ଧର୍ମ-ରାଜନୀତିରେ ପୂର୍ଣ୍ଣଚ୍ଛେଦ!

ଦେବେନ୍ଦ୍ର ପୃଷ୍ଟି ରାମାୟଣ ଏକ ଐତିହାସିକ ଦଲିଲ ନୁହେଁ। ଏହା ଏକ ପୁରାଣ। ପୁରାଣକୁ ଆଧୁନିକ ଇତିହାସକାରମାନେ ଇତିହାସ ବୋଲି ମାନନ୍ତି ନାହିଁ। ରାମାୟଣ ଅନୁସାରେ ରାମ ଅଯୋଧ୍ୟାରେ ଜନ୍ମ ହୋଇଥିଲେ। ସେ ଅଯୋଧ୍ୟା ଉତ୍ତର ପ୍ରଦେଶରେ କି ଓଡ଼ିଶାର ନୀଳଗିରିରେ ତାହା ଏକ ବିବାଦୀୟ ପ୍ରଶ୍ନ। ଅବଶ୍ୟ ଭାରତବର୍ଷର ବହୁ ହିନ୍ଦୁ ବିଶ୍ୱାସ କରନ୍ତି ଯେ ଅଯୋଧ୍ୟା ହିଁ ରାମଚନ୍ଦ୍ରଙ୍କ ଜନ୍ମସ୍ଥାନ। ତେବେ ଅଯୋଧ୍ୟାର ବିବାଦୀୟ ସ୍ଥାନରେ ଯେ ଏକ ମନ୍ଦିର ଥିଲା ତାହାର ପ୍ରମାଣ […]

692328-ayodhya

692328-ayodhya

Debendra Prusty
  • Published: Thursday, 17 October 2019
  • Updated: 17 October 2019, 07:36 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ରାମାୟଣ ଏକ ଐତିହାସିକ ଦଲିଲ ନୁହେଁ। ଏହା ଏକ ପୁରାଣ। ପୁରାଣକୁ ଆଧୁନିକ ଇତିହାସକାରମାନେ ଇତିହାସ ବୋଲି ମାନନ୍ତି ନାହିଁ। ରାମାୟଣ ଅନୁସାରେ ରାମ ଅଯୋଧ୍ୟାରେ ଜନ୍ମ ହୋଇଥିଲେ। ସେ ଅଯୋଧ୍ୟା ଉତ୍ତର ପ୍ରଦେଶରେ କି ଓଡ଼ିଶାର ନୀଳଗିରିରେ ତାହା ଏକ ବିବାଦୀୟ ପ୍ରଶ୍ନ। ଅବଶ୍ୟ ଭାରତବର୍ଷର ବହୁ ହିନ୍ଦୁ ବିଶ୍ୱାସ କରନ୍ତି ଯେ ଅଯୋଧ୍ୟା ହିଁ ରାମଚନ୍ଦ୍ରଙ୍କ ଜନ୍ମସ୍ଥାନ। ତେବେ ଅଯୋଧ୍ୟାର ବିବାଦୀୟ ସ୍ଥାନରେ ଯେ ଏକ ମନ୍ଦିର ଥିଲା ତାହାର ପ୍ରମାଣ ଅଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ଗବେଷଣା ସଂସ୍ଥା ବା ଏଏସଆଇ ଏବଂ କେତେକ ସ୍ୱାଧୀନ ଗବେଷକଙ୍କ ପ୍ରତ୍ନତାତ୍ତ୍ୱିକ ଖନନରୁ ଏ ସଂପର୍କରେ ଅନେକ ପ୍ରମାଣ ମିଳିଛି। ଷୋଡ଼ଶ ଶତାବ୍ଦୀ ପୂର୍ବରୁ ସେଠାରେ ଏକ ମନ୍ଦିର ଥିଲା। ସେହି ମନ୍ଦିରର ଅନେକ ପ୍ରମାଣ ଏବେ ବି ବାବ୍ରି ମସଜିଦ ତଳେ ଚାପି ହୋଇରହିଛି, ଖନନ ପ୍ରକ୍ରିୟାରେ କିଛି ପଦାକୁ ବାହାରିଛି।

ଇତିହାସର ଏହି ପ୍ରମାଣ ଓ କିମ୍ବଦନ୍ତୀର କାହାଣୀ ସତ୍ତ୍ୱେ ସେଠାରେ ଉଭୟ ମନ୍ଦିର ଓ ମସଜିଦ ଅବହେଳିତ ଅବସ୍ଥାରେ ରହିଥିଲା। ଦଶନ୍ଧି ଦଶନ୍ଧି ଧରି ସେଠି ନା ହିନ୍ଦୁମାନେ ରାମଙ୍କ ପୂଜା କରୁଥିଲେ ନା ମୁସ୍‌ଲିମ୍‌ମାନେ ନମାଜ ପଡ଼ୁଥିଲେ। ତାହା ଥିଲା ଏକ ପରିତ୍ୟକ୍ତ ଆବର୍ଜନାମୟ ସ୍ଥାନ। ଭାରତବର୍ଷରେ ହିନ୍ଦୁତ୍ୱ ରାଜନୀତିର ଉତ୍ଥାନ ଓ ପ୍ରଗତି ସହିତ ରାମ ମନ୍ଦିର ଓ ବାବ୍ରି ମସଜିଦ ବିବାଦ ଉଗ୍ର ରୂପ ଧାରଣ କରି ଉଭୟ ସଂପ୍ରଦାୟ ମଧ୍ୟରେ ବିଭେଦ, ବିଦ୍ୱେଷ ଓ ବିବାଦର ପ୍ରାଚୀର ଛିଡ଼ା କଲା। ଧର୍ମ ଭିତ୍ତିରେ ଭାରତ ବିଭାଜନ, କାଶ୍ମୀର କଳି, ସୀମାପାର ଆତଙ୍କବାଦ, ଧର୍ମନିରପେକ୍ଷ ରାଜନୀତି ନାଁରେ ସଂଖ୍ୟାଲଘୁ ତୁଷ୍ଟୀକରଣ ଆଦି ଅନେକ ପ୍ରସଙ୍ଗ ଯୋଗୁଁ ଏହି ବିଭେଦ, ବିଦ୍ୱେଷ ଓ ବିବାଦ କ୍ରମେ ଘନୀଭୂତ ହେଲା। ଏହି ସମୟ ମଧ୍ୟରେ ସାଧାରଣ ଏକ ଜମି ବିବାଦ ଦେଶର ସବୁଠୁ ସ୍ପର୍ଶକାତର ମାମଲାରେ ପରିଣତ ହୋଇ ଏବେ ସୁପ୍ରିମ କୋର୍ଟଙ୍କ ଚୂଡ଼ାନ୍ତ ରାୟର ଅପେକ୍ଷା କରିଛି।

ଏହି ରାୟ କ’ଣ ହେବ, କାହା ସପକ୍ଷରେ ଯିବ, ତାହା କେହି ଜାଣନ୍ତି ନାହିଁ। ତେବେ, ଗଣମାଧ୍ୟମରେ ପ୍ରକାଶିତ କେତେକ ରିପୋର୍ଟ ଅନୁସାରେ ସୁପ୍ରିମ କୋର୍ଟ ଯାହା ବି ରାୟ ଦେବେ ତାହା ଉଭୟ ବାଦୀ ଓ ବିବାଦୀଙ୍କୁ ସନ୍ତୁଷ୍ଟ କରିବାର ସମ୍ଭାବନା ରହିଛି। କାରଣ, ସମ୍ଭବତଃ ସୁପ୍ରିମ କୋର୍ଟ ମନ୍ଦିରର ପୂର୍ବସ୍ଥିତି ନେଇ ପ୍ରତ୍ନତାତ୍ତ୍ୱିକ ରିପୋର୍ଟ ଓ ମସଜିଦ ଧ୍ୱଂସ ପାଇବାର ଐତିହାସିକ ପ୍ରମାଣ ସତ୍ତ୍ୱେ କୋର୍ଟଙ୍କ ନିଯୁକ୍ତ ମଧ୍ୟସ୍ଥ କମିଟିର ରିପୋର୍ଟ ଆଧାରରେ ରାୟ ଦେଇପାରନ୍ତି। ମୁସଲିମ ପକ୍ଷ ସୁନ୍ନି ୱାକଫ୍‌ ବୋର୍ଡ଼ କାଳେ ମଧ୍ୟସ୍ଥ କମିଟିକୁ ପ୍ରସ୍ତାବ ଦେଇଛନ୍ତି ଯେ ସେମାନେ ବିବାଦୀୟ ଜମି ଉପରୁ ଦାବି ପ୍ରତ୍ୟାହାର କରିବେ। ବିବାଦୀୟ ୨.୭୭ ଏକର ଜମି ଉପରେ ରାମ ମନ୍ଦିର ନିର୍ମାଣ କରିବାକୁ ସରକାର ତାହା ଅଧିଗ୍ରହଣ କରିପାରନ୍ତି। ପ୍ରତିବଦଳରେ ଅଯୋଧ୍ୟାରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ୭୦ ଉପରେ ମସଜିଦର ପୁନରୁଦ୍ଧାର ପାଇଁ ସରକାର ବ୍ୟବସ୍ଥା କରିବେ। ବିବାଦୀୟ ବାବ୍ରି ମସଜିଦର ପୁନଃନିର୍ମାଣ ପାଇଁ ମଧ୍ୟ ସରକାର ଅନ୍ୟତ୍ର ଜାଗା ଯୋଗାଇଦେବେ। ସୁପ୍ରିମ କୋର୍ଟ ଯଦି ସୁନ୍ନି ୱାକଫ୍‌ ବୋର୍ଡ଼ ମଧ୍ୟସ୍ଥ କମିଟିକୁ ଦେଇଥିବା ଏହି ପ୍ରସ୍ତାବ ଆଧାରରେ ରାୟ ଦିଅନ୍ତି ତେବେ ଉଭୟ ହିନ୍ଦୁ ପକ୍ଷ ଓ ମୁସଲିମ ପକ୍ଷର ଜିତାପଟ ହେବ, ଉଭୟ ପକ୍ଷର ମାନ ରହିବ।

ତେବେ ଏପରି ଏକ ରାୟକୁ କେଉଁ ପକ୍ଷ କିଭଳି ଗ୍ରହଣ କରିବେ ତା’ ଉପରେ ଅନେକ କଥା ନିର୍ଭର କରେ। ଯଦି ବି ଉଭୟ ପକ୍ଷ ଏହାକୁ ସୁନାପିଲା ଭଳି ମାନି ନିଅନ୍ତି ଓ ବିବାଦକୁ ଆଉ ଆଗକୁ ନବଢ଼ାଇ ସାଂପ୍ରଦାୟିକ ଏକତା ଓ ସଦ୍ଭାବ ବଜାୟ ରଖି ଉତ୍ସର୍ଗୀକୃତ ଭାବେ ଦେଶଗଠନରେ ସାମିଲ ହୁଅନ୍ତି ତେବେ ଆଧୁନିକ ଭାରତରେ ଏହା ଏକ ଐତିହାସିକ ମୋଡ଼ ଆଣିବ। ରାଜନେତାମାନେ ଚାହିଁଲେ ଏହି ମୋଡ଼ ଦେଇ ସବ୍‌ କା ସାଥ୍‌ ସବ୍‌ କା ବିକାଶ ଦିଗରେ ଦେଶକୁ ଆଗେଇ ନେଇ ପାରିବେ। ସଂଖ୍ୟାଗରିଷ୍ଠ ଓ ସଂଖ୍ୟାଲଘୁଙ୍କ ମଧ୍ୟରେ ସାଂପ୍ରଦାୟିକ ବିଭେଦ ଓ ବିଦ୍ୱେଷ ପରିବର୍ତ୍ତେ ଆର୍ଥନୀତିକ ଓ ସାଂସ୍କୃତିକ ସହଯୋଗ ଏବଂ ସଦ୍‌ଭାବ ସୁଦୃଢ଼ ହେଲେ ଉଭୟ ସଂପ୍ରଦାୟର ପ୍ରଚୁର ଲାଭ ହେବା ସଙ୍ଗେସଙ୍ଗେ ଅନ୍ୟ ସଂପ୍ରଦାୟଗୁଡ଼ିକ ମଧ୍ୟ ଆଶ୍ୱସ୍ତ ହେବେ। ଭାରତରେ ଦଙ୍ଗା ଓ ଭିଡ଼ହିଂସା ବନ୍ଦ ହେଲେ ଦେଶୀ ଓ ବହୁରାଷ୍ଟ୍ରୀୟ ନିବେଶକାରୀମାନେ ମଧ୍ୟ ଏଠାରେ ପୁଂଜି ଖଟେଇବାକୁ ଅଧିକ ଆସ୍ଥାବାନ ହେବେ। ତାହା ନିଯୁକ୍ତି ସୃଷ୍ଟି, ରୋଜଗାର ବୃଦ୍ଧି, ଜିଡିପି ଅଭିବୃଦ୍ଧିରେ ସହାୟକ ହେବ ଏବଂ କେନ୍ଦ୍ର ସରକାରଙ୍କ ଉଦ୍‌ଘୋଷଣା ଅନୁସାରେ ଭାରତ ଅଚିରେ ୫ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ ହୋଇ ବିଶ୍ୱର ତୃତୀୟ କି ଚତୁର୍ଥ ଅର୍ଥଶକ୍ତି ଭାବେ ଉଭା ହେବ। ଭାରତର ଦୁଇ ବୃହତ୍‌ ସଂପ୍ରଦାୟ ମଧ୍ୟରେ ଶାନ୍ତି ଓ ସଦଭାବ ଫେରି ଆସିଲେ ଆଇନଶୃଙ୍ଖଳା, ବିଚ୍ଛିନ୍ନତାବାଦ, ଆତଙ୍କବାଦ ଆଦି ଅନେକ ଆନୁସଙ୍ଗିକ ବିଷୟରେ ସରକାର ଖର୍ଚ୍ଚ କରୁଥିବା ହଜାର ହଜାର କୋଟି ଟଙ୍କା ବଂଚିବ ଓ ତାହାକୁ ବିକାଶ ଓ ସମୃଦ୍ଧି ଦିଗରେ ବିନିଯୋଗ କରି ଭାରତକୁ ବିଶ୍ୱରେ ଏକନମ୍ବର ପ୍ରଗତିଶୀଳ ରାଷ୍ଟ୍ରରେ ପରିଣତ କରାଯାଇ ପାରିବ।

ତେବେ ପ୍ରଶ୍ନ ହେଉଛି, ଏଇଠି ଶେଷ ହେବ କି ଭାରତବର୍ଷର ଚାଲି ଆସିଥିବା ଧର୍ମ ଓ ବିଶ୍ୱାସର ରାଜନୀତି? ଆଶଙ୍କା ହେଉଛି, ଧର୍ମ ଓ ବିଶ୍ୱାସକୁ ନେଇ ରାଜନୀତି କରୁଥିବା ତତ୍ତ୍ୱଗୁଡ଼ିକ ଅଯୋଧ୍ୟା ବିବାଦ ପରେ ମଥୁରା ଓ ଅନ୍ୟ ବିବାଦଗୁଡ଼ିକୁ ନେଇ ରାଜନୀତି କରିବେ ନାହିଁ ତ? ଶତାବ୍ଦୀ ଓ ଦଶନ୍ଧି ଧରି ବିତିଯାଇଥିବା ଘଟଣାକୁ ନେଇ ହିନ୍ଦୁ ଓ ମୁସଲମାନଙ୍କ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ବୌଦ୍ଧ ଓ ହିନ୍ଦୁମାନଙ୍କ ମଧ୍ୟରେ ସମାନ ପ୍ରକାର ବିବାଦ ସୃଷ୍ଟି ହେବ ନାହିଁ ତ? ଜାତି ଓ ଧର୍ମରେ ବିଭକ୍ତ ଭାରତବର୍ଷରେ ଭାଷା ଓ ସଂସ୍କୃତିକୁ ନେଇ କ୍ରମଶଃ କାୟା ବିସ୍ତାର କରୁଥିବା ବିବାଦ ପୁଣି ଥରେ ପ୍ରଗତି ଓ ସମୃଦ୍ଧି ପଥରେ ପ୍ରତିବନ୍ଧକ ଭାବେ ଠିଆ ହେବନି ତ?

ଏମିତି ଅନେକ ପ୍ରଶ୍ନ ଓ ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପଡ଼ିବ ଯଦି ଭାରତରେ ଧର୍ମ ଓ ସଂସ୍କୃତିର ରାଜନୀତି କରୁଥିବା ଦଳଗୁଡ଼ିକ ଏ ପନ୍ଥା ପରିବର୍ତ୍ତନ କରି ଶିକ୍ଷା ଓ ସ୍ୱାସ୍ଥ୍ୟ, ନିଯୁକ୍ତି ଓ ରୋଜଗାର ଏବଂ ବିକାଶ ଓ ସମୃଦ୍ଧିର ରାଜନୀତିରେ ମଗ୍ନ ହେବେ। ତା’ ନହେଲେ ଏ ବିବାଦ ପରେ ଅନ୍ୟ ବିବାଦ ସୃଷ୍ଟି ହେବ ଏବଂ ତାହାକୁ ନେଇ ଦେଶର ବିଭିନ୍ନ ଗୋଷ୍ଠୀ ଓ ସଂପ୍ରଦାୟ ଶକ୍ତି ଓ ସଂହତି ସୁଦୃଢ଼ କରିବା ବଦଳରେ ଅପଚୟ କରିବାରେ ନିମଗ୍ନ ରହିବେ। ଏହା ହେବ ଭାରତର ଅନ୍ତହୀନ ଦୁର୍ଦ୍ଦଶାର ଅନ୍ୟ ଏକ ଫର୍ଦ୍ଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story