ପିପଳପଙ୍କା ପ୍ରକଳ୍ପ ଓ ସଙ୍କଟରେ ଋଷିକୂଲ୍ୟା ନଦୀ

କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଥିବା ଋଷିମାଳ ପର୍ବତରୁ ବାହାରିଥିବା ଋଷିକୂଲ୍ୟା ନଦୀ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ନଦୀ ହେବା ସହ ଗଞ୍ଜାମ ଜିଲ୍ଲାର ଜୀବନରେଖା ରୂପେ ପରିଚିତ। ଏହାର ଦୀର୍ଘ ୧୬୫ କିଲୋମିଟର ଲମ୍ବା ଗତିପଥର ଅଧିକାଂଶ ଭାଗ ଗଞ୍ଜାମ ଜିଲ୍ଲା ଦେଇ ପ୍ରବାହିତ ହୋଇଛି। ଅତଏବ ନଦୀର ଦୁଇ ପାର୍ଶ୍ୱରେ ରହିଥିବା ଶହ ଶହ ଗ୍ରାମ ସହ ହଜାର ହଜାର ଲୋକଙ୍କ ଜୀବନ, ଜୀବିକା ଓ ସଂସ୍କୃତି ଏହି ନଦୀ ସହିତ ଓତଃପ୍ରୋତ ଭାବେ ଜଡ଼ିତ।

Rushikulya River

Rushikulya River

Debendra Prusty
  • Published: Friday, 19 July 2024
  • Updated: 19 July 2024, 04:13 PM IST

Sports

Latest News

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଗଞ୍ଜାମ ଜିଲ୍ଲାର ଜୀବନରେଖା ରୂପେ ପରିଚିତ ଋଷିକୂଲ୍ୟା ନଦୀର ଭବିଷ୍ୟତକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋରଡ଼ା ବ୍ଳକ୍ ଅନ୍ତର୍ଗତ ପିପଳପଙ୍କାଠାରେ ଥିବା ଋଷିକୂଲ୍ୟା ଓ ଓଡ଼ାଙ୍ଗୀ ନଦୀର ସଂଯୋଗ ସ୍ଥଳରେ ଏକ ବୃହତ୍ ଡ୍ୟାମ୍ ନିର୍ମାଣ କରିବାକୁ ଓଡ଼ିଶା ସରକାର ସ୍ଥିର କରିଛନ୍ତି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଗତ ସରକାରଙ୍କ ଅମଳରେ ଏଥିପାଇଁ ଆବଶ୍ୟକୀୟ ପ୍ରସ୍ତୁତି ସହ ଏକ ହଜାର କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଥିଲା। ଋଷିକୂଲ୍ୟା ନଦୀର ଉପର ମୁଣ୍ଡରେ ଏହି ଡ୍ୟାମ୍ ନିର୍ମାଣ କରି ସେଠାରୁ ଦୀର୍ଘ ୧୦୦ କିମି ଲମ୍ବା ପାଇପଲାଇନ୍ ଯୋଗେ ୬୦ ନିୟୁତ ଗ୍ୟାଲୋନ୍ ଜଳ ଛତ୍ରପୁର ନିକଟରେ ଅବସ୍ଥିତ ଟାଟାର ଶିଳ୍ପ କରିଡରରେ ରହିଥିବା ଘରୋଇ କମ୍ପାନୀମାନଙ୍କୁ ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ କିଛି ମାସ ତଳେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରାଯାଇଥିଲା। ଯଦିଓ ପିପଳପଙ୍କାରେ ଡ୍ୟାମ୍ ନିର୍ମାଣର ସରକାରୀ ପ୍ରସ୍ତୁତିଟି ଗତ କିଛି ବର୍ଷ ଧରି ଚାଲିଥିଲା କିନ୍ତୁ ତାହା କେଉଁ ଉଦ୍ଦେଶ୍ୟ ନେଇ କରାଯାଉଛି, ତାହା ବସ୍ତୁତଃ ଗୋପନୀୟ ରହିଥିଲା। ଡ୍ୟାମ୍ ପାଇଁ ସରକାରଙ୍କ ବିଭିନ୍ନ ସଂସ୍ଥା ପକ୍ଷରୁ ସର୍ଭେ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ସମ୍ଭାବିତ ବିସ୍ଥାପନ ଯୋଗୁଁ ନିଜର ଭିଟାମାଟି ଓ ଜୀବନ ଜୀବିକା ନେଇ ଆଶଙ୍କିତ ହୋଇ ପଡ଼ିଥିଲେ।

ତେବେ ଜିଲ୍ଲା ପ୍ରଶାସନର ଖୋଲାଖୋଲି ଘୋଷଣା ପରେ ଏଯାଏଁ ଗୋପନୀୟ ରହି ଆସିଥିବା ପ୍ରକଳ୍ପଟିର ଅସଲ ଉଦ୍ଦେଶ୍ୟଟି ବିଳମ୍ବରେ ହେଲେ ବି ସାମନାକୁ ଆସିଯାଇଛି। ଏଠାରେ ସ୍ମରଣଯୋଗ୍ୟ ଯେ ପ୍ରାୟ ତିନି ଦଶକ ତଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ସରକାର ସମୟରେ ଛତ୍ରପୁର ନିକଟରେ ଟାଟାର ପ୍ରସ୍ତାବିତ ଗୋପାଳପୁର ଇସ୍ପାତ ପ୍ରକଳ୍ପକୁ ପାଣି ଯୋଗାଇବା ପାଇଁ ଋଷିକୂଲ୍ୟାର ଉପରମୁଣ୍ଡରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ସେତେବେଳେ ଗଞ୍ଜାମର ଚାଷୀ ସଂଗଠନ, ବିରୋଧି ରାଜନୈତିକ ଦଳ ତଥା ବୁଦ୍ଧିଜୀବୀମାନେ ଏହାର ଦୃଢ଼ ବିରୋଧ କରିଥିଲେ। ତେବେ ଟାଟାର ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପ ବିଳମ୍ବିତ ହେବା ତଥା ଏକ ଘରୋଇ କମ୍ପାନୀ ପାଇଁ ଋଷିକୂଲ୍ୟାର ପାଣି ଦେବାକୁ ନେଇ ପ୍ରବଳ ବିରୋଧକୁ ଦେଖି ରାଜ୍ୟ ସରକାର ସେତେବେଳେ ଏହି ପ୍ରକଳ୍ପକୁ ବାତିଲ କରିବାକୁ ଏକରକମ ବାଧ୍ୟ ହୋଇଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ରାଜ୍ୟ ସରକାର ପୁଣି ଥରେ ଘରୋଇ କମ୍ପାନୀଙ୍କ ସ୍ୱାର୍ଥରେ ଜନଗଣଙ୍କ ଟିକସ ଅର୍ଥରେ ଋଷିକୂଲ୍ୟା ନଦୀରେ ପିପଳପଙ୍କାଠାରେ ନଦୀବନ୍ଧ କରି ତା’ର ପାଣିକୁ ଛାଷୀଙ୍କଠାରୁ ଛଡ଼େଇ ଘରୋଇ କମ୍ପାନୀମାନଙ୍କୁ ଦେବାକୁ ଯାଉଛନ୍ତି। ଟାଟା ସମେତ ଘରୋଇ କମ୍ପାନୀମାନଙ୍କ ସ୍ୱାର୍ଥରେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଜନବିରୋଧି, ନଦୀ ବିରୋଧି ଓ ପରିବେଶ ବିରୋଧି ପଦକ୍ଷେପ ବୋଲି କହି ଜିଲ୍ଲାରେ ଏବେ ବିରୋଧ ଆରମ୍ଭ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ଗଣ ସଂଗଠନ, ସାମାଜିକ-ରାଜନୈତିକ କର୍ମୀ ଓ ବୁଦ୍ଧିଜୀବୀମାନଙ୍କୁ ନେଇ ଋଷିକୂଲ୍ୟା ନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଯାଇଛି।

କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଥିବା ଋଷିମାଳ ପର୍ବତରୁ ବାହାରିଥିବା ଋଷିକୂଲ୍ୟା ନଦୀ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ନଦୀ ହେବା ସହ ଗଞ୍ଜାମ ଜିଲ୍ଲାର ଜୀବନରେଖା ରୂପେ ପରିଚିତ। ଏହାର ଦୀର୍ଘ ୧୬୫ କିଲୋମିଟର ଲମ୍ବା ଗତିପଥର ଅଧିକାଂଶ ଭାଗ ଗଞ୍ଜାମ ଜିଲ୍ଲା ଦେଇ ପ୍ରବାହିତ ହୋଇଛି। ଅତଏବ ନଦୀର ଦୁଇ ପାର୍ଶ୍ୱରେ ରହିଥିବା ଶହ ଶହ ଗ୍ରାମ ସହ ହଜାର ହଜାର ଲୋକଙ୍କ ଜୀବନ, ଜୀବିକା ଓ ସଂସ୍କୃତି ଏହି ନଦୀ ସହିତ ଓତଃପ୍ରୋତ ଭାବେ ଜଡ଼ିତ। ଗଞ୍ଜାମ ଜିଲ୍ଲର ବିସ୍ତୀର୍ଣ୍ଣ ଅଞ୍ଚଳ ଦେଇ ପ୍ରବାହିତ ହୋଇ ଶେଷରେ ଗଞ୍ଜାମ ସହର ନିକଟରେ ଥିବା ପୁରୁଣାବନ୍ଧ ଠାରେ ସମୂଦ୍ରରେ ମିଶିବା ପୂର୍ବରୁ ଏଥିରେ ଏକାଧିକ ଉପନଦୀ ମଧ୍ୟ ସାମିଲ ହୋଇଛନ୍ତି। ଏହାର ବାମ ପାର୍ଶ୍ୱରେ ବାଘୁଆ, ଧନେଇ ଓ ବଡ଼ନଦୀ ପରି ପ୍ରମୁଖ ନଦୀମାନେ ମିଶିଥିବା ବେଳେ ଡାହାଣ ପାର୍ଶ୍ୱରେ ଘୋଡ଼ାହାଡ଼, ପଦ୍ମା ଓ ଜରଉ ଆଦି ନଦୀ ସବୁ ମିଶିଛନ୍ତି।

ତେବେ ବିଭିନ୍ନ କାରଣରୁ ଗତ ଅର୍ଦ୍ଧ ଶତାବ୍ଦୀ ମଧ୍ୟରେ ଏହି ନଦୀ ଧୀରେ ଧୀରେ ସଙ୍କୁଚିତ ହୋଇ ଜଳସ୍ତର ବି କମିବାରେ ଲାଗିଛି। ପୂର୍ବରୁ ଏଥିରେ ମୂଳ ଜଳସ୍ରୋତ ରୂପେ ପରିଚିତ ଋଷିକୂଲ୍ୟା ନଦୀ ବ୍ୟତିତ ବଡ଼ନଦୀ, ଘୋଡ଼ାହାଡ, ଧନେଇ, ବାଘୁଆ ଆଦିର ପାଣି ବି ଏଥିରେ ପଡ଼ୁଥିବାରୁ ଋଷିକୂଲ୍ୟାରେ ବର୍ଷର ଅଧିକାଂଶ ସମୟ ପାଣି ରହୁଥିଲା। ଅନ୍ୟପଟେ ଧରାକୋଟ ବ୍ଳକର ଜାନିବିଲିଠାରେ ଋଷିକୂଲ୍ୟା ନଦୀ ଉପରେ ଥିବା ବ୍ୟାରେଜରୁ କେନାଲ ଯୋଗେ ଜିଲ୍ଲାର ବିଭିନ୍ନ ଅଂଚଳକୁ ଜଳସେଚନ ପାଇଁ ପାଣି ଯିବା ସହିତ ନଦୀର ଦୁଇ କଡ଼ରେ ବସବାସ କରୁଥିବା ଲୋକେ ନିଜର ଚାଷ, ପଶୁପାଳନ ଓ ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ମଧ୍ୟ ପ୍ରଚୁର ପାଣି ପାଇପାରୁଥିଲେ। କିନ୍ତୁ ଗତ ୫୦ ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିତ ଉପରୋକ୍ତ ଉପନଦୀମାନଙ୍କରେ ନିଜସ୍ୱ ଜଳଭଣ୍ଡାର ହୋଇ ସେସବୁର ପାଣିକୁ ଜଳସେଚନ ପାଇଁ ଅନ୍ୟତ୍ର ନିଆଯାଇଛି। ଯାହା ଫଳରେ ଋଷିକୂଲ୍ୟାର ଜଳ ଆଖିଦୃଶିଆ ଭାବେ କମିବା ସହିତ ନଦୀର ସ୍ୱାସ୍ଥ୍ୟ ଓ ତା ଉପରେ ନିର୍ଭରଶୀଳ ଜନତାଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। କେବଳ ବର୍ଷା ଋତୁର ଚାରି ମାସକୁ ଛାଡ଼ିଦେଲେ ବର୍ଷର ଅଧିକାଂଶ ସମୟ ଋଷିକୂଲ୍ୟା ନଦୀ ଏକ ଛୋଟ ପାଣିଧାରରେ ପରିଣତ ହୋଇଛି।

ଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଦୁଇଟି ନିଷ୍ପତ୍ତି ଋଷିକୂଲ୍ୟାର ଭବିଷ୍ୟତକୁ ବିପଦକୁ ଠେଲିଦେଇଛି। ବିଶେଷ କରି କିଛି ବର୍ଷ ତଳେ ରାଜ୍ୟ ସରକାର ଜାନିବିଲି ଆନିକଟରୁ ବିଶାଳକାୟ ପାଇପ୍ ଯୋଗେ ନଦୀର ଏକ ବଡ଼ ଭାଗ ପାଣିକୁ ବ୍ରହ୍ମପୁର ମହାନଗର ନିଗମ ଓ କିଛି ଗାଁର ଜଳ ସମସ୍ୟାକୁ ଦୂର କରିବାକୁ ନେଇଯିବା ଫଳରେ ଜାନିବିଲି ପରଠାରୁ ଋଷିକୂଲ୍ୟା ନଦୀ ଶୁଷ୍କ ପ୍ରାୟ ହୋଇଯାଇଛି ବୋଲି କୁହାଯାଇପାରେ। ଅନ୍ୟପଟେ ବିକାଶ, ନଗରାୟନ ଓ ରାଜସ୍ୱ ସଂଗ୍ରହ ନାଁରେ ନଦୀକୂଳର ବିଭିନ୍ନ ସ୍ଥାନରେ ସରକାର ବାଲି ଉଠାଣକୁ ବିଧିବଦ୍ଧ ଭାବେ ପ୍ରୋତ୍ସାହିତ କରିବା ଫଳରେ ଋଷିକୂଲ୍ୟା ନଦୀଶଯ୍ୟା ବାଲୁକାଶୂନ୍ୟ ହେବାରେ ଲାଗିଛି। ଏଠାରେ ଜାଣି ରଖିବା ଦରକାର ଯେ ଯେକୌଣସି ନଦୀର ଶଯ୍ୟାରେ ଥିବା ବାଲିର ଜଳଧାରଣ କ୍ଷମତା ରହିଛି। ଅତଏବ ବାଲି ସରିଗଲେ ନଦୀର ପାଣି ଶଯ୍ୟାରେ ଗଚ୍ଛିତ ନରହି ସିଧାସଳଖ ସମୂଦ୍ରକୁ ଚାଲିଯିବ।

ଗତ କିଛି ଦଶନ୍ଧି ମଧ୍ୟରେ ଋଷିକୂଲ୍ୟା ନଦୀରେ ପାଣି କମିଯିବା ଏବଂ ତା’ ଫଳରେ ଚାଷ, ପରିବେଶ ଓ ଲୋକଙ୍କ ଅର୍ଥନୀତି ଉପରେ କି କି ପ୍ରଭାବ ପଡ଼ିଛି, ତାକୁ କେହି ନହେଲେ ବି କମ୍ ସେ କମ୍ ଋଷିକୂଲ୍ୟାର ଦୁଇ ପାର୍ଶ୍ୱରେ ଥିବା ଲୋକମାନେ ଅନୁଭବ କରିଛନ୍ତି। ପୂର୍ବରୁ ନଦୀର ପାଣିକୁ ଆଧାର କରି ନଦୀର ଦୁଇ ପାର୍ଶ୍ୱରେ ଲୋକମାନେ କୂଅ, ଉଠା ଜଳସେଚନ ବ୍ୟବସ୍ଥା ଜରିଆରେ ଯେଉଁ ପ୍ରଚୁର ଫସଲ ବିଶେଷ କରି ପନିପରିବା ଆଦାୟ କରୁଥିଲେ, ତାହା ଏବେ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ପାଣି ଅଭାବରୁ ନଦୀକୂଳରେ ରହିଥିବା କୂଅ, ଉଠାଜଳସେଚନ ଯୋଜନା ଅକାମୀ ହେବା ସହ ବର୍ଷସାରା ଯେଉଁ ପନିପରିବା ଚାଷ ହେଉଥିଲା ତାହା କମିଯାଇଛି। ପୁନଶ୍ଚ ନଦୀରୁ ମାଛ ଧରି ଯେଉଁମାନେ ଜୀବିକା ନିର୍ବାହ କରୁଥିଲେ, ସେମାନଙ୍କ ବେଉସା ବୁଡ଼ିଯାଇଛି। ସେହିପରି ନଦୀର ତଳମୁଣ୍ଡରେ ପୂର୍ବରୁ ଯଥେଷ୍ଟ ପାଣି ରହୁଥିବା ଯୋଗୁଁ ଗଞ୍ଜାମ ମୁହାଣରେ ସମୂଦ୍ରର ଲୁଣିଆ ପାଣି ନଦୀ ଭିତରକୁ ପଶିପାରୁ ନଥିଲା। ବର୍ତ୍ତମାନ ନଦୀରେ ପାଣି କମିଯିବାରୁ ମୁହାଣଠାରୁ ଅନେକ ଦୂର ଭିତର ପର୍ଯ୍ୟନ୍ତ ସମୂଦ୍ରର ଜଳ ନଦୀ ଭିତରକୁ ପଶିଯିବା ଫଳରେ ସେଠାରେ ନଦୀର ଜଳ ଲୁଣିଆ ହୋଇଯାଉଛି। ଯା ଫଳରେ ସେ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ନଦୀର ଲୁଣିଆ ଜଳ ଚାଷ ଓ ପାନୀୟ ଉଭୟ ପାଇଁ ଅନୁପଯୁକ୍ତ ହେବାରେ ଲାଗିଛି। ଏପରିକି ସେହି କାରଣରୁ ଋଷିକୂଲ୍ୟା ମୁହାଣରେ ମାଛ ସଂଗ୍ରହ ବହୁ ପରିମାଣରେ କମିଯାଇ ମତ୍ସଜୀବୀମାନଙ୍କ ଜୀବିକାକୁ ପ୍ରଭାବିତ କରିଥିବା ବେଳେ ମଧୁର ପାଣି କମିବା ଯୋଗୁଁ ଅଣ୍ଡା ଦେବାକୁ ଆସୁଥିବା ଅଲିଭ୍ ରିଡଲେ କଇଁଛଙ୍କ ଗଣ ଆଗମନ ବି ପ୍ରଭାବିତ ହେବାରେ ଲାଗିଛି। ଚଳିତ ବର୍ଷ ପ୍ରବଳ ଉତ୍ତାପ ସହିତ ଉପଯୁକ୍ତ ମଧୁର ଜଳ ଅଭାବରୁ କଇଁଛଙ୍କ ଗଣ ଅଣ୍ଡାଦାନ ୭୦-୮୦% କମିଯାଇଥିବା ବିଶେଷଜ୍ଞମାନେ କହିଛନ୍ତି।

ପିପଳପଙ୍କାଠାରେ ଋଷିକୂଲ୍ୟା ନଦୀର ଉପର ମୁଣ୍ଡରେ ବଡ଼ ନଦୀବନ୍ଧ ନିର୍ମିତ ହେଲେ ଗଞ୍ଜାମ ଜିଲ୍ଲାର କୃଷି, କୃଷକ, ଗୃହପାଳିତ ପଶୁ କ୍ଷତିଗ୍ରସ୍ତ ହେବା ସହ ଗଞ୍ଜାମ - କନ୍ଧମାଳ ସୀମାରେ ରହିଥିବା ଗାଜଲବାଡ଼ିର ମୂଲ୍ୟବାନ ଘଂଚ ଜଙ୍ଗଲ ମଧ୍ୟ କ୍ଷତିଗ୍ରସ୍ତ ହେବ। ଡ୍ୟାମ୍ ଫଳରେ ସେ ଅଂଚଳର ୨୩ଟି ଗାଁର ହଜାର ହଜାର ଏକରର ଚାଷଜମି ଓ ମୂଲ୍ୟବାନ ଜଙ୍ଗଲ ପାଣିରେ ବୁଡ଼ି ସବୁଦିନ ପାଇଁ ନଷ୍ଟ ହୋଇଯିବ। ଚାଷଜମି ଓ ଜଙ୍ଗଲ ଉପରେ ନିର୍ଭରଶୀଳ ସେଠାକାର ବାସିନ୍ଦା ବିଶେଷ କରି ଆଦିବାସୀ ଓ ଦଳିତ ଲୋକମାନେ ନିଜର ଜମି, ଜଙ୍ଗଲ ଓ ଜୀବିକା ହରାଇବେ। ସବୁଠାରୁ ଦୁର୍ଭାଗ୍ୟଜନକ ହେଲା, ସରକାର ନଦୀବନ୍ଧ ଫଳରେ ସିଧାସଳଖ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ହେବାକୁ ଥିବା ସେ ଅଂଚଳର ଲୋକଙ୍କ ମତମତ ନନେଇ ଏକଚାଟିଆ ଭାବେ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଯେଉଁଭଳି ଆଗଉଛନ୍ତି, ତାହା ଅଗଣତାନ୍ତ୍ରିକ ଓ ଜନବିରୋଧି ମାନସିକତାର ପରିଚୟ ଦେଉଛି। ସବୁଠାରୁ ବଡ଼ କଥା ଋଷିକୂଲ୍ୟା ପରି ଏକ ବିପଦାପନ୍ନ ଓ ଶୁଷ୍କ ନଦୀରେ ଏଭଳି ଏକ ବଡ଼ ପ୍ରକଳ୍ପ କରିବା ପୂର୍ବରୁ ସରକାର ଏହାର ପରିବେଶଗତ, ଅର୍ଥନୈତିକ ଓ ଜଳବାୟୁ ଜନିତ କ୍ଷୟକ୍ଷତିର ସଠିକ୍ ହିସାବ କରିନାହାନ୍ତି।

ଅତଏବ ଏଭଳି ପରିସ୍ଥିତିରେ ବର୍ତ୍ତମାନ ଶୁଷ୍କ ପ୍ରାୟ ଋଷିକୂଲ୍ୟା ନଦୀର ଉପର ମୁଣ୍ଡରେ ଆଉ ଏକ ବଡ଼ ଡ୍ୟାମ୍ କରି ତା’ର ପାଣିକୁ ଯଦି ପାଇପଲାଇନ୍ ଯୋଗେ ସିଧାସଳଖ କମ୍ପାନୀ ପାଇଁ ନିଆଯାଏ, ତାହେଲେ ଜାନିବିଲି ବ୍ୟାରେଜ୍ ସହ ସମଗ୍ର ଋଷିକୂଲ୍ୟା ନଦୀକୁ ପ୍ରଭାବିତ ଓ କ୍ଷତିଗ୍ରସ୍ତ କରିବ। ନଦୀର ତଳମୁଣ୍ଡକୁ ଆଉ ପାଣି ନଆସି ତାକୁ ସମ୍ପୂର୍ଣ୍ଣ ଭାବେ ଶୁଖାଇଦେବ। ଏହାଦ୍ୱାରା ନଦୀର ତଳମୁଣ୍ଡର ଉଭୟ ପାର୍ଶ୍ୱରେ ଅବସ୍ଥିତ ଶତାଧିକ ଗାଁର ଲୋକ ପିଇବା ପାଣି, ଚାଷବାସ ଓ ଗୃହପାଳିତ ପଶୁମାନଙ୍କ ବ୍ୟବହାର ପାଇଁ ଏବେ ଯାହା ବି ପାଣି ମିଳୁଛି, ସେଥିରୁ ସମ୍ପୂର୍ଣ୍ଣ ରୂପେ ବଂଚିତ ହେବେ। ନଦୀଶଯ୍ୟା ଶୁଷ୍କ ହୋଇଗଲେ ନଦୀ ଦୁଇ ପାର୍ଶ୍ୱରେ ଥିବା ଗାଁମାନଙ୍କରେ ଥିବା କୂଅ, ବୋରୱେଲ ତଥା ଉଠା ଜଳସେଚନ ଯୋଜନାଗୁଡ଼ିକ କ୍ଷତିଗ୍ରସ୍ତ ହେବ। ମୁହାଣ ଦେଇ ସମୂଦ୍ରର ଲୁଣିପାଣି ନଦୀ ଭିତରକୁ ଆସିବ।

ଏଠାରେ ପ୍ରଶ୍ନ ଉଠେ, ସରକାର ଘରୋଇ କମ୍ପାନୀଙ୍କ ସ୍ୱାର୍ଥ ପାଇଁ ଋଷିକୂଲ୍ୟା ନଦୀକୁ ମାରି ଦେଇ ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକାକୁ ବଳି ପକାଇବାକୁ ଯାଉଛନ୍ତି କାହିଁକି? କାରଣ ସରକାର ଛତ୍ରପୁର ନିକଟରେ ରହିଥିବା ଶିଳ୍ପ କରିଡରର ଯେଉଁ କଳକାରଖାନାମାନଙ୍କୁ ପାଣି ଦେବାକୁ ଡ୍ୟାମ୍ ନିର୍ମାଣ କରୁଛନ୍ତି, ସେସବୁ ସମୂଦ୍ରର ଖୁବ ନିକଟରେ। ପୂର୍ବରୁ ଟାଟା ଓ ଅନ୍ୟାନ୍ୟ କମ୍ପାନୀକୁ ସରକାର ନିଜର ଜଳ ଆବଶ୍ୟକତା ପୂରଣ ପାଇଁ ନିକଟସ୍ଥ ସମୁଦ୍ର ଜଳକୁ ସଂଗ୍ରହ କରି ତାକୁ ମଧୁର ଜଳରେ ପରିବର୍ତ୍ତନ କରି ବ୍ୟବହାର କରିବାକୁ ସର୍ତ୍ତ ବି ରଖିଥିଲେ। ଏବେ ସେହି ସର୍ତ୍ତକୁ ବଦଳାଇ ସରକାର ନିଜ ଖର୍ଚ୍ଚରେ ନଦୀବନ୍ଧ ନିର୍ମାଣ କରି ସେମାନଙ୍କୁ ଜିଲ୍ଲାର ସାଧାରଣ ଜନତାଙ୍କ ପିଇବା ପାଣି ଓ ଜଳସେଚନ ପାଇଁ ଉଦ୍ଦିଷ୍ଟ ପାଣି ଦେବାକୁ ଉଦ୍ୟମ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମୂଦ୍ର ପାଣିକୁ ଆଣି ତାକୁ ମଧୁର ପାଣିରେ ପରିବର୍ତ୍ତିତ କଲେ ତାହା ବ୍ୟୟସାପେକ୍ଷ ହୋଇଥିବାରୁ କମ୍ପାନୀମାନେ ସେହି ପ୍ରକ୍ରୀୟାରେ ନିଜର ଜଳସଂଗ୍ରହ କରିବାକୁ ଆଗ୍ରହୀ ନୁହଁନ୍ତି। ସେହି କାରଣରୁ ସରକାର ଘରୋଇ କମ୍ପାନୀମାନଙ୍କ ବ୍ୟୟଭାର କମାଇ ସେମାନଙ୍କ ମୁନାଫା ବଢ଼ାଇବା ପାଇଁ ସରକାରୀ ଅର୍ଥରେ ସେମାନଙ୍କୁ ପାଣି ଯୋଗାଇବାକୁ ଉଦ୍ୟମ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଗଞ୍ଜାମର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ଓ ଚାଷର ଭବିଷ୍ୟତ ପାଇଁ ଜିଲ୍ଲାର ଜୀବନରେଖା ରୂପେ ପରିଚିତ ଋଷିକୂଲ୍ୟାକୁ ବିପଦଗ୍ରସ୍ତ ନକରି ତା’ର ସୁରକ୍ଷା ପାଇଁ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ। ଇତିମଧ୍ୟରେ ଡ୍ୟାମ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିବା ସେତେବେଳର ବିଜେଡି ସରକାର ବଦଳି ରାଜ୍ୟରେ ବିଜେପିର ସରକାର କ୍ଷମତାସୀନ ହୋଇଛନ୍ତି। ନୂଆ ସରକାର ମଧ୍ୟ ଏଯାଏଁ ଡ୍ୟାମ୍ ନିର୍ମାଣ ସମ୍ପର୍କରେ ପୂର୍ବ ସରକାରଙ୍କ ନିଷ୍ପତ୍ତିକୁ ବଦଳାଇ ନାହାନ୍ତି କି ସେନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ଆଶା ନୂଆ ସରକାର ଜିଲ୍ଲା ତଥା ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ପୂର୍ବ ସରକାରଙ୍କ ଉପରୋକ୍ତ ନିଷ୍ପତ୍ତିକୁ ସମୀକ୍ଷା କରି ଋଷିକୂଲ୍ୟା ନଦୀକୁ ସୁରକ୍ଷିତ କରିବାକୁ ପଦକ୍ଷେପ ନେବେ।

ଫୋନ – ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story