/odisha-reporter/media/post_attachments/uploads/2021/05/immunity.jpg)
immunity
କରୋନାରୁ ରକ୍ଷା ପାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛି ନା କିଛି ପରାମର୍ଶ ଦେଉଛନ୍ତି । ଏହାବ୍ୟତୀତ ସଂକ୍ରମଣରୁ ବଞ୍ଚିବା ପାଇଁ ଇମ୍ୟୁନିଟୀକୁ ମଜଭୁତ୍ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଆୟୂଷ ମନ୍ତ୍ରାଳୟ କରୋନାରୁ ରକ୍ଷା ପାଇବା ପାଇଁ କିଛି ଟିପ୍ସ ଦେଇଛି, ଯାହା ଇମ୍ୟୁନିଟୀ ବଢ଼ାଇବା ପାଇଁ କାମରେ ଆସିପାରେ । ବିଶେଷକରି ଆୟୁର୍ବେଦ ଇମ୍ୟୁନିଟୀ ବଢ଼ାଇବା ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରେ ।
Advertisment
- ଆୟୁଷ ମନ୍ତ୍ରାଳୟ ପ୍ରତିଟି ବ୍ୟକ୍ତିଙ୍କୁ ଗରମ ପାଣି ପିଇବାକୁ ପରାମର୍ଶ ଦେଇଛି । ଦିନ ସାରା ଯେତେ ଇଚ୍ଛା ସେତେ ଗରମ ପାଣି ପିଇପାରିବେ । ଏହାବ୍ୟତୀତ ଗରମ ପାଣିରେ ସାମାନ୍ୟ ଲୁଣ ଓ ହଳଦୀ ପକାଇ କୁଳି ମଧ୍ୟ କରିପାରିବେ।
- ଘରେ ପ୍ରସ୍ତୁତ ତାଜା ଖାଦ୍ୟ ଖାଆନ୍ତୁ । ଖାଦ୍ୟ ଏଭଳି ହେବା ଦରକାର, ଯାହା ସହଜରେ ହଜମ ହୋଇ ପାରୁଥିବ । ଖାଦ୍ୟରେ ହଳଦୀ, ଜିରା, ଧନିଆ, ଶୁଖିଲା ଅଦା ଓ ରସୁଣ ଭଳି ମସଲା ବ୍ୟବହାର କରିବା ଦରକାର । ଅଳାଁ କିମ୍ବା ଏଥିରୁ ପ୍ରସ୍ତୁତ ଉତ୍ପାଦ ଖାଆନ୍ତୁ ।
- ଆୟୁଷ ନ୍ୟାଶନାଲ୍ କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲର ପରାମର୍ଶ ଅନୁଯାୟୀ, ପ୍ରତିଦିନ ଅତି କମରେ ୩୦ ମିନିଟ୍ ଯୋଗ, ପ୍ରାଣାୟମ ଓ ମେଡିଟେସନ୍ ପାଇଁ ପ୍ରୟାସ କରିବା ଦରକାର । ଏହାବ୍ୟତୀତ ନିଦ ଠିକ୍ ହେବା ଦରକାର। ଦିନରେ ନ ଶୋଇ ଏହା ବଦଳରେ ରାତିରେ ୭ରୁ ୮ଘଣ୍ଟା ଶୋଇବା ଭଲ।
- ଇମ୍ୟୁନିଟୀ ବଢ଼ାଇବା ପାଇଁ ଦୁଇଥର ୨୦ ଗ୍ରାମ ଚୱନପ୍ରାଶ ସକାଳେ ଓ ସନ୍ଧ୍ୟାରେ ଖାଲି ପେଟରେ ଉଷୁମ ପାଣି ସହ ଖାଇବା ଦରକାର। ହଳଦୀ ମିଶା କ୍ଷୀର ପିଅନ୍ତୁ। ଏହାକୁ ପ୍ରସ୍ତୁତ କରିବା ପାଇଁ ୧୫୦ ମିଲିଗ୍ରାମ ଗରମ କ୍ଷୀରରେ ଅଧା ଚାମଚ ହଳଦୀ ପାଉଡର ମିଶାନ୍ତୁ। ଏହାକୁ ଦିନରେ ଥରେ କିମ୍ବା ଦୁଇଥର ପିଇ ପାରିବେ।
- ଏହାବ୍ୟତୀତ ପ୍ରତିଦିନ ଖାଦ୍ୟ ଖାଇବା ପରେ ଗୁଡୁଚି ଘନୱଟୀ ୫୦୦ ମିଲିଗ୍ରାମ କିମ୍ବା ଅଶ୍ୱଗନ୍ଧା ବଟିକାକୁ ଦୁଇଥର ଉଷୁମ ପାଣିରେ ନେଇପାରିବେ।
- ତୁଳସୀ, ଡାଲଚିନି, ଶୁଖିଲା ଅଦା ଓ ଗୋଲମରିଚରେ ପ୍ରସ୍ତୁତ ହର୍ବାଲ୍ ଚା’ କିମ୍ବା କାଢା ପିଅନ୍ତୁ। ଏଥିପାଇଁ ଏସବୁ ସାମଗ୍ରୀକୁ ୧୫୦ ମିଲିଗ୍ରାମ ଗରମ ପାଣିରେ ପକାନ୍ତୁ । ଏହାକୁ ଛାଣି ଦିନରେ ଥରେ କିମ୍ବା ଦୁଇଥର ପିଅନ୍ତୁ । ସ୍ୱାଦ ପାଇଁ ଏଥିରେ ଗୁଡ଼, କିସମିସ୍ କିମ୍ବା ଗୁଜୁରାତି ପକାଇ ପାରିବେ।
- ସକାଳେ ଓ ସନ୍ଧ୍ୟାରେ ନାକରେ ରାଶି ତେଲ, ନଡ଼ିଆ ତେଳ କିମ୍ବା ଗାଈର ଘିଅ ପକାନ୍ତୁ । ଦିନରେ ଥରେ କିମ୍ବା ଦୁଇଥର ତେଲ ପୁଲିଂ ଥେରାପି କରନ୍ତୁ। ଏଥିପାଇଁ ଆପଣଙ୍କୁ ଗୋଟିଏ ଚାମଚ ରାଶି କିମ୍ବା ନଡ଼ିଆ ତେଲ ପାଟିରେ ପୁରାନ୍ତ । ୨-୩ ମିନିଟ୍ ପର୍ଯ୍ୟନ୍ତ ପାଟିରେ ରଖିବା ପରେ ବାହାର କରି ଦିଅନ୍ତୁ । ଏହା ପରେ ଗରମ ପାଣିରେ ପାଟି କୁଳି କରନ୍ତୁ।
- ଶୁଖିଲା କଫରୁ ମୁକ୍ତି ପାଇବା ପାଇଁ ବାମ୍ଫ ନିଅନ୍ତୁ । ଆପଣ ଖାଲି ପାଣି କିମ୍ବା ଏଥିରେ ତାଜା ପୁଦିନା ପତ୍ର, ଅଜ୍ୱେନ କିମ୍ବା କର୍ପୁର ପକାଇ ବାମ୍ଫ ନେଇପାରିବେ। ଦିନକୁ ଥରେ ବାମ୍ଫ ନେବା ଉଚିତ୍। ତେବେ ଅଧିକ ଗରମ ପାଣିରେ ବାମ୍ଫ ନେବାରୁ ବଞ୍ଚିତ ରହିବା ଦରକାର।
- ଲବଙ୍ଗ କିମ୍ବା ମୁଲେଠି ପାଉଡରକୁ ଚିନି କିମ୍ବା ମହୁ ସହ ମିଶାଇ ଦିନରେ ଦୁଇରୁ ତିନିଥର ସେବନ କରନ୍ତୁ। ଏହାଦ୍ୱାରା କାଶ ଓ ଗଳା ଗଦଗଦ ହେବାରୁ ମୁକ୍ତି ମିଳିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
