Advertisment

ଗର୍ଭବତୀ ମହିଳାକୁ ଡାଇବେଟିସ୍‌ ହୋଇଥିଲେ ପିଲାଙ୍କୁ ହୋଇପାରେ ଭୟାନକ ରୋଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାଇବେଟିସ୍‌ ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି। ଡାଇବେଟିସ୍‌ ହେଲେ ଶରୀରର ବିଭିନ୍ନ ଅଙ୍ଗ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଏଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସବୁ ବେଳେ ଚଳିବାକୁ କୁହାଯାଏ। ହେଲେ ଆପଣ ଜାଣନ୍ତି, ଗର୍ଭବତୀ ମହିଳା ଯଦି ଡାଇବେଟିସ୍‌ରେ ପୀଡ଼ିତ ହୁଅନ୍ତି, ତା’ହେଲେ ପିଲା ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଥାଏ। ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯଦି ଗର୍ଭବତୀ ମହିଳାଙ୍କୁ ଡାଇବେଟିସ୍‌ ହୁଏ, ତା’ହେଲେ ଶିଶୁଠାରେ ଅଟିଜିମ୍‌ ସ୍ପେକ୍ଟ୍ରମ୍ […]

author-image
Rakesh Mallick
ଗର୍ଭବତୀ ମହିଳାକୁ ଡାଇବେଟିସ୍‌ ହୋଇଥିଲେ ପିଲାଙ୍କୁ ହୋଇପାରେ ଭୟାନକ ରୋଗ

80

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାଇବେଟିସ୍‌ ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି। ଡାଇବେଟିସ୍‌ ହେଲେ ଶରୀରର ବିଭିନ୍ନ ଅଙ୍ଗ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଏଣୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସବୁ ବେଳେ ଚଳିବାକୁ କୁହାଯାଏ। ହେଲେ ଆପଣ ଜାଣନ୍ତି, ଗର୍ଭବତୀ ମହିଳା ଯଦି ଡାଇବେଟିସ୍‌ରେ ପୀଡ଼ିତ ହୁଅନ୍ତି, ତା’ହେଲେ ପିଲା ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଥାଏ।

Advertisment

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯଦି ଗର୍ଭବତୀ ମହିଳାଙ୍କୁ ଡାଇବେଟିସ୍‌ ହୁଏ, ତା’ହେଲେ ଶିଶୁଠାରେ ଅଟିଜିମ୍‌ ସ୍ପେକ୍ଟ୍ରମ୍ ଡିସୋର୍ଡର ହେବାର ଆଶଙ୍କା ଅଧିକ ଥାଏ। ଏହା ଏମିତି ଏକ ରୋଗ ଯେଉଁଥିରେ ପିଲାର ମାନସିକ ବିକାଶ ଠିକ୍‌ ଭାବେ ହୋଇପାରେ ନାହିଁ। ଏହି ରୋଗ ହେଲେ ସମାଜ ପ୍ରତି ରୁଚି ରହେ ନାହିଁ। ରୋଗୀ ଆତ୍ମକୈନ୍ଦ୍ରିକ ହୋଇଯାଏ।

publive-image

ଏହି ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁ ମହିଳାମାନେ ଗର୍ଭାବସ୍ଥାରେ ମଧୁମେହ ରୋଗରେ ପଡ଼ି ନଥାନ୍ତି, ସେମାନଙ୍କ ପିଲାଙ୍କ ତୁଳନାରେ ଯେଉଁ ମହିଳାମାନେ ଗର୍ଭବତୀ ହେବାର ୨୬ ସପ୍ତାହ ପରେ ମଧୁମେହ ରୋଗର ଶିକାର ହୁଅନ୍ତି, ସେମାନଙ୍କ ପିଲା ଅଧିକ ସଂଖ୍ୟାରେ ଅଟିଜିମ୍‌ ସ୍ପେକ୍ଟ୍ରମ୍ ଡିସୋର୍ଡରରେ ପୀଡ଼ିତ ହୋଇଥାଆନ୍ତି।

Advertisment

ଏହି ଗବେଷଣା ଆମେରିକାରେ ହୋଇଥିଲା। ଏହାକୁ ୧୯୯୫ ରୁ ୨୦୧୨ ମସିହା ମଧ୍ୟରେ କରାଯାଇଥିଲା। ଗବେଷଣାରେ ୪,୧୯,୪୨୫ଜଣ ପିଲାଙ୍କୁ ସାମିଲ କରାଯାଇଥିଲା, ଯେଉଁମାନଙ୍କର ଜନ୍ମ ୨୮ ରୁ ୪୪ ସପ୍ତାହ ଭିତରେ ହୋଇଥିଲା।