ରାତିରେ ଶୋଇଥିବା ବେଳେ ଠାକୁର ପୂଜା କରୁଥିବାର ସ୍ଵପ୍ନ ଦେଖିଛନ୍ତି କି? ତେବେ ଜାଣନ୍ତୁ କ’ଣ ହେବ
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୋଇଲା ବେଳେ ଆମେ ଅନେକ ପ୍ରକାର ସ୍ଵପ୍ନ ଦେଖିଥାନ୍ତି। କେତେବେଳେ ଭଲ ଭଲ ସ୍ଵପ୍ନ ତ କେତେବେଳେ ଦୁଃସ୍ଵପ୍ନ। ଆମେ ଏ ସବୁକୁ ସାଧାରଣତଃ ଗୁରୁତ୍ୱ ଦିଅନ୍ତି ନାହିଁ। କେତେକ ଖରାପ ସ୍ଵପ୍ନ ଦେଖିଲେ ଖୁବ୍ ଡରି ଯାଇଥାନ୍ତି। ଆଉ କେତେକ କହନ୍ତି, ସକାଳୁ ସକାଳୁ ଯଦି ଆପଣ କିଛି ସ୍ଵପ୍ନ ଦେଖୁଛନ୍ତି, ତେବେ ତାହା ସତ ହୋଇଯାଏ। କିନ୍ତୁ ଏହାର ସତ୍ୟତା ନେଇ ଅନେକ ସମୟରେ ପ୍ରଶ୍ନ ଉଠିଥାଏ।
କିଛି ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ, କିଛି ସ୍ଵପ୍ନ ଅଛି ଯାହା ଆପଣଙ୍କ ଜୀବନରେ ସତ ହୋଇଯାଏ। ଅର୍ଥାତ ଆମ ଜୀବନରେ ସ୍ଵପ୍ନର ପ୍ରଭାବ ରହିଛି। ସେମାନଙ୍କ କହିବା କଥା, ଯଦି ଆପଣ ରାତିରେ ଶୋଇଥିବା ବେଳେ ଠାକୁର ପୂଜା କରିବାର ସ୍ଵପ୍ନ ଦେଖନ୍ତି, ତେବେ ତା’ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଆପଣଙ୍କ ଜୀବନରେ ରହିଛି। ଆପଣ ସ୍ଵପ୍ନରେ ଦେଖୁଛନ୍ତି ଯେ, ଠାକୁର ଘରେ ବସିଛନ୍ତି, ଘଣ୍ଟ ଓ ଫୁଲଥାଳି ଧରି ଠାକୁରଙ୍କୁ ପୂଜା କରୁଛନ୍ତି, ତେବେ ଏପରି ସ୍ଵପ୍ନ ଦେଖିବାର ବର୍ଷକ ପରେ ହିଁ ଆପଣଙ୍କ ଜୀବନରେ ପ୍ରଭାବ ଆରମ୍ଭ ହେବ। କ’ଣ କହୁଛନ୍ତି ପଣ୍ଡିତ ଦେଖନ୍ତୁ ଭିଡିଓ।
ଆଜିର ଅନୁଚିନ୍ତା …!!! ରାତିରେ ଠାକୁରଙ୍କ ସ୍ୱପ୍ନ ଦେଖୁଛନ୍ତି କି? ଜାଣନ୍ତୁ ଆପଣଙ୍କର ଜୀବନରେ କେମିତି ପ୍ରଭାବ ପଡିବ Iଦେଖନ୍ତୁ #Sadhubani ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟା 7:30 ରେ, କେବଳ Prarthana ରେ IFor More Episodes Click Here http://bit.ly/SadhuBani
Prarthana यांनी वर पोस्ट केले बुधवार, ४ ऑक्टोबर, २०१७
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।