ପାଞ୍ଚଲକ୍ଷ କୋଟି ଡଲାର ଅର୍ଥନୀତି ପାଇଁ ବୁଲାଗୋରୁ ବାଧକ!

ଜାନକୀଶ ବଡ଼ପଣ୍ଡା ଭାରତ ଆଗାମୀ ବର୍ଷ ଅର୍ଥନୀତି କ୍ଷେତ୍ରରେ ଅନ୍ୟାନ୍ୟ ରାଷ୍ଟ୍ର ଅପେକ୍ଷା ଉନ୍ନତ ପ୍ରଦର୍ଶନ କରିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଓ ବିଶ୍ୱବ୍ୟାଙ୍କ ଆଗୁଆ ସୂଚନା ଦେବା ପରେ ଭାରତର ବହୁଚର୍ଚ୍ଚିତ ପାଞ୍ଚ ଟ୍ରିଲିୟନ ବା ପାଞ୍ଚ ଲକ୍ଷ କୋଟି ଡଲାର ମୂଲ୍ୟର ଅର୍ଥନୀତିରେ ପରିଣତ ହେବାର ଦୂରନ୍ତ କଳ୍ପନା ବାସ୍ତବ ରୂପ ନେବାର ବେଳ ଆସିଛି। ତାହା ସହିତ ପ୍ରତ୍ୟେକ ଚାଷୀ ଦୁଇଗୁଣା ରୋଜଗାର କରିପାରି ନଥିବାର ଦୁଃଖଦ ତଥ୍ୟ ମଧ୍ୟ ଆମକୁ ବିଚଳିତ […]

COW

COW

Debendra Prusty
  • Published: Thursday, 27 October 2022
  • Updated: 27 October 2022, 05:47 PM IST

Sports

Latest News

  • ଜାନକୀଶ ବଡ଼ପଣ୍ଡା

ଭାରତ ଆଗାମୀ ବର୍ଷ ଅର୍ଥନୀତି କ୍ଷେତ୍ରରେ ଅନ୍ୟାନ୍ୟ ରାଷ୍ଟ୍ର ଅପେକ୍ଷା ଉନ୍ନତ ପ୍ରଦର୍ଶନ କରିବ ବୋଲି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଓ ବିଶ୍ୱବ୍ୟାଙ୍କ ଆଗୁଆ ସୂଚନା ଦେବା ପରେ ଭାରତର ବହୁଚର୍ଚ୍ଚିତ ପାଞ୍ଚ ଟ୍ରିଲିୟନ ବା ପାଞ୍ଚ ଲକ୍ଷ କୋଟି ଡଲାର ମୂଲ୍ୟର ଅର୍ଥନୀତିରେ ପରିଣତ ହେବାର ଦୂରନ୍ତ କଳ୍ପନା ବାସ୍ତବ ରୂପ ନେବାର ବେଳ ଆସିଛି। ତାହା ସହିତ ପ୍ରତ୍ୟେକ ଚାଷୀ ଦୁଇଗୁଣା ରୋଜଗାର କରିପାରି ନଥିବାର ଦୁଃଖଦ ତଥ୍ୟ ମଧ୍ୟ ଆମକୁ ବିଚଳିତ କରୁଛି। ସତେ କ'ଣ ଆମ ଦେଶର ଅର୍ଥନୀତି ଆଦାନୀ, ଅମ୍ବାନୀଙ୍କ ଭଳି ବିଶ୍ୱସ୍ତରୀୟ ଧନୀକଙ୍କ କାନ୍ଧ ଉପରେ ବସି ବହୁ ଆକାଂକ୍ଷିତ ସ୍ୱପ୍ନକୁ ସାକାର କରିବ ନା ପ୍ରଧାନମନ୍ତ୍ରୀ ଦେଇଥିବା ସ୍ଲୋଗାନ 'ସବକା ସାଥ, ସବକା ବିକାଶ' ପାଇଁ ପ୍ରୟାସ କରି ଏହି ସଫଳତା ପାଇବ, ତାହା ନିଶ୍ଚୟ ଏକଲକ୍ଷ ଟଙ୍କିଆ ପ୍ରଶ୍ନ। ଏବେ ଆସନ୍ତୁ ବୁଝିବାକୁ ଚେଷ୍ଟା କରିବା ଯେ ପ୍ରତ୍ୟେକ ଚାଷୀ ଦୁଇଗୁଣା ରୋଜଗାର କରିବା କିଭଳି ସମ୍ଭବପର ବୋଲି ଚିନ୍ତା କରିଥିଲେ ସରକାର। ପ୍ରକୃତରେ, ଆମ ଦେଶର  ଚାଷୀ ୭୦ ପ୍ରତିଶତରୁ ଅଧିକ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀ। ଏମାନେ କେବଳ ଫସଲ ଚାଷ କରି ଦୁଇଗୁଣା ରୋଜଗାର ବଢ଼ାଇବା ଅସମ୍ଭବ। ଏମାନେ ଫସଲ ଚାଷ ସହିତ ମାଛଚାଷ, କ୍ଷୀର ପାଇଁ ଗୋପାଳନ, କୁକୁଡ଼ା ପାଳନ, ଛତୁଚାଷ ଓ ମାଂସ ପାଇଁ ପଶୁପାଳନ ଇତ୍ୟାଦି କଲେ ଯାଇ ଦୁଇଗୁଣା ରୋଜଗାର ଓ ଲାଭ ପାଇବା ସମ୍ଭବ ହେବ। ସେଥି ମଧ୍ୟରୁ ସ୍ପର୍ଶକାତର ପ୍ରସଙ୍ଗ ଗୋମାତା ଓ ଗୋଧନ ପରିଚାଳନା ଓ କୃଷି ନୀତି। ଏହି ପ୍ରସଙ୍ଗ ଉପରେ ଆଜି ଚର୍ଚ୍ଚା କରିବା।

ବୁଲା ଗୋରୁଗାଈ ଓ ଷଣ୍ଢଙ୍କ ଉତ୍ପାତ ଓଡ଼ିଶା ସମେତ ଭାରତର ପ୍ରାୟ ପ୍ରତ୍ୟେକ ଅଞ୍ଚଳର ସମସ୍ୟା। ଏମାନେ ଦଳ ଦଳ ହୋଇ ରାସ୍ତାରେ ବୁଲୁଥିବା ଓ ସମଗ୍ର ରାସ୍ତାକୁ ଅଧିକାର କରିନେଇ ଶୋଉଥିବା ଏକ ସାଧାରଣ ଦୃଶ୍ୟ। ଦୁଇ ଷଣ୍ଢଙ୍କ ମଧ୍ୟରେ ଲଢ଼େଇ କାରଣରୁ କିଛି ସମୟ ପାଇଁ ରାସ୍ତାରେ ଚଳପ୍ରଚଳ ଠପ ହୋଇଯାଏ, ମାରଣା ଷଣ୍ଢ ଆକ୍ରମଣରେ ଅନେକେ ମୃତାହତ ହୁଅନ୍ତି। ବୁଲା ଗୋରୁଗାଈଙ୍କ କାରଣରୁ ରାଜରାସ୍ତାରେ ଦୁର୍ଘଟଣା ଘଟେ ଓ ଏମାନେ ବାଡ଼ ଭାଙ୍ଗି ଫସଲ ଖାଇ ଯାଉଥିବାର ଚାଷୀମାନେ ଅଭିଯୋଗ କରନ୍ତି। ଏସବୁ ଆମର ଦେହସୁହା ହୋଇସାରିଥିଲେ ବି ନିଶ୍ଚିତ ଭାବେ ଏକ ସମସ୍ୟା ରୂପେ ଉଭାହୋଇଛି, ଯାହାର ସମାଧାନ କରିବା ଅତ୍ୟାବଶ୍ୟକ। ଗୋଧନର ବିକାଶ ଓ ପର୍ଯ୍ୟାପ୍ତ ପରିଚାଳନା କରାନଗଲେ କୃଷକଙ୍କ ଆୟ ଦୁଇଗୁଣା ବଢ଼ିବା ପ୍ରାୟତଃ ଅସମ୍ଭବ। ଏଥିପାଇଁ କିଛି ରାଜ୍ୟ ଓ ସ୍ଥାନରେ ପ୍ରଶାସନିକ ହସ୍ତକ୍ଷେପ କରାଯାଉଥିଲେ ବି ସମସ୍ୟାର ଯୋଜନାବଦ୍ଧ ସମାଧାନ ହୋଇପାରିନି। ଗୋରୁଗାଈଙ୍କ ଦେହରେ ଚିପ୍ସ ଲଗାଇ ବୁଲାଗୋରୁଙ୍କ ମାଲିକଙ୍କୁ ଅର୍ଥଦଣ୍ଡ ଦେବାର ବ୍ୟବସ୍ଥା ହେଉଛି। ଉତ୍ତରପ୍ରଦେଶ ସରକାର ବୁଲା ଗୋରୁଗାଈଙ୍କ ଥଇଥାନ ପାଇଁ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ନେବା ଫଳରେ ରାଜ୍ୟରେ ୫୬,୮୫୩ ଜଣ ବ୍ୟକ୍ତି କେବଳ ୧.୦୩ ଲକ୍ଷରୁ ଅଧିକ ପରିତ୍ୟକ୍ତ ଗାଈଙ୍କୁ ପୋଷ୍ୟଗାଈ ରୂପେ ଗ୍ରହଣ କରିଛନ୍ତି। ସେଠାରେ ୫,୩୮୪ଟି 'ଗୋ-ସଂରକ୍ଷଣ କେନ୍ଦ୍ର’ କାର୍ଯ୍ୟକ୍ଷମ କରାଯାଇଛି, ଯେଉଁଠାରେ ୬,୫୦,୦୫୨ ଗାଈଙ୍କୁ ରଖାଯାଇଛି। ସେମାନଙ୍କ ଖାଦ୍ୟ ପାଇଁ ୩,୫୪୮ ଘାସବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି। ଆଗ୍ରହୀ କୃଷକ ଏବଂ ପଶୁପାଳକଙ୍କୁ ବୁଲା ଗୋରୁଗାଈ ପାଳିବା ପାଇଁ ଗୋରୁ ପିଛା ମାସିକ ୯୦୦ ଟଙ୍କା ପ୍ରୋତ୍ସାହନ ଅର୍ଥ ଦିଆଯାଉଛି। 'ପୋଷଣ ମିଶନ' ମାଧ୍ୟମରେ ପୁଷ୍ଟିହୀନ ଶିଶୁ ଥିବା ପରିବାରକୁ ପ୍ରାୟ ୨୦,୦୦୦ ଗାଈ ଦିଆଯାଇଛି। ଇତିମଧ୍ୟରେ ଗୋଶାଳାରେ ଆଶ୍ରିତ ବୁଲାଗୋରୁଙ୍କ ସଂଖ୍ୟା ୧୦ ଲକ୍ଷ ଉପରକୁ ଗଲାଣି। ଆଉ କିଛି ରାଜ୍ୟରେ ଚାଷୀଙ୍କ ପାଖରୁ ଗୋମୂତ୍ର ଓ ଗୋବର କିଣି ନେଉଛନ୍ତି ସରକାର। ଯାହା ଫଳରେ ଚାଷୀମାନେ ନିଜର ଗୋରୁଗାଈଙ୍କୁ ଗୁହାଳରେ ରଖିବେ, ସେମାନଙ୍କୁ ଖୁଆଇବେ ଓ ଯତ୍ନ ନେବେ। ଏହିସବୁ ପଦକ୍ଷେପ ସରକାରଙ୍କୁ ଖର୍ଚ୍ଚାନ୍ତ କରିବ; ହେଲେ, ଏସବୁ କେବେ ହେଁ ସମସ୍ୟାର ସବୁଦିନିଆ ସମାଧାନ ନୁହେଁ।

ଜାନୁୟାରୀ ୨୦୨୦ରେ ପ୍ରକାଶିତ ୨୦ତମ ପଶୁ-ଗଣନା ଅନୁଯାୟୀ ଭାରତରେ ବୁଲାଗୋରୁଙ୍କ ସଂଖ୍ୟା ପଚାଶ ଲକ୍ଷରୁ ଅଧିକ। ବୁଲାଗୋରୁଙ୍କ ସଂଖ୍ୟା ବଢ଼ୁଥିବାର ଅନେକ କାରଣ ମଧ୍ୟରୁ କିଛି ପ୍ରମୁଖ କାରଣ ହେଲା ଯେ ଗତ କିଛି ଦଶନ୍ଧି ଧରି ଦେଶୀ ଗାଈଙ୍କୁ ଆମେ ଅବହେଳା କରିଛେ ଓ ଅଧିକ କ୍ଷୀର ଦେଉଥିବା ବିଦେଶୀ-ପ୍ରଜନନ ସୃଷ୍ଟ ଜର୍ସି ଇତ୍ୟାଦି ଗୋପାଳନକୁ ଅତ୍ୟଧିକ ଧ୍ୟାନ ଦେଇଛେ। ଯାନ୍ତ୍ରିକ କୃଷିକୁ ଆପଣେଇ ଶଗଡ଼ ବଳଦ ବ୍ୟବହାର କମାଇଛେ ଏବଂ ଗୋହତ୍ୟା ଉପରେ ପ୍ରତିବନ୍ଧକ ଲଗାଇଛେ। ଫଳରେ, ଦେଶୀ ଗାଈଗୋରୁ, ବିଶେଷତଃ ଷଣ୍ଢଙ୍କ ସଂଖ୍ୟାବୃଦ୍ଧି ଘଟି ଏହି ସମସ୍ୟା ଅଧିକ ଉତ୍କଟ ହୋଇଛି।

ବୁଲା ଗୋରୁଗାଈଙ୍କ ମଧ୍ୟରେ ମୁଖ୍ୟତଃ ହଡ଼ା ଗୋରୁ, ଷଣ୍ଢ, ଛଡ଼ା ଅଣ୍ଡିରା ବାଛୁରୀ ଓ କ୍ଷୀରଦେଉ ନଥିବା ଗାଈ ଥାଆନ୍ତି। ସହରମାନଙ୍କରେ ରହୁଥିବା କିଛି ଲୋକ ନିଜର ଗୃହପାଳିତ ଗାଈଙ୍କୁ କ୍ଷୀର ଦୁହିଁ ସାରିବା ପରେ ଖୋଲା ସ୍ଥାନରେ ଚରିବା ପାଇଁ ଛାଡ଼ି ଦିଅନ୍ତି। ଏମାନେ ସହରରେ ଟ୍ରାଫିକ୍ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିବା ସହିତ ସହରତଳି ଗାଁରେ ଚାଷ ହୋଇଥିବା ଫସଲ କିଆରୀକୁ ଧସେଇ ପଶନ୍ତି। ଆଜିକାଲି, ବଳଦ ଅନାବଶ୍ୟକ ହୋଇଯାଉଥିବାରୁ ଅଣ୍ଡିରା ବାଛୁରୀମାନଙ୍କୁ ଧରାଣ ନକରି, ରାସ୍ତାକୁ ଛାଡ଼ିଦେଉଥିବାର ଦେଖିବାକୁ ମିଳୁଛି। ଫଳରେ ସେମାନେ ଷଣ୍ଢଙ୍କ ସଂଖ୍ୟାରେ ବୃଦ୍ଧି ଘଟାଇ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସମସ୍ୟା ସୃଷ୍ଟି କରୁଛନ୍ତି। ସହରରେ ଷଣ୍ଢ ସମସ୍ୟା ଗୁରୁତର ହେଲେ ମ୍ୟୁନିସିପାଲିଟି ଓ ନଗର ନିଗମମାନେ ବୁଲା ଗୋରୁଙ୍କୁ ଟ୍ରକରେ ବୋହିଆଣି ଦୂରଦୂରାନ୍ତ ଗ୍ରାମାଞ୍ଚଳରେ ଛାଡ଼ିଦେଉଛନ୍ତି। ଏଥିରେ ଗ୍ରାମାଞ୍ଚଳର ସମସ୍ୟା ବଢ଼ିଯାଉଛି। କିଛି ଗୋରୁଙ୍କୁ ଗୋଶାଳାମାନଙ୍କରେ ଯେ ରଖା ଯାଉନାହିଁ ତାହା ନୁହେଁ। କେନ୍ଦ୍ର ସରକାର କ୍ରମାଗତ ଭାବେ 'ରାଷ୍ଟ୍ରୀୟ ଗୋକୁଳ ମିଶନ' ଅଧୀନରେ ଗୋଶାଳା ସଂଖ୍ୟାବୃଦ୍ଧି ତଥା ସେଗୁଡିକୁ ସହାୟତା ପ୍ରଦାନ କରିଆସୁଥିଲେ ହେଁ ତାହା ଯଥେଷ୍ଟ ହେଉନି।

ଭାରତୀୟ ଦେଶୀ ପ୍ରଜାତିର ଗାଈ ବିଦେଶୀ ପ୍ରଜାତିଙ୍କ ଅପେକ୍ଷା କେତେ ଉନ୍ନତ ଗୁଣର ଓ ତାହାର ବୈଜ୍ଞାନିକ କାରଣ କ'ଣ, ତାହା ଉପରେ ଅଧିକ ଗବେଷଣା କରାଯିବା ସହିତ ବିଶ୍ୱବିଦ୍ୟାଳୟମାନଙ୍କୁ ଅଧ୍ୟୟନ ଏବଂ ଅଧିକ ଗବେଷଣା କରିବାକୁ ପ୍ରୋତ୍ସାହନ ଦିଆଯିବା ଉଚିତ। ୧୯୯୦ ଦଶକରେ ସ୍ୱିଜରଲ୍ୟାଣ୍ଡ ସରକାର ଭାରତ ସରକାରଙ୍କ ସହଯୋଗରେ ଗଞ୍ଜାମ ଜିଲ୍ଲାରେ ଇଣ୍ଡୋ-ସ୍ଵିସ୍ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଗାଈମାନଙ୍କର ବଂଶଗୁଣକୁ ଅଧିକ ସ୍ୱଦେଶୀ କରିବାର ପ୍ରଚେଷ୍ଟା କରିଥିଲେ। ବିଶ୍ୱରେ କେବେ ଯଦି ଆଣବିକ ବିସ୍ଫୋରଣ ହୁଏ ତେବେ ଭାରତୀୟ ଗୋଧନ ବଞ୍ଚି ରହିବାକୁ ସମର୍ଥ ବୋଲି ସେମାନେ ମତ ଦେଇଥିଲେ। କିଛିଦିନ ତଳେ ଚିଲିକା ମଇଁଷି କ୍ଷୀରରେ କର୍କଟରୋଗ ପ୍ରତିରୋଧୀ ଗୁଣ ଥିବାର ପ୍ରକାଶ ପାଇଥିଲା। ସଂକ୍ଷେପରେ କହିଲେ, ଆମେ ଆଜିଯାଏଁ ବିଦେଶୀ ବିହନ, ପଶୁଧନ ଓ କଳକବ୍ଜା ବିକାଶ ଉପରେ ଯେତେ ଧ୍ୟାନ ଦେଇଛେ ସ୍ୱଦେଶୀ ସାଧନ ଉପରେ ସେତିକି ଧ୍ୟାନ ଦେଇନେ।

ଗୋପାଳନ ପୁଷ୍ଟିକର ଖାଦ୍ୟସୁରକ୍ଷା ତଥା ଜୀବନ ଓ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଶୁଦ୍ଧ ସ୍ୱଦେଶୀ ଗାଈ ଗୋବରରେ ଅନେକ ଉପଯୋଗୀ ବ୍ୟାକ୍ଟେରିଆ ଥାଆନ୍ତି ଯାହା ଅନେକ କ୍ଷତିକାରକ ଜୀବାଣୁ ଓ ଭୂତାଣୁଜନିତ ରୋଗର ପ୍ରତିରୋଧକ। ଏହାକୁ ପ୍ରାକୃତିକ ବିଶୋଧନକାରୀ ଭାବରେ ବ୍ୟବହାର କରାଯାଇପାରିବ ବୋଲି ବୈଜ୍ଞାନିକମାନେ କହି ସାରିଛନ୍ତି। ଏକଥା ବି ସେମାନେ କହିସାରିଛନ୍ତି ଯେ ଗାଈର ଗୋବର ହେଉଛି ଉଦ୍ଭିଦସୃଷ୍ଟିର ଏକ ସମୃଦ୍ଧ ଉତ୍ସ। ବିଶୁଦ୍ଧ ସ୍ୱଦେଶୀ କିସମର ଗୋମୂତ୍ରକୁ କୃଷି କ୍ଷେତ୍ରରେ ଜୈବକୀଟନାଶକ, ଅମଳ ବୃଦ୍ଧିକାରୀ ଓ ମୃତ୍ତିକା ନବୀକରଣକାରୀ ଭାବେ ଏବଂ ରୋଗ ଭଲ କରିବା, ମଶା ବିନାଶକାରୀ, ସଂକ୍ରମଣ ନିରୋଧୀ ଏବଂ ମାଛ ଖାଦ୍ୟ ଭାବେ ବ୍ୟବହାର ଯୋଗ୍ୟ। ଗୋବରରୁ ଗ୍ୟାସ ଉତ୍ପାଦନ କଥା ଆମେ ଜାଣିଛେ। ଗୋବର ଘଷି-ପାଉଁଶରୁ ଅନେକ ନିର୍ମାଣ ସାମଗ୍ରୀ ପ୍ରସ୍ତୁତ ହେଲାବେଳେ ଶୁଖିଲା ଗୋବର ଘଷିକୁ ପରେ ଗୋବର ଖତ ଭାବେ ବ୍ୟବହାର ବଢୁଛି। 'ପଞ୍ଚଗବ୍ୟ' ଶବ୍ଦ କ୍ରମଶଃ ଲୋକପ୍ରିୟତା ଅର୍ଜନ କରୁଛି ଯାହା ଦେଶୀ ଗାଈର କ୍ଷୀର, ଦହି, ଘିଅ, ମୂତ୍ର ଏବଂ ଗୋବରକୁ ମିଶାଯାଇ ପ୍ରସ୍ତୁତ ହୋଇଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିଥାଏ। ମୋର ନିଜସ୍ୱ ଅଧ୍ୟୟନ ଅନୁସାରେ ଗୋପାଳକମାନେ କୋଭିଡ ମହାମାରୀରେ ଆକ୍ରାନ୍ତ ହୋଇନଥିଲେ। ଏହାର ସତ୍ୟତା ପରଖ ହେବା ଉଚିତ।

୨୦୧୯ ପଶୁଗଣନା ତଥ୍ୟ ଅନୁଯାୟୀ ଗୋଧନ ସଂଖ୍ୟା ୨୦୧୨ରେ ୧୫୧୧.୭ ଲକ୍ଷ ଥିଲାବେଳେ ୨୦୧୯ରେ ୧୪୨୧ ଲକ୍ଷକୁ ଖସିଛି; ଅର୍ଥାତ ୬% ହ୍ରାସ ପାଇଛି। ବଳଦ ଓ ଷଣ୍ଢମାନଙ୍କର ସଂଖ୍ୟା ମଧ୍ୟ ୨୦୧୨ରେ ୬୧୯.୫ ଲକ୍ଷ ଥିଲାବେଳେ ୨୦୧୯ରେ ୪୩୯.୪ ଲକ୍ଷକୁ ହ୍ରାସ ପାଇଛି। ଗାଈଙ୍କ ସଂଖ୍ୟା ୧୦% ବୃଦ୍ଧି ପାଇ ୨୦୧୨ରେ ୮୯୨.୨ ଲକ୍ଷରୁ ବଢ଼ି ୨୦୧୯ରେ ୯୮୧.୭ ଲକ୍ଷରେ ପହଞ୍ଚିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଇ ୨୦୧୭ଠାରୁ ଗୋ-ବଧ ଉପରେ ନିଷେଧାଦେଶ, ଦେଶୀ ଗୋ-ପ୍ରଜାତିର ସଂରକ୍ଷଣ ଓ ଉନ୍ନତିକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲେ ବି କେରଳ, ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ମିଜୋରାମ, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା ଏବଂ ସିକ୍କିମରେ ଗୋହତ୍ୟା ଆଇନ ସମ୍ମତ ରହିଛି। ଗୋହତ୍ୟା ଓ ଚାଲାଣ ଉପରେ ପ୍ରତିବନ୍ଧକ ଲାଗୁ ହୋଇଥିବା ରାଜ୍ୟମାନଙ୍କରେ ଚାଷୀର ଆୟ ଉପରେ ଏହାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ପଡିଛି ଏବଂ ବୁଲା ଗୋରୁଗାଈଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି।

ଗୋସମ୍ପଦ ଉପରେ ନିର୍ଭରଶୀଳ ଲୋକଙ୍କ ଜୀବିକା ଓ ଆୟକୁ ଆତ୍ମଘୋଷିତ ‘ଗୋରକ୍ଷକ’ମାନେ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ ଆସୁଛି। ଚାଷୀମାନେ ଅନାବଶ୍ୟକ ଗାଈ ଗୋରୁଙ୍କୁ ବିକ୍ରି କରି କିଛି ଅର୍ଥ ରୋଜଗାର ସହ ଦାୟିତ୍ୱମୁକ୍ତ ରହି ଉତ୍ପାଦନକ୍ଷମ ଗାଈଙ୍କ ଯତ୍ନ ନେଇପାରୁଥିଲେ। ଏବେ ବିକ୍ରୀକଲେ ସେମାନଙ୍କ ଜୀବନପ୍ରତି ବିପଦ। ସେମାନଙ୍କ ପାଖରେ ଗୁହାଳ ପାଇଁ ସ୍ଥାନାଭାବ ରହିଛି, ଖାଦ୍ୟ ଯୋଗାଇବାର ସାଧନ ମଧ୍ୟ ନାହିଁ। ମୂଳୁ ମାରିଲେ ଯିବ ସରି ନ୍ୟାୟରେ ସେମାନେ ଗୋପାଳନରୁ ଦୂରେଇ ଗଲେଣି କିମ୍ବା ସେମାନଙ୍କୁ ପଦାକୁ ଛାଡ଼ିଦେଉଛନ୍ତି। ସାରାଜୀବନ ସେବା ଦେଇ ବାର୍ଦ୍ଧକ୍ୟରେ ନିରୀହ ପଶୁମାନେ ଦୟନୀୟ ଜୀବନ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି ଓ ରାସ୍ତାଘାଟରେ ଗାଡିମଟର ମାଡ଼ରେ କିମ୍ବା ଅନାହାରରେ ମୃତ୍ୟୁ ବରଣ କରୁଛନ୍ତି। ଯଦି ଗୋହତ୍ୟାକୁ ନିଷ୍ଠୁରତା କୁହାଯିବ ଏହା ମଧ୍ୟ ନିଷ୍ଠୁରତା।

ଯୋଜନାବଦ୍ଧ କାର୍ଯ୍ୟ ନକଲେ ବୁଲା ଗାଈଗୋରୁଙ୍କ ସଂଖ୍ୟା ଆଗାମୀ ଦିନରେ ବୃଦ୍ଧି ହେବାର ଆଶଙ୍କା ଅଧିକ। ଏହାକୁ ରୋକିବା ପାଇଁ ପ୍ରଥମ ପଦକ୍ଷେପ ହେଉଛି ବିଦେଶୀ ସଙ୍କର କିସମ ଗୋପାଳନକୁ ନିରୁତ୍ସାହିତ କରିବା ସହ ସଯତ୍ନ-ପାଳିତ ସ୍ୱଦେଶୀ ପ୍ରଜାତିର ଷଣ୍ଢ ବ୍ୟବହାର କରାଯାଇ କୃତ୍ରିମ ପ୍ରଜନନ ମାଧ୍ୟମରେ ଜାତିଆ ଓ ଉନ୍ନତ କିସମର ଗୋଧନ ସୃଷ୍ଟି କରିବାକୁ ପଡ଼ିବ। ସ୍ଵଦେଶୀ ଗାଈଙ୍କର ଭଲଗୁଣ ହେଲା ଯେ ଏମାନେ ଆମ ପରିବେଶରେ, ଆମର ଉତ୍ପାଦିତ ଘାସ ଓ ଦାନା ଖାଇ ବଢ଼ି ପାରନ୍ତି ଓ ଅପେକ୍ଷାକୃତ ଭାବେ ଅଧିକ ରୋଗମୁକ୍ତ ରହନ୍ତି। ଏମାନଙ୍କ ଅଣ୍ଡିରା ବାଛୁରୀ ଭଲ ବଳଦ ଓ ମାଈ ବାଛୁରୀ ଭଲ ଗାଈ ହୁଅନ୍ତି। ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ଭୃଣ ସ୍ଥାନାନ୍ତର ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଶୁଦ୍ଧ ସ୍ୱଦେଶୀ ଗୋଧନ ଉତ୍ପାଦନ ପାଇଁ ଉତ୍ପାଦନକ୍ଷମ ବୁଲାଗାଈଙ୍କୁ ଜନ୍ମଦାତ୍ରୀ ଭାବରେ ବ୍ୟବହାର କରିବାକୁ ପଡ଼ିବ। ପଶୁଧନ ଗବେଷଣାଗାର ଗୁଡ଼ିକ ଆଧୁନିକ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ଅଣ୍ଡିରା ବାଛୁରୀମାନଙ୍କର ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱଦେଶୀ ପ୍ରଜାତିର ଶୁକ୍ରାଣୁ ମଧ୍ୟ ବିକଶିତ କରି ପାରିବେ। ଏହା ବିଦେଶୀ ପ୍ରଜାତିର ଗୋଧନ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇସାରିଥିବାରୁ ସ୍ୱଦେଶୀ ଗୋଧନ କ୍ଷେତ୍ରରେ ମଧ୍ୟ ସମ୍ଭବ। କୃଷି କାର୍ଯ୍ୟରେ ବଳଦ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ କୃଷିନୀତି ପ୍ରଣୀତ ହେବା ସହିତ ବଳଦ ଟଣା ଅତ୍ୟାଧୁନିକ କୃଷିଯନ୍ତ୍ରପାତି ବିକଶିତ ତଥା ଗ୍ରହଣୀୟ କରିବାକୁ ପଡ଼ିବ। ପଞ୍ଚାୟତ ସ୍ତରରେ ଗୋଶାଳା କରିବାକୁ ପଡ଼ିବ। ଏହା ଫଳରେ ଯାନ୍ତ୍ରିକ କୃଷି ନୂଆ ଦିଗ ପାଇବ, ପେଟ୍ରୋ-ଡଲାର ସଞ୍ଚୟ ହେବ ଏବଂ ପରିବେଶ ଉପରେ ଚାପ କମିବାରେ ସାହାଯ୍ୟ କରିବା ସହିତ ଗୋଧନର ସଫଳ ବ୍ୟବହାର ହୋଇପାରିବ।

ବାସ୍ତବରେ, ଆମ ଦେଶର କୃଷକଙ୍କ ବାସ୍ତବ ବିକାଶ ପାଇଁ କେବଳ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼େଇଦେଲେ ହେବ ନାହିଁ; ତାହା ସହିତ ଆନୁସଙ୍ଗିକ କୃଷିକୁ ମଧ୍ୟ ପ୍ରୋତ୍ସାହିତ କରିବାକୁ ପଡ଼ିବ। ସମସ୍ୟାର ସଠିକ ଆକଳନ କରି ସମାଧାନର ସୂତ୍ର ସୁଦୂରପ୍ରସାରୀ ନକଲେ ତାହା ଆଉଏକ ନୂଆ ସମସ୍ୟାକୁ ଜନ୍ମ ଦେବା ସୁନିଶ୍ଚିତ।

କୋକିଳା ଏନକ୍ଳେଭ -୨, ପୋଖରୀପୁଟ, ଭୁବନେଶ୍ୱର।

ଫୋ-୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story