଭାରତର ନାଗରିକ ତେବେ ସେମାନଙ୍କ ସହିତ ବସବାସ କରୁଥିବା ସେମାନଙ୍କ ପରିବାରର ସଦସ୍ୟମାନେ ମଧ୍ୟ ସମସ୍ତେ ଭାରତୀୟ ବୋଲି ଗ୍ରହଣ କରାଯିବା ଉଚିତ। ଏକା ଘରେ ରହୁଥିବା ପୁଅ ଭାରତର ନାଗରିକ ଓ ତାଙ୍କ ବାପା ପାକିସ୍ତାନର ଲୋକ ବୋଲି କୁହାଯିବା ନିଶ୍ଚୟ ସତ୍ୟର ଅପଳାପ ହେବ।

୨୦୧୯ ସାଧାରଣ ନିର୍ବାଚନ ସମୟରେ ଭାରତର ମୁଖ୍ୟ ନିର୍ବାଚନ କମିଶନ ସୁନୀଲ ଅରୋରା ଗଣମାଧ୍ୟମକୁ ଦେଇଥିବା ତଥ୍ୟ ଅନୁସାରେ ଭାରତର ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା ୯୦ କୋଟି। ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ଭାରତର ଲୋକସଂଖ୍ୟା ୧୨୧ କୋଟି। ଜନସଂଖ୍ୟା ବୃଦ୍ଧି ହାର ୧ ପ୍ରତିଶତ ହିସାବ କଲେ ପରବର୍ତ୍ତୀ ୮ ବର୍ଷ ଭିତରେ ଭାରତର ଜନସଂଖ୍ୟାରେ ଆଉ ପ୍ରାୟ ୧୨ କୋଟି ଯୋଡ଼ି ହୋଇଥିବେ। ଏବେ ଭାରତର ଜନସଂଖ୍ୟା ହେବ ୧୩୩ କୋଟି। ଭାରତର ଲୋକସଂଖ୍ୟାର ୪୧ ପ୍ରତିଶତ ବା ପ୍ରାୟ ୫୪ କୋଟି ହେଲେ ୨୦ ବର୍ଷରୁ କମ୍‌ ବୟସର ଯୁବକ। ଭାରତର ଲୋକସଂଖ୍ୟାରେ ୦-୧୪ ବର୍ଷ ବୟସ ମଧ୍ୟରେ ଲୋକଙ୍କ ସଂଖ୍ୟା ହେଉଛି ପ୍ରାୟ ୩୭ କୋଟି। ଭାରତରେ ଭୋଟାଧିକାର ବୟସ ହେଉଛି ୧୮ ବର୍ଷ। ଏହିସବୁ ତଥ୍ୟକୁ ତର୍ଜମା କଲେ ଭାରତରେ ୧୮ ବର୍ଷରୁ କମ୍‌ ବୟସର ଲୋକଙ୍କ ସଂଖ୍ୟା ୪୩ କୋଟି ଟପିବ। ଅର୍ଥାତ ଭାରତର ଭୋଟର ହେଲେ ୯୦ କୋଟି ଓ ଭୋଟଦାନ ବୟସ ହୋଇ ନଥିବା ଲୋକଙ୍କ ସଂଖ୍ୟା ହେଉଛି ୪୩ କୋଟି। ଗାଏମୋଟ ହେଲେ ୧୩୩ କୋଟି। ଭାରତର ଲୋକସଂଖ୍ୟା ହେଉଛି ଏତିକି। ଏମାନେ ସମସ୍ତେ ଭାରତୀୟ, ଭାରତର ଲୋକ। ଏମାନଙ୍କ ଭିତରେ କିଏ ପୁଣି ପାକିସ୍ତାନୀ, କିଏ ବାଂଲାଦେଶୀ ଓ କିଏ ଆଫଗାନୀ?

ଭାରତ ସରକାର ଗଠନ କରିଥିବା ୟୁନିକ୍‌ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ ବା ୟୁଆଇଡିଏଆଇର କାର୍ଯ୍ୟ ହେଉଛି ଭାରତର ସମସ୍ତ ଲୋକଙ୍କର ଆଧାର ପଞ୍ଜୀକରଣ। ଏଥିରେ ପିଲାରୁ ବୁଢ଼ାଯାଏଁ ସମସ୍ତଙ୍କର ଜୈବତାତ୍ତ୍ୱିକ ପରିଚୟ ପଂଜୀକୃତ ହେଉଛି। ଯେହେତୁ ଭାରତର କ’ଣ ବିଶ୍ୱର କୌଣସି ଦୁଇ ଜଣ ଲୋକଙ୍କର ଜୈବତାତ୍ତ୍ୱିକ ପରିଚୟ ବା ବାୟୋମେଟ୍ରିକ ପରିଚୟ ସମାନ ନୁହେଁ ତେଣୁ ଏହି ପଦ୍ଧତିରେ ଭାରତର ପ୍ରକୃତ ଜନସଂଖ୍ୟା ନିର୍ଭଲ ଭାବେ ଜଣାପଡ଼ିବ ବୋଲି ଯୁକ୍ତି ହୁଏ। ଆଧାର କାର୍ଡ଼ ଜରିଆରେ ଭାରତ ସରକାର ସମସ୍ତ ସାମାଜିକ ହିତାଧିକାରୀ ଭିତ୍ତିକ ଯୋଜନା କାର୍ଯ୍ୟକାରୀ କରନ୍ତି। ଏହା ଦ୍ୱାରା ଜାଲ୍‌ ହିତାଧିକାରୀମାନେ ବାଦ ପଡ଼ିଛନ୍ତି ଓ ସରକାରୀ ଅର୍ଥ ହଡ଼ପର ବାଟ ବନ୍ଦ ହୋଇଯାଇଛି ବୋଲି କେନ୍ଦ୍ର ସରକାର ଦାବି କରନ୍ତି। ୨୦୧୯ ଅକ୍ଟୋବର ସୁଦ୍ଧା ଭାରତର ମୋଟ ୧୨୫ କୋଟି ଲୋକଙ୍କର ଆଧାର ପଞ୍ଜୀକରଣ ସରିଥିଲା। ଏହି ସମୟ ମଧ୍ୟରେ ଜନ୍ମ ହୋଇଥିବା ସଦ୍ୟଜାତ ଶିଶୁର ହୁଏତ ଆଧାର ପଞ୍ଜୀକରଣ ହୋଇନଥିବ। ଏହା ପରେ ଜନ୍ମଲାଭ କରିଥିବା ଶିଶୁର ମଧ୍ୟ ଆଧାର ପଞ୍ଜୀକରଣ ହୋଇନଥିବାର ସମ୍ଭାବନା ଅଧିକ। ୟୁଆଇଡିଏଆଇ ଓ ଭାରତ ସରକାରଙ୍କ ତଥ୍ୟ ଅନୁସାରେ ଦେଶର ପ୍ରାୟ ୯୯ ପ୍ରତିଶତ ଲୋକଙ୍କର ଆଧାର ପଞ୍ଜୀକରଣ ସରିଛି। ବାକି ୧ ପ୍ରତିଶତ ଲୋକଙ୍କ ମଧ୍ୟରେ ଏହିପରି ଶିଶୁ ଥିବେ। କେଉଁଠି କେମିତି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା କିଛି ଲୋକ ମଧ୍ୟ ଏହି ପଞ୍ଜୀକରଣରୁ ବାଦ ପଡ଼ିଥିବେ। ଏସବୁ ମେଳ କଲେ ମଧ୍ୟ ଭାରତ ସରକାରଙ୍କ ନିକଟରେ ଭାରତର ସମସ୍ତ ଲୋକଙ୍କର ତଥ୍ୟ ରହିଛି। ସେମାନେ ସମସ୍ତେ ଭାରତୀୟ। ଏହା ସତ୍ତ୍ୱେ, ଆଧାର ଓ ଭୋଟର ପରିଚୟପତ୍ର ପାଇ ନଥିବା ଅନ୍ୟ ଲୋକମାନେ ଯେ ଭାରତୀୟ ନୁହନ୍ତି ତାହା ଠୋସ୍‌ ଭାବେ କୁହାଯାଇ ପାରିବ ନାହିଁ। କାରଣ ଭାରତ ଏତେ ବିଶାଳ ଓ ଭାରତର ଶାସନ କଳ ଏତେ ଦୁର୍ବଳ ଯେ ଭାରତର ଲୋକସଂଖ୍ୟାର ମିନିଟ ଓ ସେକେଣ୍ଡ ୱାରି ସଠିକ ହିସାବ ସରକାରଙ୍କ ପାଖରେ ଉପଲବ୍ଧ ହେବା ସମ୍ଭବ ନୁହେଁ।

ଏଭଳି ସ୍ଥିତିରେ ଭାରତ ସରକାର ଯଦି ଭୋଟର କାର୍ଡ଼ ସହିତ ଆଧାର କାର୍ଡ଼ ସଂଯୁକ୍ତ କରିବାକୁ ନିଷ୍ପତ୍ତି ନିଅନ୍ତି ତାହା ଏକ ଉତ୍ତମ ପଦକ୍ଷେପ ହୁଅନ୍ତା। ଆଧାର ନମ୍ବର ଆଧାରରେ ଭୋଟର ତାଲିକାର ଶୁଦ୍ଧିକରଣ ହୋଇପାରନ୍ତା। ଭୋଟର ତାଲିକା ଶୁଦ୍ଧ ହେଲେ କେବଳ ଭାରତୀୟ ନାଗରିକ ହିଁ ଭାରତର ସରକାର ବାଛିବେ, ପାକିସ୍ତାନର ନାଗରିକ ବା ଅନ୍ୟ କେଉଁ ଦେଶର ଅନୁପ୍ରବେଶକାରୀ ଭାରତର ଭୋଟର ପରିଚୟପତ୍ର ହାସଲ କରିଥିଲେ ମଧ୍ୟ ଭୋଟ ଦେଇପାରିବ ନାହିଁ। କାରଣ ଆଧାର ନମ୍ବର ସଂଯୋଗ ଜରିଆରେ ଅନେକ ଜାଲ୍‌ ଭୋଟର କାର୍ଡ଼ ରଦ୍ଦ ହୋଇଯିବ। ଯଦି ଭାରତ ସରକାର କହିବେ ଯେ ଆଧାର ଓ ଭୋଟର କାର୍ଡ଼ ଭାରତର ନାଗରିକର ପରିଚୟ ନୁହେଁ, ତେବେ ଭାରତର ନାଗରିକ ବାଛିବାକୁ ଅନ୍ୟ କୌଣସି ପଦ୍ଧତି ମଧ୍ୟ ସଂପୂର୍ଣ୍ଣ ଶୁଦ୍ଧ ଓ ସ୍ୱଚ୍ଛ ହୋଇପାରିବ ନାହିଁ। ଏହି ଦୃଷ୍ଟିରୁ ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ସଂସ୍ଥା ଭାରତର ମୁଖ୍ୟ ନିର୍ବାଚନ କମିଶନ ଭାରତ ସରକାର ଚୟନ କରିବା ନିମନ୍ତେ ଯେଉଁମାନଙ୍କୁ ଭୋଟର ଭାବେ ପଞ୍ଜୀକରଣ କରିଛନ୍ତି ଓ ଯେଉଁମାନେ ଆଧାର ନମ୍ବର ଜରିଆରେ ଶୁଦ୍ଧ ଭୋଟର ବୋଲି ସାବ୍ୟସ୍ତ ହେବେ ସେମାନଙ୍କ ସମେତ ସେମାନଙ୍କ ସହିତ ଗୋଟିଏ ଘରେ ବସବାସ କରୁଥିବା ସେମାନଙ୍କର ପାରିବାରିକ ସଦସ୍ୟମାନଙ୍କୁ ମଧ୍ୟ ଭାରତର ନାଗରିକ ଭାବେ ଗ୍ରହଣ କରାଯାଉ, ସେମାନଙ୍କର ଆଧାର ଓ ଭୋଟର ପରିଚୟ ପତ୍ର ମିଳେଇ, ଯାଞ୍ଚ ଓ ତର୍ଜମା କରି। ତାହା ହେଲେ ନାଗରିକତା ସଂଶୋଧନ ଆଇନକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସହଜ ସମାଧାନ ହୋଇପାରିବ। ଏହି ପ୍ରକ୍ରିୟାରେ ଯେଉଁମାନେ ଭାରତର ନାଗରିକ ସାବ୍ୟସ୍ତ ହେବେ ସେମାନଙ୍କୁ ଜାତୀୟ ନାଗରିକ ପଞ୍ଜିକା ବା ଏନଆରସିରେ ସାମିଲ କରାଯାଉ। ସେଥିପାଇଁ ସ୍ୱତନ୍ତ୍ର ଏକ ଜାତୀୟ ଜନସଂଖ୍ୟା ପଞ୍ଜିକାର ଆବଶ୍ୟକତା ପଡ଼ିବ ନାହିଁ। ୨୦୨୧ ଜନଗଣନା ରିପୋର୍ଟକୁ ଆଧାର ଓ ଭୋଟର ପରିଚୟ ପତ୍ର ସହିତ ମିଳେଇଦେଲେ କ୍ଷୀରରୁ ପାଣି ଅଲଗା ହୋଇଯିବ। ଯେଉଁମାନେ ଏସବୁ ପ୍ରକ୍ରିୟାରୁ ବାଦ ପଡ଼ିବେ ସେମାନଙ୍କୁ ଭାରତ ସରକାର ପ୍ରଚଳିତ ଆଇନ ଅନୁସାରେ ନାଗରକିତା ପ୍ରଦାନ କରିପାରନ୍ତି ବା ଭାରତର ଶାସ୍ତ୍ର ପୁରାଣରେ ଉଲ୍ଲିଖିତ ପ୍ରାଚୀନ ମୂଲ୍ୟବୋଧର ଗରୀମା ବଜାୟ ରଖି ଶରଣ ଦେଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story